Wednesday, January 14, 2026
15.2 C
Odisha

    ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଅଯୋଧ୍ୟାକୁ ଓଡ଼ିଶାରୁ ଗଡ଼ିପାରେ ୧୦ ସ୍ୱତନ୍ତ୍ର ଟ୍ରେନ୍

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ଏହାପରେ ଅଯୋଧ୍ୟାକୁ ସାରା ଦେଶରୁ ଭକ୍ତଙ୍କ ସୁଅ ଛୁଟିବ। ଦେଶର କୋଣ-ଅନୁକୋଣରୁ ଶ୍ରଦ୍ଧାଳୁ ଅଯୋଧ୍ୟାରେ ପହଞ୍ଚିବେ। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭାରତୀୟ ରେଳବାଇ ଅଯୋଧ୍ୟାକୁ ‘ଆସ୍ଥା’ ସ୍ପେଶାଲ ଟ୍ରେନ୍ ଚଳାଚଳ ଆରମ୍ଭ କରାଇବ। ଏସବୁ ଟ୍ରେନ୍ ଦେଶର ୬୬ଟି ସ୍ଥାନରୁ ସିଧାସଳଖ ରେଳପଥରେ ଅଯୋଧ୍ୟା ସହ ଯୋଡ଼ିହେବ। ତେବେ ଓଡ଼ିଶାରୁ ମଧ୍ୟ ଅଯୋଧ୍ୟାକୁ ‘ଆସ୍ଥା’ ସ୍ପେଶାଲ ଟ୍ରେନ୍ ଚଳାଇବାକୁ ଦାବି ଜୋର ଧରିଛି। ଓଡ଼ିଶାରୁ ଅଯୋଧ୍ୟାକୁ ପାଖାପାଖି ୧୦ଟି ସ୍ୱତନ୍ତ୍ର ‘ଆସ୍ଥା’ ଟ୍ରେନ୍ ଚାଲିପାରେ। ଏହି ଟ୍ରେନଗୁଡିକ ରାଜ୍ୟର ପୁରୀ, ଭୁବନେଶ୍ବର, କଟକ, ରାୟଗଡ଼ା , ସମ୍ବଲପୁର ଏବଂ ବାଲେଶ୍ବରରୁ ଚାଲିପାରେ।ପ୍ରତ୍ୟେକ ‘ଆସ୍ଥା’ ସ୍ପେଶାଲ ଟ୍ରେନରେ ୨୨ଟି କୋଚ୍ ରହିବ। ‘ଆସ୍ଥା’ ଟ୍ରେନ୍ ମାଧ୍ୟମରେ ଶ୍ରଦ୍ଧାଳୁ ସହଜରେ ଅଯୋଧ୍ୟାରେ ପହଞ୍ଚି ପାରିବେ। ଯାତ୍ରୀଙ୍କ ସଂଖ୍ୟା ଓ ଚାହିଦାକୁ ଦେଖି ପରବର୍ତ୍ତୀ ସମୟରେ ଟ୍ରେନ୍ ସଂଖ୍ୟା ବଢ଼ାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ସମଗ୍ର ଦେଶରେ ପ୍ରାୟ ୨୦୦ଟି ‘ଆସ୍ଥା’ ସ୍ପେଶାଲ ଟ୍ରେନ୍ ଚଳାଚଳ କରିବ। ଏହି ଟ୍ରେନ୍ ଆରମ୍ଭ ଷ୍ଟେସନରୁ ଅଯୋଧ୍ୟା ମଧ୍ୟରେ ସ୍ୱଳ୍ପ ସ୍ଥାନରେ ରହଣୀ କରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    15.2 ° C
    15.2 °
    15.2 °
    47 %
    1.8kmh
    0 %
    Tue
    15 °
    Wed
    27 °
    Thu
    28 °
    Fri
    29 °
    Sat
    30 °

    ସମ୍ବନ୍ଧିତ