Sunday, December 7, 2025
12.8 C
Odisha

    ଆଜି ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ

    ଆଗକୁ ପଢନ୍ତୁ

    ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ । ଏହି ଅବସରରେ ସତ୍ୟ ଓ ଅହିଂସାର ଜନକଙ୍କୁ ମନେ ପକାଇଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ମହାତ୍ମା ଗାନ୍ଧୀ ପାର୍କରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି କଂଗ୍ରେସ ନେତା ଓ କର୍ମୀ । ସେହିପରି କଂଗ୍ରେସ ଭବନ ପରିସରରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ସମେତ ଅନ୍ୟ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଛନ୍ତି କଂଗ୍ରେସ ନେତା । କଂଗ୍ରେସ ଦଳ ଅହିଂସା ମାର୍ଗରେ ଚାଲିବାକୁ ବିଶ୍ୱାସ କରେ, ଆସନ୍ତା ସାଧାରଣ ନିର୍ବାଚନରେ ବି ଅହିଂସାକୁ ଆପଣେଇ ନିର୍ବାଚନ ମୈଦାନକୁ ଓହ୍ଳାଇବ ବୋଲି କହିଛନ୍ତି ପିସିସି ସଭାପତି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ସୁର ରାଉତରାୟଙ୍କ ସମେତ ବହୁ ବରିଷ୍ଠ କର୍ମୀ ସାମିଲ ହୋଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    12.8 ° C
    12.8 °
    12.8 °
    51 %
    1.2kmh
    64 %
    Sun
    26 °
    Mon
    26 °
    Tue
    26 °
    Wed
    27 °
    Thu
    26 °

    ସମ୍ବନ୍ଧିତ