Tuesday, September 15, 2026
26 C
Odisha

    ବାଂଲାଦେଶକୁ ଭାରତ ବିରୋଧୀ କରିବା ପାଇଁ: ଚୀନ୍‌-ପାକ୍‌ ଷଡ଼୍‌ଯନ୍ତ୍ର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବାଂଲାଦେଶରେ ଏବେ ଯେଉଁ ଅରାଜକ ସ୍ଥିତି ଆସିଛି ତା’ ପଛରେ ଚୀନ୍‌ ଏବଂ ପାକିସ୍ତାନର ବଡ଼ ଧରଣର ଷଡ଼୍‌ଯନ୍ତ୍ର ଅଛି। ସଂରକ୍ଷଣକୁ ବିରୋଧ କରି ଦେଶବ୍ୟାପୀ ହିଂସାତ୍ମକ ଆନ୍ଦୋଳନ ଏବଂ ପରିଶେଷରେ ଶେଖ୍‌ ହସିନାଙ୍କ ୧୫ ବର୍ଷ ଶାସନର ଅନ୍ତ ଘଟିବା ଏକ ଯୋଜନାବଦ୍ଧ ଷଡ଼୍‌ଯନ୍ତ୍ର ବୋଲି ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି।। ଢାକାରେ ଏକ ଭାରତ ବିରୋଧୀ ସରକାର ଗଠନ ପାଇଁ ଉଭୟ ପାକିସ୍ତାନ ଏବଂ ଚୀନ୍‌ ମିଳିତ ଭାବେ ଗୁପ୍ତ ପ୍ରୟାସ କରିଥିଲେ ଏବଂ ଏହି ପ୍ରକ୍ରିୟାରେ ସେମାନେ ହସିନାଙ୍କୁ ଗାଦିଚ୍ୟୁତ କରିବାରେ ସମର୍ଥ ହୋଇଛନ୍ତି। ବାଂଲାଦେଶରେ ଆୱାମୀ ଲିଗ୍‌ ସରକାରର ପତନ ଘଟାଇ ଭାରତ ବିରୋଧୀ ସରକାର ଗଠନ କରିବାକୁ ଉଭୟ ପାକିସ୍ତାନ ଏବଂ ଚୀନ୍‌ ହିଂସା ପାଇଁ ଉସୁକାଇଥିଲେ ଏବଂ ଏଥିପାଇଁ ଚରମପନ୍ଥୀମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ଢାକାରେ ହିଂସା ପାଇଁ ଉଭୟ ବେଜିଂ ଏବଂ ଇସଲାମାବାଦ ଆର୍ଥିକ ଏବଂ ରଣନୀତିକ ସମର୍ଥନ ପ୍ରଦାନ କରିଛନ୍ତି।
    ଏହି ଷଡ଼୍‌ଯନ୍ତ୍ରର କେନ୍ଦ୍ରସ୍ଥଳରେ ରହିଛି ଜମାତ ଏ ଇସଲାମି ସଂଗଠନ। ଭାରତୀୟ ଗୁଇନ୍ଦା ସୂତ୍ର ଅନୁଯାୟୀ ଆଇଏସ୍‌ଆଇ ଚଳିତ ବର୍ଷ ଜମାତ ଏ ଇସଲାମୀକୁ ଆର୍ଥିକ ସହାୟତା ପ୍ରଦାନ କରିଥିଲା। ପାକିସ୍ତାନରେ କାମ କରୁଥିବା ଚୀନ୍‌ କମ୍ପାନି କିମ୍ବା ବେଜିଂରୁ ସିଧାସଳଖ ଭାବେ ପାଣ୍ଠି ଆସୁଥିଲା। ହିଂସାତ୍ମକ ଆନ୍ଦୋଳନକୁ ଅଧିକ ତୀବ୍ର କରିବାବାଇଁ ବ୍ୟବହାର ହୋଇଥିବା ଆର୍ଥିକ ପ୍ୟାକେଜ୍‌ ଶେଷରେ ହସିନା ସରକାର ପତନର କାରଣ ହେଲା। ଏଥିପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଖଲିଦା ଜିଆଙ୍କ ପୁଅ ତାରିକ ରହେମାନ ଲଣ୍ଡନରେ ଆଇଏସ୍‌ଆଇ ସହ ଏକ ବୈଠକ କରିଥିବା ବାଂଲାଦେଶ ଗୁଇନ୍ଦା ବିଭାଗ ପ୍ରଘଟ କରିଛି। ଏବେ ପ୍ରଶ୍ନ ଉଠୁଛି ଚୀନ୍‌ କାହିଁକି ହସିନାକୁ ହଟାଇବାକୁ ଚାହିଲା।

    ହସିନାଙ୍କ ଭାରତ ଅନୁକୂଳ ବିଦେଶ ନୀତି ପାଇଁ ଚୀନ୍‌ ଏଥି‌ରେ ହସ୍ତକ୍ଷେପ କରିଥିବା କୁହାଯାଉଛି। ବାଂଲାଦେଶରେ ଚୀନ୍‌ର ବ୍ୟାପକ ବିନିଯୋଗ ସତ୍ତ୍ବେ ହସିନା ଭାରତ ସହ ଦୃଢ଼ ସମ୍ପର୍କ ବଜାୟ ରଖିବା ଏବଂ ଚୀନ୍‌ ବଦଳରେ ଭାରତକୁ ଅଧିକ ଗୁରୁତ୍ବ ଦେବା ଚୀନ୍‌କୁ ସୁହାଇଲାନି। ଏହା ନିଜକୁ ସୁହାଇବା ଭଳି ସରକାର ଗଠନ କରିବାପାଇଁ ହସିନାଙ୍କୁ ପଦଚ୍ୟୁତ କରିବା ଲକ୍ଷ୍ୟରେ ବାଂଲାଦେଶରେ ହିଂସା ଘଟାଇବା ପାଇଁ ସମର୍ଥନ କଲା। ଏବେ ଯେଉଁ ନୂଆ ସରକାର ଗଠନ ହେବାକୁ ଯାଉଛି ସେଥିରେ ଭାରତ ବିରୋଧୀଙ୍କୁ ସର୍ବାଧିକ ପ୍ରାଧାନ୍ୟ ମିଳିବ। ଗୁଇନ୍ଦା ସୂତ୍ରରୁ ଏହା ମଧ୍ୟ ଜଣାପଡ଼ିଛି ଯେ ହରକତ ଉଲ୍‌ ଜିହାଦ ଅଲ ଇସଲାମି (ହୁଜି) ନାମକ ଏକ ଇସଲାମୀୟ ଗୋଷ୍ଠୀ ବାଂଲାଦେଶ ହିଂସାକୁ ବ୍ୟାପକ କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    82 %
    0.8kmh
    8 %
    Tue
    27 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ