Saturday, October 10, 2026
24.5 C
Odisha

    ମହିଳା ସମେତ ୩ ମାଓବାଦୀଙ୍କ ଆତ୍ମସମର୍ପଣ

    ଆଗକୁ ପଢନ୍ତୁ

    ସୀମାନ୍ତ ସୁକମା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ମହିଳା ନକ୍ସଲ ସମେତ ୩ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ପୁଲିସ ତରଫରୁ ଆରମ୍ଭ କରାଯାଇଥିବା ଆତ୍ମନିର୍ଭରଶୀଳ ନୀତି ଏବଂ ଘରକୁ ଫେରିଆସ ଯୋଜନାରେ ନକ୍ସଲ ପ୍ରଭାବିତ ହୋଇ ଆତ୍ମସମର୍ପଣ କରୁଛନ୍ତି। ଏଥିସହ ଦୁର୍ଗମ ନକ୍ସଲ ପ୍ରବଣ ଅଂଚଳରେ ପୁଲିସ କ୍ୟାମ୍ପ ଖୋଲାଯିବାରୁ ମଧ୍ୟ ନକ୍ସଲ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆଗ୍ରହ ଦେଖାଉଛନ୍ତି।

    ଆଜି ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଲେ କୁମାରୀ ସୋଡି ଅରଫ ଅନିତା(୩୦), ମାଡବୀ କୋସା ଅରଫ ବିସି(୫୫) ଏବଂ ମାଡକମ ଦେବା(୩୩)। ଅନିତା ନାମରେ ସରକାର ୨ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ଏମାନେ ପୁଲିସ ଉପରେ ଆକ୍ରମଣ କରିବା, ଜଂଗଲରେ ସ୍ପାଇକ ହଲ ତିଆରି କରିବା, ବୋମା ଖଞ୍ଜିବା, ମୁଖ୍ୟ ରାସ୍ତା ଖୋଳି ସେଥିରେ ଲ୍ୟାଣ୍ଡମାଇନ ଲଗାଇବା, ପୋଷ୍ଟର ଓ ବ୍ୟାନର ମାରିବା ଭଳି କାମ କରୁଥିଲେ।

    ତେବେ ଆଜି ସୁକମାରେ ନକ୍ସଲ ବନ୍ଦ ଡାକରା ଦେଇଥିବା ବେଳେ ପୁଲିସ ନିକଟରେ ସଂଗଠନର ଆଗଧାଡିର ନକ୍ସଲ ଆତ୍ମସମର୍ପଣ କରି ସଂଗଠନକୁ ଉଚିତ ଜବାବ ଦେଇଛନ୍ତି। ନକ୍ସଲ ସଂଗଠନକୁ ମୂଳତ୍ପାଟନ କରିବା ନେଇ ପୁଲିସ ଯେଉଁ ଅଭିଯାନ ଆରମ୍ଭ କରିଛି ସେଥିରେ ସଫଳ ହେଉଥିବା ଲକ୍ଷ୍ୟ କରାଯାଇଛି। ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କୁ ଥଇଥାନ କରାଯିବା ସହ ଆର୍ଥିକ ରାଶି ପ୍ରଦାନ କରାଯାଇଥିଲା। ସଂଗଠନରେ ଚାଲିଥିବା ଭେଦଭାବ ଏବଂ ନିର୍ଯାତନା ସହ୍ୟ କରିନପାରି ସଂଗଠନ ଛାଡିଥିବା ଏମାନେ କୁହନ୍ତି। ଏମାନଙ୍କ ଠାରୁ ପୁଲିସ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଥିବା ଜଣାପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    77 %
    0.4kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ