Tuesday, May 7, 2024
33.6 C
Odisha

    ଭାରତକୁ ମିଳିଲା ନୂଆ ସଚିନ: ଭୟ କରୁଛି ଅଷ୍ଟ୍ରେଲିଆ!

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ପରେ ଏବେ ଭାରତୀୟ କ୍ରିକେଟକୁ ମିଳିଛନ୍ତି ଆଉ ଜଣେ ନୂଆ ସଚିନ । ଦକ୍ଷିଣ ଆଫ୍ରିକାରେ ଦମଦାର ପ୍ରଦର୍ଶନ ପରେ ସମସ୍ତଙ୍କ ମୁହଁରେ ସଚିନଙ୍କ ନାଁ । ଏବେ ସେ ସଚିନ ତେନ୍ଦୁଲକରଙ୍କ ସ୍ଥାନକୁ ପୁରଣ କରିବାକୁ ଯାଉଛନ୍ତି ବୋଲି ମଧ୍ୟ କୁହାଯାଉଛି । ସଚିନ ତେନ୍ଦୁଲକରଙ୍କ ଏବେ ନୂଆ ସଚିନ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ବ୍ୟାଟିଂ କରିବେ ବୋଲି କ୍ରିକେଟପ୍ରେମୀ ଆଶା ପ୍ରକଟ କରିଛନ୍ତି । କାରଣ ଭାରତୀୟ ଅଣ୍ଡର-୧୯ ଦଳରଷ୍ଟାର ଖେଳାଳି ସଚିନ ଧସ ଦକ୍ଷିଣ ଆଫ୍ରିକା ବିପକ୍ଷରେ ରୋମାଞ୍ଚକର ଖେଳ ଦେଖାଇଛନ୍ତି । ଆସନ୍ତା ଫେବୃଆରୀ ୧୧ ତାରିଖରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଅଣ୍ଡର ୧୯ ବିଶ୍ୱକପର ଫାଇନାଲ ମ୍ୟାଚ । ତେବେ ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପାଇଁ ବିପଦ ସାଜି ପାରନ୍ତି ଟିମ ଇଣ୍ଡିଆର ନୂଆ ସଚିନ । ମାଷ୍ଟର ବ୍ଲାଷ୍ଟର ସଚିନଙ୍କ ଭଳି ବ୍ୟାଟିଂ କରି ସେ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛନ୍ତି । ଏହାସହିତ ବର୍ତ୍ତମାନ ସେ ଦମଦାର ଫର୍ମରେ ରହିଥିବା ବେଳେ ଅଷ୍ଟ୍ରେଲିଆ ଦଳ ପାଇଁ ସେ ବିପଦ ହୋଇପାରନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ନିଜର ବିସ୍ପୋରକ ବ୍ୟାଟିଂର ଜଲୱା ଦେଖାଇଛନ୍ତି ସଚିନ୍ ଧସ । ୨୪୫ ରନର ବିଜୟ ଲକ୍ଷ୍ୟ ନେଇ ଖେଳୁଥିବା ଟିମ ଇଣ୍ଡିଆ ପ୍ରାରମ୍ଭିକ ଝଟକା ଲାଗିବା ପରେ ଅଧିନାୟକ ଉଦୟ ସାହାରନଙ୍କ ସହ ମିଶି ସଚିନ୍ ଧସ ଦଳକୁ ବିଜୟୀ କରାଇଥିଲେ । ମାତ୍ର ୯୫ ବଲରୁ ୧୧ଟି ଚୌକା ଏବଂ ଗୋଟିଏ ଛକା ସହ ୯୬ ରନର ଇନିଂସ ଖେଳି ଭାରତକୁ ରୋମାଞ୍ଚକର ବିଜୟ ଭେଟି ଦେଇଛନ୍ତି ସଚିନ୍ । ତେବେ ସଚିନଙ୍କ ଏହି ଇନିଂସ ଦେଖିବା ପରେ ଭାରତୀୟ ଫ୍ୟାନ୍ସମାନଙ୍କ ଆଶା ତାଙ୍କ ପ୍ରତି ଆହୁରି ବଢିଯାଇଛି । ଫାଇନାଲ ମ୍ୟାଚରେ ମଧ୍ୟ ତାଙ୍କ ବ୍ୟାଟରୁ ଏହିଭଳି ଏକ ଦମଦାର ଇନିଂସ ଦେଖିବାକୁ ମିଳିବ ବୋଲି ଅପେକ୍ଷା କରିଛନ୍ତି କୋଟି କୋଟି ଭାରତୀୟ । ସଚିନ ପୁନେରେ ଅଣ୍ଡର ୧୯ ଟୁର୍ଣ୍ଣାମେଣ୍ଟରେ ଏମିତି ଛକା ମାରିଥିଲେ ଯାହାପରେ ଆୟୋଜକ ତାଙ୍କର ବ୍ୟାଟକୁ ଆସି ଚେକ କରିଥିଲେ । ଆଉ ଏବେ ସେହି ସଚିନ କରୁଛନ୍ତି ବିଶ୍ୱକପ୍ରେ କମାଲ । ସଚିନ ଏବେ ୨୦୨୪ ଅଣ୍ଡର ୧୯ ବିଶ୍ୱକପ୍ରେ ସବୁଠାରୁ ଅଧିକ ରନ୍ କରିଥିବା ଖେଳାଳି ମାନଙ୍କ ମଧ୍ୟରେ ଆସୁଛନ୍ତି । ଏବେ ପର୍ଯ୍ୟନ୍ତ ସେ ୬ଟି ମ୍ୟାଚ୍ ଖେଳି ୭୩.୫୦ ଆଭ୍ରେଜରେ ୨୯୪ ରନ୍ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    33.6 ° C
    33.6 °
    33.6 °
    49 %
    3.5kmh
    36 %
    Tue
    33 °
    Wed
    39 °
    Thu
    38 °
    Fri
    40 °
    Sat
    41 °

    ସମ୍ବନ୍ଧିତ