Tuesday, October 13, 2026
30.8 C
Odisha

    ଆଜି ପବିତ୍ର ଶାମ୍ବ ଦଶମୀ, ସୂର୍ଯ୍ୟ ଦେବତାଙ୍କ ଆରାଧନା କରୁଛନ୍ତି ଶ୍ରଦ୍ଧାଳୁ

    ଆଗକୁ ପଢନ୍ତୁ

    ଆଜି ପବିତ୍ର ଶାମ୍ବ ଦଶମୀ ବା ସୂର୍ଯ୍ୟ ଦେବତାଙ୍କ ପୂଜା। ଘରେ ଘରେ ପ୍ରତ୍ୟକ ହିନ୍ଦୁ ମାନଙ୍କ ଆରାଧ୍ୟ ସୂର୍ଯ୍ୟ ଭଗବାନଙ୍କ ପୂଜା ଅନୁଷ୍ଠିତ ହେଉଛି। ଆଜି ପ୍ରତ୍ୟୁଷରୁ ଚନ୍ଦ୍ରଭାଗାରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ସମୁଦ୍ରରେ ବୁଡ଼ ପକାଇବା ସହ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିଛନ୍ତି।

    ପୌରାଣିକ କିମ୍ବଦନ୍ତୀ ଅନୁସାରେ, କୃଷ୍ଣଙ୍କ ପୁତ୍ର ଶାମ୍ବ ଅଭିଷପ୍ତ ହୋଇ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିଲ । ତେବେ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ସହ ସୂର୍ଯ୍ୟ ଦେବତାଙ୍କ ଆରାଧନା କରିବା ପରେ ସେ କୁଷ୍ଠ ରୋଗରୁ ଭଲ ହୋଇଥିଲେ । ସୂର୍ଯ୍ୟ ଦେବତାଙ୍କ ପୂଜା ଲାଗି  ଆଜି ଘରେ ବିଭିନ୍ନ ପ୍ରକାରର ପିଠା ପ୍ରସ୍ତୁତ କରିବା ସହ ଘାଣ୍ଟ ତରକାରୀ କରି ସୂର୍ଯ୍ୟଦେବତାଙ୍କ ପୂଜାର୍ଚ୍ଚନା କରାଯାଉଛି ।

    ତେଣୁ ଏହ ପବିତ୍ର ଦିନରେ  ହିନ୍ଦୁଧର୍ମାଲମ୍ବୀ ମହିଳା ମାନେ ନିଜ ପରିବାରକୁ ରୋଗ ମୁକ୍ତ କରିବା ପାଇଁ ପ୍ରତ୍ୟୁଷରେ ସୁର୍ଜ୍ୟପୂଜା କରି ପୋଡା, କାକରା ପିଠା ଲାଗି କରିଥାନ୍ତି।  ଏହି ପବିତ୍ର ଦିନରେକୋଣାର୍କରେ ପୁରାଣ ବର୍ଣ୍ଣିତ ସୂର୍ଯ୍ୟ ରଥ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ରଥ ସ୍ଥାନୀୟ ଅନନ୍ତ ଅବଧୂତ ମଠ ଠାରୁ ଚନ୍ଦ୍ରଭଗା ପର୍ଯ୍ୟନ୍ତ ସୂର୍ଯ୍ୟ ରଥ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏଥିପାଇଁ ପାଞ୍ଚଦିନନ ବ୍ୟାପୀ ସୌର ମାହାଯଜ୍ଞ ଅନୁଷ୍ଠିତ ହେବା ସହ ଚଳିତ ବର୍ଷ ସୂର୍ଯ୍ୟ ଭଗବାନଙ୍କ ଧାତବ ମୂର୍ତ୍ତି ପ୍ରତିଷ୍ଠା କରାଯାଇଛି । ପରମ୍ପରାଅନୁଯାୟୀ ଆଜି ସକାଳୁ ହୋମ ଓ ସ୍ଵତନ୍ତ୍ର ନୀତି ସମ୍ପର୍ଣ୍ଣ କରାଯାଇଛି । କଳସ ସ୍ଥାପନପରେ ସୂର୍ଯ୍ୟ ବିଗ୍ରହ ଙ୍କୁ ରଥାରୂଢ କରାଜୀବ। ରଥ ଉପରେ କାକରା ,୧୦୮ ବରା ଓ ପୋଡପିଠାଲାଗି ପରେ ମଠ ମହନ୍ତ ଛେରା ପହରା କରିବା ପରେ ସକାଳ 9ଟା ପରେ ରଥ ଟଣା ଅନୁଷ୍ଠିତ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    30.8 ° C
    30.8 °
    30.8 °
    50 %
    1.9kmh
    19 %
    Tue
    31 °
    Wed
    29 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ