Saturday, July 27, 2024
24.8 C
Odisha

    ଦିଲ୍ଲୀରେ ରାଜ୍ୟ ବିଜେପିର ବରିଷ୍ଠ ନେତା, ଆଜି କେନ୍ଦ୍ରୀୟ ନେତୃତ୍ୱଙ୍କ ସହ କରିବେ ଆଲୋଚନା

    ଆଗକୁ ପଢନ୍ତୁ

    ମେଣ୍ଟ ନେଇ ଥମୁନି ଚର୍ଚ୍ଚା । ବରଂ ନ୍ଦ୍ୱନ୍ଦ୍ୱ ବଢିବାରେ ଲାଗିଛି । ଦିଲ୍ଲୀରେ ଅଛନ୍ତି ରାଜ୍ୟ ବିଜେପିର ନେତା । ରାଜ୍ୟ ବିଜେପି ସଭାପତି ମନେମୋହନ ସାମଲ, ସାଧାରଣ ସମ୍ପାଦକ ମାନସ ମହାନ୍ତି ଦିଲ୍ଲୀ ଗସ୍ତ କରିଛନ୍ତି । ଏହା ସହ ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ସହ ପ୍ରଭାରୀ ମଧ୍ୟ ଦିଲ୍ଲୀ ଯାଇଛନ୍ତି । ଆଜି ଏମାନେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା କରିବେ । ଆଜିର ବୈଠକରେ ମେଣ୍ଟ ସମ୍ପର୍କରେ କିଛି ନିଷ୍ପତ୍ତିି ନିଆଯାଇପାରେ ବୋଲି ଅନୁମାନ କରାଯାଉଛି । ସୂଚନା ଅନୁସାରେ ମେଣ୍ଟଆପାତତଃ ଚୂଡାନ୍ତ ହୋଇଛି, କେବଳ ଆସନ ଭାଗବଂଟା ନେଇ ସମସ୍ୟା ରହିଛି । ଏହା ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରେ । ୧୦ ଦିନ ମଧ୍ୟରେ ରାଜ୍ୟ ବିଜେପି ନେତୃତ୍ୱ ତିନି ଥର ଦିଲ୍ଲୀ ଗସ୍ତ କରିଛନ୍ତି । ହେଲେ ମେଣ୍ଟନେଇ କୌଣସି ଆଲୋଚନା ହୋଇନଥିବା କହିଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ସହ ପ୍ରଭାରୀ ମଧ୍ୟ ମେଣ୍ଟ ନେଇ ଆଲୋଚନା ହୋଇନଥିବା କହିଛନ୍ତି । ଏବେ ରାଜ୍ୟ ନେତୃତ୍ୱ ପୁଣି ଦିଲ୍ଲୀ ଯାଇଥିବାରୁ ମେଣ୍ଟ ଚର୍ଚ୍ଚା ଆହୁରି ବଢିଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ