Sunday, October 18, 2026
23.2 C
Odisha

    ମୋର ନିଷ୍ପତ୍ତି ହିଁ ଦଳ ପାଇଁ ଚୂଡ଼ାନ୍ତ: ମମତା ବାନାର୍ଜୀ

    ଆଗକୁ ପଢନ୍ତୁ

    କୋଲକାତା: ମୁଁ ବର୍ତ୍ତମାନ ବଞ୍ଚିଛି। ‌ମୋର ନିଷ୍ପତ୍ତି ହିଁ  ଦଳ ପାଇଁ ଅନ୍ତିମ ନିଷ୍ପତ୍ତି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ତୃଣମୂଳ କଂଗ୍ରେସର ବିଧାୟକ ଦଳ ବୈଠକରେ କହିଛନ୍ତି। ଆଜି ବିଧାନସଭା ଭବନର ନୌସାଦ୍‌ ଅଲ୍ଲୀ ପ୍ରକୋଷ୍ଠରେ ଟିଏମ୍‌ସି ବିଧାୟକଙ୍କ ବୈଠକ ହୋଇଥିଲା। ଏଥିରେ ରାଜ୍ୟ ଅଧ୍ୟକ୍ଷ ସୁବ୍ରତ ବକ୍ସି ଓ ଅନ୍ୟ ବରିଷ୍ଠ କର୍ମକର୍ତ୍ତାଙ୍କ ସହ ବିଧାୟକମାନ ଯୋଗ ଦେଇଥିଲେ। ଦଳରେ ବିଶୃଙ୍ଖଳା ଉପରେ କଠୋର ହେବା ପାଇଁ ମତଦେଇ ମମତା କହିଥିଲେ, ବର୍ତ୍ତମାନ ସେ ଜୀବିତ ଅଛନ୍ତି।

    ରାଜ୍ୟ ଅଧ୍ୟକ୍ଷ ବକ୍ସି ଦା (ସୁବ୍ରତ ବକ୍ସି) ଓ‌ ସେ ଦଳର ପରିଚାଳନା କରିବେ। ଦଳରେ ସମସ୍ତେ ସମାନ। ଆଜି କିଛି ମନ୍ତ୍ରୀ ହୋଇଛନ୍ତି, ସେମାନେ କାଲି ବିଧାୟକ ହେବେ।  ପଦପଦବି ନେଇ ଚିନ୍ତିତ ହେବା ଆବଶ୍ୟକ ନାହିଁ। ଲୋକଙ୍କ ସହ ଯୋଡ଼ି ହେବାକୁ ଚେଷ୍ଟା କରନ୍ତୁ ଓ‌ ସେମାନଙ୍କ ପାଇଁ କାମ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ବାନାର୍ଜୀ କହିଛନ୍ତି। ଏହା ସହ ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ଯୁବକ ଓ ଛାତ୍ର ସଂଗଠନର ନେତୃତ୍ବ ପରିବର୍ତ୍ତନ କରିବେ ବୋଲି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ସପ୍ତାହରେ ମମତାଙ୍କ କାଳୀଘାଟ ବାସଭବନରେ ଦଳର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା। ଏଥିରେ ଦଳର ବିଭିନ୍ନ କମିଟି  ଗଠନ କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ