Saturday, July 27, 2024
24.6 C
Odisha

    ନିର୍ବାଚନ ପ୍ରଚାର ପାଇଁ ଓଡିଶା ଆସୁଛନ୍ତି କେନ୍ଦ୍ରୀୟ ନେତୃବୃନ୍ଦ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୧୫/୦୫: ଓଡିଶାର ସାମୁହିକ ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ବିକଶିତ ଓଡିଶା ଗଠନ ପାଇଁ ବିଜେପି ସରକାର ଦରକାର । ଓଡିଆ ଭାଷା, ସଂସ୍କୃତି, ଐତିହ୍ୟ, ପରଂପରା, କଳା, ଭାସ୍କର୍ଯ୍ୟ ଆଦିର ସୁରକ୍ଷା ପାଇଁ ବିଜେପି ଏକମାତ୍ର ବିକଳ୍ପ । ଓଡିଶାବାସୀଙ୍କ ସେବା ପାଇଁ ବିଜେପିକୁ ଥରେ ସୁଯୋଗ ଦେବାକୁ ରାଜ୍ୟବାସୀ ମନସ୍ଥିର କରିଛନ୍ତି । ଦୀର୍ଘ ୨୫ ବର୍ଷର ଭ୍ରଷ୍ଟାଚାରୀ, ଦୁର୍ନୀତିଖୋର ଓ ବ୍ୟଭୀଚାରୀ ବିଜେଡି ସରକାରର ଅନ୍ତ ହେବା ନିହାତି ଆବଶ୍ୟକ । ନୂତନ ଓଡିଶା ଗଠନ ପାଇଁ ରାଜ୍ୟ ରାଜନୀତିରେ ପରିବର୍ତନ ଆସିବ ଏବଂ ଓଡିଶାରେ ବିଜେପିର ସରକାର ଗଠନ ହେବ । ବିଜେପିର ପ୍ରଚାରକୁ ଶାଣିତ କରିବା ପାଇଁ କେନ୍ଦ୍ରୀୟ ନେତାମାନେ ଓଡ଼ିଶା ଆସୁଛନ୍ତି ।
    ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡା ଆସନ୍ତା କାଲି ଭୁବନେଶ୍ୱରଠାରେ ଅନୁଷ୍ଠିତ ରୋଡ ସୋ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିବେ । ଏହା ପରେ ଶ୍ରୀ ନଡ୍ଡା ବରଗଡର ପଦ୍ମପୁର ଏବଂ ସୁନ୍ଦରଗଡଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ।
    ଦୁଇ ଦିନିଆ ଓଡିଶା ଗସ୍ତରେ ଥିବା ଲୋକସଭା ବାଚସ୍ପତି ଶ୍ରୀ ଓମ ବିର୍ଲା ଆସନ୍ତା କାଲି ୧୬ତାରିଖରେ ଝାରସୁଗୁଡା ଏବଂ ସମ୍ବଲପୁରଠାରେ ଅନୁଷ୍ଠିତ ନିର୍ବାଚନ ପ୍ରଚାର କାର୍ଯ୍ୟରେ ଯୋଗ ଦେବେ ।
    ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱଶର୍ମା ବ୍ରଜରାଜନଗର, ବଣାଇ ଏବଂ ବରଗଡର ଅତାବିରାଠାରେ ଏବଂ ସଂଧ୍ୟାରେ ଜଟଣୀଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ । ଶ୍ରୀ ବିଶ୍ୱଶର୍ମା ୧୭ ତାରିଖ ଦିନ କବିସୂର୍ଯ୍ୟନଗର, କଂଟାବାଂଜୀ, ଲୋଇସିଂଘା ଏବଂ ସଂଧ୍ୟାରେ ଡେଲାଙ୍ଗ-କଣାସଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ ।
    ଛତିଶଗଡ ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁଦେବ ସାଏ ଆସନ୍ତା କାଲି ୧୬ ତାରିଖ ଦିନ ବିଜେପୁର, ବିରମହାରାଜପୁରଠାରେ ଏବଂ ୧୭ ତାରିଖ ଦିନ ତଳସରା, ସୁନ୍ଦରଗଡ ଏବଂ ରାଜଗାଙ୍ଗପୁରଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ ।
    କେନ୍ଦ୍ରମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ଯାଦବ ଆସନ୍ତା କାଲି ୧୬ ତାରିଖ ଦିନ ହିଂଜିଳିଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ ।
    ସେହିପରି ସାଂସଦ ଶ୍ରୀମତୀ ହେମାମାଲିନୀ ଆସନ୍ତା ୧୭ ତାରିଖ ଦିନ ଭୁବନେଶ୍ୱରର ସାଲିଆ ସାହିଠାରେ, କଟକ ସଦର ନିର୍ବାଚନମଣ୍ଡଳୀର କିଶୋରନଗରଠାରେ, ପିପିଲିଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବା ସହିତ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ୍ ୧୭ ତାରଖ ଦିନ ସାନଖେମୁଣ୍ଡି, ଦଶପଲ୍ଲା ଏବଂ ଜି.ଉଦୟଗିରିଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ ।
    ରେଳମନ୍ତ୍ରୀ ଶ୍ରୀ ଅଶି୍ୱନୀ ବୈଷ୍ଣବ ଆସନ୍ତା ୧୭ ତାରିଖ ଦନ କଟକର ନରସିଂହପୁର, ଆଠଗଡରେ ଏବଂ ୧୮ ତାରିଖ ଦିନ ବଣାଇ ଓ ସୁନ୍ଦରଗଡଠାରେ ଅନୁଷ୍ଠିତ ଜନସଭାରେ ଯୋଗ ଦେବେ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ