Saturday, September 26, 2026
24.4 C
Odisha

    ଚୋର ବୋଲି ଭାବି ମଦ୍ୟପ ବରଯାତ୍ରୀଙ୍କୁ ନିସ୍ତୁକ ମାଡ଼

    ଆଗକୁ ପଢନ୍ତୁ

    ଦେଓରିଆ: ବୁଧବାର ରାତିରେ ଉତ୍ତରପ୍ରଦେଶର ଗୋରଖପୁରର ପଡୋଶୀ ଦେଓରିଆ ଜିଲ୍ଲାରେ ଏକ ବିବାହ ଉତ୍ସବରେ ଦେଖିବାକୁ ମିଳିଛି ହାଇ ଭୋଲ୍‌ଟେଜ୍‌ ଡ୍ରାମା। ବର ପକ୍ଷର ଜଣେ ବ୍ୟକ୍ତିଙ୍କୁ ଝିଅ ଘର‌ ଲୋକ ଭୁଲ୍‌ରେ ଚୋର ବୋଲି ଭାବି ନିସ୍ତୁକ ମାଡ଼ ମାରୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।

    ମାଡ ମାରିବାର ଭିଡିଓ ଏକ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ଦେଓରିଆର ତାରକୁଲୱା ଗ୍ରାମରେ ହୋଇଥିଲା। ଯେଉଁଠାରେ ବରଯାତ୍ରୀମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ମଦ ପିଇ ବାଟବଣା ହୋଇ ଯାଇଥିଲେ। ତା’ପରେ ସେ ବ୍ୟକ୍ତି ଜଣକ ବିଳମ୍ବରେ ଆସି କବାଟ ବାଡେଇଥିଲେ। ତାଙ୍କୁ ଲୋକ ଚିହ୍ନି ନପାରି ଚୋର ଚୋର କହି ଚିତ୍କାର କରିଥିଲେ।

    ତା’ପରେ ତାଙ୍କୁ ସମସ୍ତେ ମିଶି ନିଧୁମ୍‌ ଛେଚିଥିଲେ। ଏପରିକି ତାଙ୍କୁ ଏକ ବିଜୁଳିବତୀ ଖୁଣ୍ଟିରେ ବାନ୍ଧି ମାଡ଼ ମାରିଥିଲେ। ଏହି ଆକ୍ରମଣ ସମୟରେ ଅନେକ ଉପସ୍ଥିତ ବ୍ୟକ୍ତି ଏହି ନିଷ୍ଠୁର ଦୃଶ୍ୟର ସୁଟିଂ କରିଥିଲେ, ପରେ ଏହାକୁ ସୋସିଆଲ ମିଡିଆରେ ସେୟାର କରିଥିଲେ, ଯାହାଫଳରେ ଏହା ଶୀଘ୍ର ଭାଇରାଲ ହୋଇଥିଲା।

    ପୁଲିସକୁ ଖବର ପାଇ ତାଙ୍କୁ ସ୍ଥାନୀୟ ପୁଲିସ ଷ୍ଟେସନକୁ ନେଇ ଯାଇଥିଲା। ଯେଉଁଠାରେ ତାଙ୍କର କ୍ଷତ ଚିକିତ୍ସା କରାଯାଇଥିଲା। ସକାଳେ ପୀଡ଼ିତାଙ୍କ ପରିବାର ତାଙ୍କୁ ନେବାକୁ ଘରକୁ ନେଇଯାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.4 ° C
    24.4 °
    24.4 °
    94 %
    2.9kmh
    100 %
    Fri
    24 °
    Sat
    30 °
    Sun
    29 °
    Mon
    29 °
    Tue
    30 °

    ସମ୍ବନ୍ଧିତ