Friday, October 18, 2024
29.5 C
Odisha

    ପୋଷ୍ଟପୋନ୍ ହେଲା ରାମ ଚରଣ ଓ କିଆରା ଆଡ଼ଭାନୀଙ୍କ ଫିଲ୍ମ ‘ଗେମ୍ ଚେଞ୍ଜର୍’ର ରିଲିଜ ଡେଟ୍

    ଆଗକୁ ପଢନ୍ତୁ

    ସାଉଥ ସୁପରଷ୍ଟାର ରାମ ଚରଣ ଏବଂ କିଆରା ଆଡଭାନୀଙ୍କ ଆଗାମୀ ଫିଲ୍ମ ‘ଗେମ୍ ଚେଞ୍ଜର’ ଦୀର୍ଘ ଦିନ ଧରି ଲୋକଙ୍କ ମଧ୍ୟରେ ଖୁବ ଚର୍ଚ୍ଚାରେ ରହିଆସିଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଏସ ଶଙ୍କର । ‘RRR’ ପରେ ରାମ ଚରଣ ଏହି ଫିଲ୍ମ ସହିତ ପୁଣିଥରେ କମ୍ ବ୍ୟାକ୍ କରୁଛନ୍ତି । ଦୀର୍ଘ ସମୟ ପରେ ତାଙ୍କୁ ବଡ ପରଦାରେ ଦେଖିବାକୁ ଦର୍ଶକମାନେ ମଧ୍ୟ ଖୁବ ଉତ୍ସାହୀ ଅଛନ୍ତି । ତେବେ ଲୋକଙ୍କ ଅପେକ୍ଷା ମଧ୍ୟରେ ଫିଲ୍ମର ରିଲିଜ୍ ଡେଟ୍ ପୋଷ୍ଟପୋନ୍ କରାଯାଇଛି ବୋଲି କୁହାଯାଉଛି ।

    ‘ଗେମ୍ ଚେଞ୍ଜର’ ସମ୍ବନ୍ଧୀୟ ନୂତନ ଅପଡେଟ୍ ଅନୁଯାୟୀ, ଏହି ଫିଲ୍ମଟି ଆସନ୍ତା ବର୍ଷ ମକର ସଂକ୍ରାନ୍ତି ସମୟରେ ଅର୍ଥାତ ୧୦ ଜାନୁଆରୀ ୨୦୨୫ରେ ରିଲିଜ ହେବ । ଏହାପୂର୍ବରୁ ଏହି ଫିଲ୍ମ ୨୦ ଡିସେମ୍ବର ୨୦୨୪ ରେ ରିଲିଜ୍ ହେବାର ଥିଲା, କିନ୍ତୁ ପରେ ଫିଲ୍ମର ରିଲିଜ ଡେଟ୍ ସ୍ଥଗିତ ରଖାଯାଇଥିଲା । ତେବେ ଏହି ନୂଆ ଡେଟ୍ ବିଷୟରେ ଫିଲ୍ମ ନିର୍ମାତା ଆନୁଷ୍ଠାନିକ ଭାବେ ସୂଚନା ଦେଇଛନ୍ତି । ଫିଲ୍ମର ପ୍ରଡକ୍ସନ୍ ହାଉସର ଅଫିସିଆଲ ଭେଙ୍କଟେଶ୍ୱରା କ୍ରିଏସନ୍ ଏକ ଭିଡିଓ ମେସେଜ ସେୟାର କରିଛନ୍ତି ।

    ସେୟାର ହୋଇଥିବା ଭିଡିଓରେ କୁହାଯାଇଛି ଯେ ଫିଲ୍ମର ପୋଷ୍ଟ-ପ୍ରଡ଼କ୍ସନ ପ୍ରୋସେସ ଡିସେମ୍ବର ୨୦୨୪ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି । ଯେଉଁଥିପାଇଁ ଚଳିତ ବର୍ଷର ଅବଶିଷ୍ଟ ତିନି ମାସରେ ଫିଲ୍ମର ଗୀତ ରିଲିଜ ହେବ । ଅଫିସିଆଲ୍ ଆକାଉଣ୍ଟରେ ସେୟାର ହୋଇଥିବା ଭିଡିଓରେ ଏହା ମଧ୍ୟ କୁହାଯାଇଛି ଯେ ‘ଗେମ୍ ଚେଞ୍ଜର’ର ରିଲିଜ୍ ଡେଟରେ ପରିବର୍ତ୍ତନ ହେତୁ ଅଭିନେତା ଚିରଞ୍ଜୀବୀଙ୍କ ଆଗାମୀ ଫିଲ୍ମ ‘ବିଶ୍ୱମ୍ଭରା’ର ନିର୍ମାତାଙ୍କୁ ରିଲିଜ୍ ଡେଟ୍ ବିଷୟରେ ପୁନର୍ବାର ଚିନ୍ତା କରିବାକୁ ପଡ଼ିବ । ଆପଣଙ୍କୁ କହି ରଖୁଛୁ ଯେ ‘ବିଶ୍ୱମ୍ଭରା’ର ରିଲିଜ୍ ଡେଟ୍ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ ।

    ରାମ ଚରଣଙ୍କ ଏହି ଫିଲ୍ମ ଏକ ପାଲିଟିକାଲ୍ ଥ୍ରୀଲର, ଯାହାର କାହାଣୀ କାର୍ତ୍ତିକ ସୁବରାଜ ଲେଖିଛନ୍ତି । ଏହି ଫିଲ୍ମରେ ରାମ ଚରଣ ଏବଂ କିଆରା ଆଡଭାନୀଙ୍କ ବ୍ୟତୀତ ଅଞ୍ଜଳି, ଏସଜେ ସୂର୍ଯ୍ୟ, ଶ୍ରୀକାନ୍ତ, ଜୟରାମ ଏବଂ ନବୀନ ଚନ୍ଦ୍ରା ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ‘ଗେମ୍ ଚେଞ୍ଜର’ ତେଲୁଗୁ ବ୍ୟତୀତ ତାମିଲ, ମାଲାୟାଲମ୍, କନ୍ନଡ ଏବଂ ହିନ୍ଦୀ ଭାଷାରେ ରିଲିଜ ହେବ । OTT ପ୍ଲାଟଫର୍ମ ଆମାଜନ ପ୍ରାଇମ ଏହି ଫିଲ୍ମର OTT ରାଇଟ୍ସକୁ ୧୦୫ କୋଟି ଟଙ୍କାରେ କିଣିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.5 ° C
    29.5 °
    29.5 °
    72 %
    1.4kmh
    91 %
    Fri
    29 °
    Sat
    31 °
    Sun
    25 °
    Mon
    29 °
    Tue
    29 °

    ସମ୍ବନ୍ଧିତ