Saturday, October 10, 2026
24.4 C
Odisha

    ଦିଲ୍ଲୀରେ ଚମକିଲେ କଳାହାଣ୍ଡିର ବୋହୂ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା ପ୍ରାଇଡ଼ ଅଫ ଇଣ୍ଡିଆ ପ୍ରତିଯୋଗିତାରେ ଭବାନୀପାଟଣା ସହରର ପି.ଲକ୍ଷ୍ମୀ ରାଇଜିଂ ଷ୍ଟାର ବିଜେତା ହୋଇ କଳାହାଣ୍ଡି ପାଇଁ ଗୌରବ ଆଣିଛନ୍ତି। ୧୯୮୪ରେ ଭବାନୀପାଟଣା ମନ୍ଦାରବଗିଚା ପଡ଼ାରେ ଜନ୍ମ ହୋଇଥିଲେ। ପରେ ଭବାନୀପାଟଣା ଦର୍ପଣସାଗର ପଡ଼ାର ପି. ଗୌରୀ ଶଙ୍କର ଆଚାରୀଙ୍କ ସହ ତାଙ୍କର ବାହାଘର ହେଇଥିଲା। ଛୋଟବେଳୁ ସେ ଅଭିନେତ୍ରୀ ହେବାର ଇଚ୍ଛା ଥିଲେ ବି କମ ବୟସରେ ବିବାହ ହେଇଥିବାରୁ ତାଙ୍କ ସ୍ବପ୍ନ ପୂରଣ କରିପାରି ନ ଥିଲେ। ବର୍ତ୍ତମାନ ସ୍ବାମୀ ଓ ଦୁଇ ପୁଅ ଝିଅଙ୍କଠାରୁ ପ୍ରେରଣା ପାଇ ସେ ପୁଣିଥରେ ୟୁଟ୍ୟୁବରେ ଲକ୍ଷ୍ମୀ କିଚେନ ନାମରେ ଏକ ଚ୍ୟାନେଲ ଖୋଲି ନିଜ ରୋଷେଇ ଭିଡିଓ ଅପଲୋଡ଼ କରିଥିଲେ । ପରେ ଇନଷ୍ଟାଗ୍ରାମରେ ବିଭିନ୍ନ ପ୍ରକାର ରିଲ ତିଆରି କରି ଅପଲୋଡ କରିଥିଲେ। ସେଠାରୁ ସେ ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆବେଦନ କରି ଚୟନ ହୋଇଥିଲେ। ପରେ ଦିଲ୍ଲୀ ଯାଇ ପ୍ରତିଯୋଗିତାରେ ଭାଗ ନେଇଥିଲେ। ପରେ ସେ ବିଜେତା ହେଇଥିଲେ। ଏହି ସଫଳତା ନେଇ ଜିଲାର ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ