Monday, April 6, 2026
31.8 C
Odisha

    ଭୁଶୁଡ଼ି ପଡ଼ିଲା ତମ୍ବୁ, ଅଳ୍ପକେ ବର୍ତ୍ତିଲେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ

    ଆଗକୁ ପଢନ୍ତୁ

    ଶିବପୁରୀ : ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରୁ ଆସିଛି ଏକ ବଡ ଖବର । ଏଠାରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ କାର୍ଯ୍ୟକ୍ରମରେ ବର୍ଷା ଯୋଗୁଁ ମଞ୍ଚର ତମ୍ବୁ ଭୁଶୁଡ଼ି ପଡ଼ିଥିଲା। ମଞ୍ଚର ତମ୍ବୁ ପଡ଼ିବା ସମୟରେ ସିନ୍ଧିଆ ମଞ୍ଚ ଉପରେ ଉପସ୍ଥିତ ଥିଲେ, କିନ୍ତୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ।
    ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁନାରୁ ନିର୍ବାଚନ ଜିତିବାପରେ ପ୍ରଥମ ଥର ପାଇଁ ଶିବପୁରୀ ଆସିଥିଲେ। ଏଠାରେ ସେ ଏକ ରୋଡ୍ ସୋ’ କରିଥିଲେ। ଏହି ସମୟରେ ମାଧବ ଛକରେ ଏକ ସଭାର ମଧ୍ୟ ଆୟୋଜନ କରାଯାଇଥିଲା। ରାତି ପ୍ରାୟ ୮ଟାରେ ବଜ୍ରପାତ ସହ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା। ବର୍ଷା ଭିତରେ ସିନ୍ଧିଆ ମଞ୍ଚରେ ନେତାମାନଙ୍କ ସହ ହାତ ଯୋଡି ଅଭିବାଦନ ଜଣାଇଥିଲେ। ଏହି ସମୟରେ ହଠାତ୍ ପ୍ରବଳ ଝଡ଼ ତୋଫାନ ହେବାରୁ ଟେଣ୍ଟ ଭୁଶୁଡ଼ି ପଡ଼ିବାରୁ ସେଠାରେ ଉପସ୍ଥିତ ନେତା ଓ ଅଧିକାରୀଙ୍କ ସମେତ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।

    ଟେଣ୍ଟ ଭୁଶୁଡ଼ିବା ପରେ ସୁରକ୍ଷା ଦୃଷ୍ଟିରୁ ବିଦ୍ୟୁତ୍ ସରବରାହ ବନ୍ଦ କରି ଦିଆଯାଇଥିଲା। ଏହାପରେ ଗୃହକୁ ମଧ୍ୟ ମୁଲତବୀ ରଖାଯାଇଥିଲା। ମଞ୍ଚରେ ଉପସ୍ଥିତ ଥିବା ଲୋକ ଓ ସୁରକ୍ଷା କର୍ମୀମାନେ କୌଣସି ପ୍ରକାରେ ଟେଣ୍ଟକୁ ଅଟକାଇବା ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ସେଠାରୁ ସୁରକ୍ଷିତ ଭାବେ ବାହାର କରି ଦିଆଯାଇଥିଲା। ଏହି ଘଟଣାରେ କେହି ଆହତ ହୋଇନାହାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.8 ° C
    31.8 °
    31.8 °
    38 %
    6kmh
    61 %
    Mon
    30 °
    Tue
    37 °
    Wed
    39 °
    Thu
    39 °
    Fri
    39 °

    ସମ୍ବନ୍ଧିତ