Tuesday, October 6, 2026
23.8 C
Odisha

    ଶ୍ରୀମନ୍ଦିର ଭୋଗ ମଣ୍ଡପରୁ ବାହାରିଲା ଗତକାଲି ରାତିର ଅଭଡା କୁଡୁଆ, ତିନି ଘଣ୍ଟା ବିଳମ୍ବରେ ମହାପ୍ରଭୁଙ୍କ ନୀତିକାନ୍ତି

    ଆଗକୁ ପଢନ୍ତୁ

    ତୁଟିଲା ସୁଆର ଓ ମହାସୁଆର ସେବାୟତଙ୍କ ବିବାଦ । ଶେଷରେ ଶ୍ରୀମନ୍ଦିର ଭୋଗ ମଣ୍ଡପରୁ ବାହାରିଲା ଗତକାଲି ରାତିର ଶତାଧିକ ଅଭଡା କୁଡୁଆ । କିନ୍ତୁ ବିବାଦ ଯୋଗୁ ମହାପ୍ରଭୁଙ୍କ ନୀତିକାନ୍ତି ତିନି ଘଣ୍ଟା ବିଳମ୍ବରେ ଚାଲିଛି । ଗତକାଲି ଭିତର କାଠ ନିକଟରେ ରକ୍ତଛିଟା ପଡିବାରୁ ବଡ଼ମହାସ୍ନାନ ହୋଇଥିଲା । ବଡ଼ସ୍ନାନ ପରେ ଦ୍ୱିତୀୟ ଭୋଗ ମଣ୍ଡପରେ ସନ୍ଧ୍ୟା ଆଳତି ହୋଇଥିଲା । କିନ୍ତୁ ଆଳତି ହେବାରେ ବିଳମ୍ବ ହେବାରୁ ସୁଆର ଓ ମହାସୁଆର ସେବାୟତଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ଏତେ ବିଳମ୍ବରେ ମହାପ୍ରସାଦ ନେଇ ଏବେ କ’ଣ କରିବୁ ବୋଲି ସୁଆର ସେବକମାନେ କହିଥିଲେ । ଏଥିସହ ସେମାନଙ୍କ ପ୍ରସାଦ ଭୋଗମଣ୍ଡପରେ ଘରେ ଛାଡି ପଳାଇଯାଇଥିଲେ । ଫଳରେ ଗତକାଲିଠୁ ଶତାଧିକ ଅଭଡା କୁଡୁଆ ଭୋଗ ମଣ୍ଡପରେ ଭୋଗ ପଡିରହିଥିଲା । ଆଜି ସମସ୍ୟାର ସମାଧାନ ପରେ ଭୋଗ କୁଡୁଆ ବାହାରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.8 ° C
    23.8 °
    23.8 °
    87 %
    1.5kmh
    1 %
    Tue
    23 °
    Wed
    31 °
    Thu
    31 °
    Fri
    30 °
    Sat
    30 °

    ସମ୍ବନ୍ଧିତ