Sunday, October 11, 2026
22.1 C
Odisha

    ବାଟବଣା ୨୫ଟିକିଆ ହାତୀପଲ: ଜନବସତି ମୁଁହା ଦନ୍ତା, ଲୋକେ ଛାନିଆ

    ଆଗକୁ ପଢନ୍ତୁ

    ଘୁ.ଉଦୟଗିରି: ଗଞ୍ଜାମ ଜିଲ୍ଲାର ଉତ୍ତର ଘୁମୁସର ବନଖଣ୍ଡରୁ କନ୍ଧମାଳ ଜିଲ୍ଲାର କଳିଙ୍ଗା ସେକ୍ସନକୁ ଗତ ଦେଢ଼ ମାସ ହେଲା ପଶି ଆସିଥିବା ଗଜରାଜ ଦଳ ସ୍ଥାନୀୟ ଅଞ୍ଚଳରେ ଉପଦ୍ରବ ଚଳେଇଛନ୍ତି। ଜଙ୍ଗଲରୁ ଗାଁକୁ, ଗାଁରୁ ସାହିକୁ, ସାହିରୁ ମୁଖ୍ୟ ସଡ଼କ, ରାଜ୍ୟ ରାଜପଥ, ରାଜ୍ୟ ରାଜପଥରୁ ଜାତୀୟ ରାଜପଥ ପରେ ଏବେ ଲୋକଙ୍କ ଘର ସମୁଖରେ ଉପସ୍ଥିତି ଜାହିର କରିବା ପରେ ସାଧାରଣ ଲୋକ ବିଶାଳକାୟ ଦନ୍ତାକୁ ଘର ସମ୍ମୁଖରେ ଦେଖି ଆତଙ୍କିତ ହୋଇଯାଇଛନ୍ତି।

    ଗତକାଲି ରାତିରେ ୨୫ ଟିକିଆ ହାତୀପଲ ଦଳଦଳ ହୋଇ ବିଭିନ୍ନ ସ୍ଥାନରେ ଥିଲେ। ଏଥିରୁ କେତୋଟି କୁର୍ମିଙ୍ଗିଆ, କୁନ୍ଦାସାହି, ଗଞ୍ଜୁଗୁଡ଼ା ଏବଂ ଆଉ କିଛି ଗଦିଙ୍ଗିଆ ଗ୍ରାମ ନିକଟରେ ଥିବା ସୂଚନା ମିଳିଛି। ଆଜି ସମସ୍ତ ହାତୀପଲ ଗଦିଙ୍ଗିଆ ହୋଇ ହାତୀମୁଣ୍ଡା ଯାଇଥିବା ଅଞ୍ଚଳବାସୀ ଦେଖିଥିବା କହୁଛନ୍ତି ଏବଂ  ଗୋଟିଏ ଦନ୍ତାହାତୀ ଆଜି ସକାଳେ ଗଞ୍ଜୁଗୁଡ଼ା ଜଗନ୍ନାଥ ମନ୍ଦିର ନିକଟରେ ଥିବା ଆମ୍ବ ବଗିଚାରେ ବୁଲୁଥିଲା ଏବଂ ତାକୁ ଦେଖିବା ନିମନ୍ତେ ଗ୍ରାମବାସୀଙ୍କ ଭିଡ଼ ମଧ୍ୟ ଜମିଥିଲା ପରେ ପରେ ସେହି ଦନ୍ତାହାତୀ ତରାବାଡ଼ି ଗ୍ରାମ ଦେଇ କୁନ୍ଦାସାହି ଜଙ୍ଗଲକୁ ସକାଳ ୧୧ଟା ସମୟରେ ଚାଲିଯାଇଥିଲା।

    ବର୍ତ୍ତମାନ ହାତୀର ସ୍ଥିତି ଅନୁଧ୍ୟାନ କରିବା ସଙ୍ଗେ ସଙ୍ଗେ କ୍ଷୟକ୍ଷତିର ଆକଳନ କରି ସମସ୍ତ ତଥ୍ୟ ସଂଗ୍ରହ କରି ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିବା ନିମନ୍ତେ ସ୍ଥାନୀୟ ବନ ବିଭାଗ କର୍ମଚାରୀ କାର୍ଯ୍ୟ କରୁଥିବା ସୂଚନା ମିଳିଛି। ଗତକାଲି ରାତିରେ ହାତୀପଲ କୌଣସି କ୍ଷୟକ୍ଷତି କରିଥିବା ସୂଚନା ନଥିବା ବେଳେ ଲୋକ ବି ଆଶ୍ୱସ୍ତ ଅଛନ୍ତି। କିଛି ଦିନ ଭିତରେ ହାତୀପଲ ବ୍ୟାପକ ଆମ୍ବ, ପଣସ, ଲିଚୁ, କଦଳୀ ଫସଲ ନଷ୍ଟ କରିଥିବା ବେଳେ ବହୁ ଘର ଭାଙ୍ଗି ମାଟିରେ ମିଶେଇ ଦେଇଥିଲେ। ଏବେ ହାତୀ ଅନ୍ୟ ରାସ୍ତାରେ ଗତିକରିବା ପରେ ଲୋକ ଶାନ୍ତିରେ ରାତିରେ ଶୋଇପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    0.9kmh
    0 %
    Sun
    30 °
    Mon
    29 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ