Sunday, June 1, 2025
36 C
Odisha

    ଶ୍ରୀମନ୍ଦିର ଭୋଗ ମଣ୍ଡପରୁ ବାହାରିଲା ଗତକାଲି ରାତିର ଅଭଡା କୁଡୁଆ, ତିନି ଘଣ୍ଟା ବିଳମ୍ବରେ ମହାପ୍ରଭୁଙ୍କ ନୀତିକାନ୍ତି

    ଆଗକୁ ପଢନ୍ତୁ

    ତୁଟିଲା ସୁଆର ଓ ମହାସୁଆର ସେବାୟତଙ୍କ ବିବାଦ । ଶେଷରେ ଶ୍ରୀମନ୍ଦିର ଭୋଗ ମଣ୍ଡପରୁ ବାହାରିଲା ଗତକାଲି ରାତିର ଶତାଧିକ ଅଭଡା କୁଡୁଆ । କିନ୍ତୁ ବିବାଦ ଯୋଗୁ ମହାପ୍ରଭୁଙ୍କ ନୀତିକାନ୍ତି ତିନି ଘଣ୍ଟା ବିଳମ୍ବରେ ଚାଲିଛି । ଗତକାଲି ଭିତର କାଠ ନିକଟରେ ରକ୍ତଛିଟା ପଡିବାରୁ ବଡ଼ମହାସ୍ନାନ ହୋଇଥିଲା । ବଡ଼ସ୍ନାନ ପରେ ଦ୍ୱିତୀୟ ଭୋଗ ମଣ୍ଡପରେ ସନ୍ଧ୍ୟା ଆଳତି ହୋଇଥିଲା । କିନ୍ତୁ ଆଳତି ହେବାରେ ବିଳମ୍ବ ହେବାରୁ ସୁଆର ଓ ମହାସୁଆର ସେବାୟତଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ଏତେ ବିଳମ୍ବରେ ମହାପ୍ରସାଦ ନେଇ ଏବେ କ’ଣ କରିବୁ ବୋଲି ସୁଆର ସେବକମାନେ କହିଥିଲେ । ଏଥିସହ ସେମାନଙ୍କ ପ୍ରସାଦ ଭୋଗମଣ୍ଡପରେ ଘରେ ଛାଡି ପଳାଇଯାଇଥିଲେ । ଫଳରେ ଗତକାଲିଠୁ ଶତାଧିକ ଅଭଡା କୁଡୁଆ ଭୋଗ ମଣ୍ଡପରେ ଭୋଗ ପଡିରହିଥିଲା । ଆଜି ସମସ୍ୟାର ସମାଧାନ ପରେ ଭୋଗ କୁଡୁଆ ବାହାରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    36 ° C
    36 °
    36 °
    33 %
    5.5kmh
    51 %
    Sun
    39 °
    Mon
    40 °
    Tue
    37 °
    Wed
    40 °
    Thu
    40 °

    ସମ୍ବନ୍ଧିତ