Saturday, October 10, 2026
21.6 C
Odisha

    ୨୦୪୭ରେ ଭାରତ ବିଶ୍ୱର ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଣୀ ହେବ: ଶାହ

    ଆଗକୁ ପଢନ୍ତୁ

    ମସୁରୀ: କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଉତ୍ତରାଖଣ୍ଡର ମସୁରୀସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସିନକ ଏକାଡେମୀ (ଏଲବିଏସଏନଏଏ)ରେ ୯୯ତମ କମନ୍ ଫାଉଣ୍ଡେସନ୍ ପାଠ୍ୟକ୍ରମର ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଯୁବ ଅଧିକାରୀମାନଙ୍କୁ ଉଦବୋଧନ ଦେଇ ଗୃହମନ୍ତ୍ରୀ କହିଛନ୍ତି ଯେ, ଆଜି ଏକ ବିକଶିତ ଓ ଆତ୍ମନିର୍ଭରଶୀଳ ଭାରତ ଗଠନ କରୁଥିବା ସ୍ଥପତିଙ୍କ ଏକ ଗୋଷ୍ଠୀ ଏଠାରେ ଉପସ୍ଥିତ ଅଛନ୍ତି, ଯେଉଁମାନେ ଅଭ୍ୟାସ, ପରିଶ୍ରମ ଏବଂ ଶକ୍ତିରେ ପରିପୂର୍ଣ୍ଣ। କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମ ସମସ୍ତଙ୍କ ପାଇଁ ଏକ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ଯେ ୨୦୪୭ରେ ଯେତେବେଳେ ଦେଶ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବ, ସେତେବେଳେ ଭାରତ ବିଶ୍ୱର ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଣୀ ହେବ। ବିକଶିତ ଓ ଆତ୍ମନିର୍ଭର ଭାରତ ଗଠନ ଦିଗରେ ଯୁବ ଅଧିକାରୀମାନେ ଆଗାମୀ ୨୫ ବର୍ଷ ମଧ୍ୟରେ କରିଥିବା କାର୍ଯ୍ୟ ଦେଶର ସ୍ୱାଧୀନତା ପାଇଁ ଲଢ଼ିଥିବା ମହାନ ନେତାଙ୍କ ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବ ବୋଲି ଶ୍ରୀ ଶାହ ଉପସ୍ଥିତ ଅଧିକାରୀମାନଙ୍କୁ କହିଥିଲେ। ଦେଶର ୧୪୦ କୋଟି ନାଗରିକ ଏକାଠି ହୋଇ ଏହାକୁ ବାସ୍ତବ ରୂପ ଦେଲେ ହିଁ ଏହି ମିଶନ ସଫଳ ହେବ ବୋଲି ସେ କହିଛନ୍ତି।

    ପ୍ରଶାସନିକ ସେବାରେ ନିଜ ପରିବର୍ତ୍ତେ ଅନ୍ୟମାନଙ୍କ ପାଇଁ ଚିନ୍ତା କରିବା ଠାରୁ ବଡ଼ ମନ୍ତ୍ର ଆଉ କିଛି ନାହିଁ। ସାର୍ବଜନୀନ ଜୀବନରେ ପ୍ରବେଶ କରିବା ପରେ ଅଧିକାରୀମାନେ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ଦିଗରେ ଧ୍ୟାନ ଦେବା ଉଚିତ ବୋଲି ସେ ଉଲ୍ଲେଖ କରିଛନ୍ତି। ଜିଲ୍ଲାପାଳ ଭାବରେ କାର୍ଯ୍ୟ କରିବା ସମୟରେ ଅଧିକାରୀମାନେ ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଏବଂ ଡାଟାର ସର୍ବାଧିକ ବ୍ୟବହାର କରିବା ଉଚିତ, ଯାହା ସେମାନଙ୍କ ନିଷ୍ପତ୍ତିକୁ ଅଧିକ ପ୍ରଭାବଶାଳୀ ଏବଂ ସଠିକ୍ କରିବ ବୋଲି ଶ୍ରୀ ଶାହ ରୁତ୍ୱାରୋପ କରିଥିଲେ।ସେ କହିଥିଲେ ଯେ ବିକାଶ ପରିସଂଖ୍ୟାନରୁ ନୁହେଁ ବରଂ ଫଳାଫଳରୁ ଆସିଥାଏ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ସମ୍ପୂର୍ଣ୍ଣ ସରକାର ଆଭିମୁଖ୍ୟ’ ବିଷୟରେ ଉଲ୍ଲେଖ କରି ଶ୍ରୀ ଶାହ କହିଥିଲେ ଯେ କୌଣସି କାର୍ଯ୍ୟକଳାପ ଅଲଗା ହୋଇ ଫଳପ୍ରଦ ହୋଇପାରିବ ନାହିଁ ଏବଂ ଏହି ଆଭିମୁଖ୍ୟ ସହିତ କାର୍ଯ୍ୟ କରିବା ଦ୍ୱାରା ହିଁ ସଫଳତା ହାସଲ କରାଯାଇପାରିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମକୁ ‘ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ’ ସହିତ ସାମାଜିକ ସୌହାର୍ଦ୍ଦ୍ୟ ଦିଗରେ ମଧ୍ୟ କାର୍ଯ୍ୟ କରିବାକୁ ହେବ, କାରଣ ପ୍ରତ୍ୟେକ ବ୍ୟକ୍ତି ସମାନ ସୁଯୋଗ ନ ପାଇଲେ ଦେଶ ବିକାଶ ପଥରେ ଅଗ୍ରଗତି କରିପାରିବ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    83 %
    1kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ