Sunday, September 27, 2026
21.7 C
Odisha

    ବିଭିନ୍ନ ଯୋଜନାରେ ନାଗରିକଙ୍କୁ ଋଣ ପ୍ରଦାନ କରାଯାଇ ସଶକ୍ତ ଓ ସ୍ୱାବଲମ୍ବୀ କରାଯାଉଛି: କେନ୍ଦ୍ରମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର/ସମ୍ବଲପୁର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦିନିଆ ସମ୍ବଲପୁର ଗସ୍ତ କରିଛନ୍ତି। ଏହି ଗସ୍ତ କାଳରେ ସେ ଋଣ ସମ୍ପ୍ରସାରଣ ମେଳାରେ ଯୋଗ ଦେଇଛନ୍ତି। ଏହି ଅବସରରେ ‌କେନ୍ଦ୍ରମନ୍ତ୍ରୀ ୭୦,୭୬୯ ଜଣ ଗ୍ରାହକଙ୍କୁ ୨୨୮୯ କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି। ଏମଏସଏମଇ, ମାଇକ୍ରୋ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ଅଭିବୃଦ୍ଧି ନେଇ କେନ୍ଦ୍ର ସରକାର ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି। କେନ୍ଦ୍ରମନ୍ତ୍ରୀ ପଂକଜ ଚୈଧୁରୀଙ୍କ ଉପସ୍ଥିତିରେ ଶ୍ରୀ ପ୍ରଧାନ ପିଏମ୍ ମୁଦ୍ରା, ପିଏମ୍ ସ୍ୱନିଧି, ପିଏମଇଜିପି, କେସିସି, ଷ୍ଟାଣ୍ଡ ଅପ୍ ଇଣ୍ଡିଆ, ଶିକ୍ଷା ଓ ଗୃହ ଋଣ ସହିତ ବିଭିନ୍ନ ପ୍ରକାର ଋଣ ଲୋକଙ୍କୁ ପ୍ରଦାନ କରିଛନ୍ତି। ଏହାଦ୍ୱାରା କ୍ଷୁଦ୍ର ଉଦ୍ୟୋଗକୁ ବଡ଼ ପ୍ରୋତ୍ସାହନ ମିଳିବ ବୋଲି କହିଛନ୍ତି।

    କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଦାରିଦ୍ର୍ୟକୁ ହ୍ରାସ କରି ଲୋକମାନଙ୍କୁ ଆତ୍ମନିର୍ଭର କରିବା ସହ ସେମାନଙ୍କୁ ସ୍ୱାଭିମାନୀ କରିବା ପାଇଁ ପ୍ରତିଜ୍ଞା କରିଛନ୍ତି। ରିଟେଲ ଲୋନ, ମୁଦ୍ରା, ଷ୍ଟାଣ୍ଡ୍ ଅପ୍, ପିଏମ ସ୍ୱନିଧି ଭଳି ବିଭିନ୍ନ ଯୋଜନାରେ ନାଗରିକମାନଙ୍କୁ ଋଣ ପ୍ରଦାନ କରାଯାଇ ସଶକ୍ତ ଓ ସ୍ୱାବଲମ୍ବୀ କରାଯାଉଛି। କିଷାନ କ୍ରେଡିଟ୍ କାର୍ଡରେ କୃଷି ଋଣ ସମେତ ମତ୍ସ୍ୟଚାଷ, ପଶୁ ପାଳନ, କୁକୁଡା ପାଳନ ପାଇଁ ଋଣ ଉପଲବ୍ଧ କରାଯିବାର ଯୋଜନା ଫଳରେ ଚାଷୀମାନେ ଉପକୃତ ହେଉଛନ୍ତି।ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶାସନରେ ଗରିବ, ମହିଳା, ଚାଷୀ ଓ ଯୁବକଙ୍କ ସମେତ କୌଳିକ ବୃତ୍ତିଧାରୀମାନଙ୍କୁ ସ୍ୱଳ୍ପ ସୁଧରେ ଋଣ ସହାୟତା ଦିଆଯାଉଥିବା ଦ୍ୱାରା ସେମାନେ ଆତ୍ମନିର୍ଭର ହେଉଛନ୍ତି। ପୂର୍ବରୁ ଓଡ଼ିଶାରେ ଋଣ ସହାୟତା ୬୭ ହଜାର କୋଟି ଟଙ୍କା ଥିବା ବେଳେ ମୋଦୀ ସରକାରରେ ଏହା ତିନି ଗୁଣା ବୃଦ୍ଧି ପାଇ ୨ ଲକ୍ଷ ୧୪ କୋଟି ଟଙ୍କାରେ ପହଞ୍ଚିଛି। ସାମାଜରେ ସନ୍ତୁଳିତ ବିକାଶ ଆଣିବା ପାଇଁ ମୋଦୀ ସରକାର ବଦ୍ଧପରକର।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    21.7 ° C
    21.7 °
    21.7 °
    96 %
    1.3kmh
    39 %
    Sun
    29 °
    Mon
    30 °
    Tue
    30 °
    Wed
    30 °
    Thu
    31 °

    ସମ୍ବନ୍ଧିତ