Sunday, March 29, 2026
31.5 C
Odisha

    ଦେବୀ ନଦୀରେ ଗାଧୋଉଥିଲେ ୪ ସାଙ୍ଗ; ବୁଡ଼ିଗଲେ ୩ ଛାତ୍ର

    ଆଗକୁ ପଢନ୍ତୁ

    ପୁରୀ: ଅସ୍ତରଂଗ ଥାନା ଅଧିନ ବାଲିଡ଼ିଆ ନିକଟ ଦେବୀ ନଦୀରେ ବୁଡ଼ି ମଙ୍ଗଳବାର ମଧ୍ୟାହ୍ନରେ ୩ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଆୟୁଷ୍ମାନ ବେହେରା (୧୩), ରିତେଶ ବେହେରା (୧୪ ) ଓ ରୋହନ ବେହେରା (୧୩)। ସମସ୍ତେ ବାଲିଡ଼ିଆ ଗାଁର ବାସିନ୍ଦା। ତିନି ଛାତ୍ର ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ଛାତ୍ର ଥିଲେ।
    ସୂଚନା ଅନୁସାରେ ଆଜି ମଧ୍ୟାହ୍ନରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ନଗର ପଂଚାୟତ ବାଲିଡିଆ ଗ୍ରାମର ୪ ଜଣ ବାଳକ ନିକଟସ୍ଥ ଦେବୀ ନଈ ଗଣ୍ଡରେରେ ଗାଧୋଉଥିବା ବେଳେ ନିଖୋଜ ହୋଇଥିଲେ। ୩ ସାଙ୍ଗ ବୁଡ଼ି ଯାଉଥିବା ଦେଖି ଅନ୍ୟ ଜଣେ ନାବାଳକ ଚିତ୍କାର କରିଥିଲା। ସେ ପରିବାର ଲୋକଙ୍କୁ ଡାକିବାରୁ ପରିବାର ଲୋକେ ଘଟନସ୍ଥଳରେ ପହଂଚି ଜାଲ ଦ୍ୱାରା ୩ଜଣକୁ ଉଦ୍ଧାର କରି ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ତିନିଜଣ ଛାତ୍ରଙ୍କ ମୃତ୍ୟୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.5 ° C
    31.5 °
    31.5 °
    19 %
    1.7kmh
    0 %
    Sun
    34 °
    Mon
    40 °
    Tue
    38 °
    Wed
    39 °
    Thu
    41 °

    ସମ୍ବନ୍ଧିତ