Tuesday, October 6, 2026
30.4 C
Odisha

    ସ୍କୁଲରେ ଶିଶୁକୁ ତିନିଜଣ ନାବାଳକ କଲେ ଦୁଷ୍କର୍ମ ଉଦ୍ୟମ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉଧମ ସିଂ ନଗର ଜିଲ୍ଲାର ସୀତାରଗଞ୍ଜ ପୁଲିସ ଷ୍ଟେସନ ଅଞ୍ଚଳରେ ଜଣେ ଚାରି ବର୍ଷର ବାଳିକାକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ଗତସୋମବାର ଲୌକା ଗାଁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଘଟିଥିବା ପୁଲିସ ସୂତ୍ରରୁ ପ୍ରକାଶ।

    ପୀଡ଼ିତା ଶିଶୁର ମା’ ସୀତାରଗଞ୍ଜ ପୁଲିସ ଷ୍ଟେସନରେ ଅଭିଯୋଗ କରି କହିଛନ୍ତି, ‘ପ୍ରତିଦିନ ପରି ମୋ ଝିଅକୁ ସକାଳ ଆଠଟାରେ ସ୍କୁଲରେ ଛାଡି ଆସିଥିଲି। ସ୍କୁଲ ଛାଡ଼ି ଆସିବାର ତିନିଘଣଣ୍ଟା ପରେ ଝିଅ କାନ୍ଦିକାନ୍ଦି ଘରକୁ ଫେରିଥିଲା। ମୁଁ ତାକୁ କାନ୍ଦିବାର କାରଣ ପଚାରିବାରୁ ସେ କହିଥିଲା ଗ୍ରାମର ତିନିଜଣ ବାଳକ ତାକୁ ମାଡ଼ ମାରିବା ସହିତ ତାର ଗୁପ୍ତାଙ୍ଗରେ ଯନ୍ତ୍ରଣା ଦେଇଥିଲେ। ମୁଁ ଝିଅ ଠାରୁ ଏଭଳି କଥା ଶୁଣିବା ପରେ ମୋର ପାଦତଳୁ ମାଟି ଖସି ଯାଇଥିଲା। କ’ଣ କରିବି କିଛି ବୁଝି ପାରି ନଥିଲି। ମନକୁ ଦୃଢ଼ କରି ସ୍ବାମୀଙ୍କୁ ଘଟଣା ବିଷୟରେ ଜଣାଇବା ପରେ ଆମେ ଦୁହେଁ ଥାନାକୁ ଯାଇ ତିନିଜଣ ନାବାଳକଙ୍କ ବିରୋଧରେ ମାମଲା ରୁଜୁ କରିଛୁ।’

    ପୁଲିସ ଏହି ଘଟଣାରେ ସାମିଲ ଥିବା ଦୁଇଜଣ ନାବାଳକଙ୍କୁ ଅଟକ କରି ପଚରାଉଚରା କରୁଥିବା ବେଳେ ଅନ୍ୟ ଜଣଙ୍କ ପତ୍ତା ମିଳୁନାହିଁ। ତୃତୀୟ ନାବାଳକଙ୍କୁ ପୁଲିସ ଧରିବା ପାଇଁ ତଦନ୍ତ ଜାରି ରଖିଛି।

    ପୁଲିସ ସୂଚନାନୁସାରେ, ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ନାବାଳକ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଅଟେ। ପୀଡ଼ିତା ଶିଶୁଙ୍କୁ ଡାକ୍ତରି ମାଇନା ପାଇଁ ପଠାଇ ଦିଆଯାଇଛି। ସିଟି ପୁଲିସ ମନୋଜ କାଟାଲ କହିଛନ୍ତି ଯେ ଘଟଣାର ଗମ୍ଭୀରତା ଏବଂ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ପୀଡ଼ିତାଙ୍କ ଗ୍ରାମରେ ପୁଲିସଦଳଙ୍କୁ ନିୟୋଜିତ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.4 ° C
    30.4 °
    30.4 °
    57 %
    1.3kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ