Tuesday, September 22, 2026
24.7 C
Odisha

    ପୁଲିସ୍‌ ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ କାଳୁ ଭୋଳ ଆହତ; ବାମଗୋଡ଼ରେ ଲାଗିଛି ଆଘାତ, ଡାକ୍ତରଖାନାରେ ଭର୍ତ୍ତି

    ଆଗକୁ ପଢନ୍ତୁ

    ପୁରୀ: କୁଖ୍ୟାତ ଅପରାଧୀ କାଳୁ ଭୋଳକୁ ପୁରୀ ପୁଲିସ୍‌ ଏନ୍‌କାଉଣ୍ଟର କରିଛି। ଗୁଳିମାଡ଼ରେ କାଳି ଆହତ ହୋଇଛି। ତାକୁ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ କହିଛି ଯେ, ଆଜି ସତ୍ୟବାଦୀ ଥାନା ଅଧୀନ ସୁଆଣ୍ଡୋ ଗ୍ରାମ ନିକଟ ସାଗର ସ୍ନାନ ମେଳଣ ପଡ଼ିଆ ନିକଟରେ କୁଖ୍ୟାତ ଅପରାଧୀ ତଥା ପୁରୀ ସଦର ଥାନା ଅନ୍ତର୍ଗତ ବାଟଗାଁର ଦ୍ବିଜ ଭୋଳଙ୍କ ପୁଅ କାଳୁ ଭୋଳ ବୁଲୁଥିବା ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ସତ୍ୟବାଦୀ ପୁଲିସ ଥାନା ଆଇଆଇସି ବିଜୟ କେତନ ବେହେରାଙ୍କୁ ଏହି ସୂଚନା ମିଳିବା ପରେ ପୁଲିସ ଟିମ୍‌ ଘଟଣାସ୍ଥଳରେ ଆଜି ଅପରାହ୍‌ଣ ୪ଟା ୪୦ରେ ଅତର୍କିତ ଚଢ଼ଉ କରିଥିଲା। ପୁଲିସ ସେଠାରେ ଦେଖିବାକୁ ପାଇଥିଲା ଯେ, କାଳୁ ଭୋଳ ସାଗର ସ୍ନାନ ମେଳଣ ପଡ଼ିଆରେ ବୁଲୁଛି।

    କାଳୁ ଭୋଳକୁ ଯେତେବେଳେ ପୁଲିସ ଗୋଡ଼ାଇଥିଲା, କୁଖ୍ୟାତ ଅପରାଧୀ ଏକ ରାଉଣ୍ଡ ଗୁଳି ଚଳାଇଥିଲା। କିନ୍ତୁ କାଳୁର ଏହି ଗୁଳି ପୁଲିସ ଟିମ୍‌ର ନିକଟ ଦେଇ ଅତିକ୍ରମ କରିଥିଲା। ଜୀବନ ସୁରକ୍ଷା ନୀତିରେ କାଳୁର ‌ବାମଗୋଡ଼କୁ ଲକ୍ଷ୍ୟ କରି ଆଇଆଇସି ବିଜୟ କେତନ ବେହେରା ଗୋଟିଏ ରାଉଣ୍ଡ ଗୁଳି କରିଥିଲେ। ଏହି ଗୁଳି କାଳୁ ଭୋଳର ଡାହାଣଗୋଡ଼ରେ ବାଜି ଥିଲା। ଫଳରେ ସେ ଆହତ ହୋଇଥିଲା। ଆହତକୁ ପୁଲିସ ଉଦ୍ଧାର କରି ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛି। ପୁଲିସ ଘଟଣାସ୍ଥଳରୁ ୭.୬୫ ଏମ୍‌ଏମ୍‌ ପିସ୍ତଲ ଓ ଜୀବନ୍ତ ଗୁଳି ଜବତ କରିଛି। ପୁଲିସ କହିଛି କାଳୁ ଭୋଳ ନାମରେ ପୁରୀ ଜିଲ୍ଲାର ସଦର ଥାନା, ଚନ୍ଦନପୁର ଥାନା, ସତ୍ୟବାଦୀ ଓ ବାସେଳିସାହି ଥାନାରେ ମୋଟା ୧୮ଟି ମାମଲା ରୁଜୁ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.7 ° C
    24.7 °
    24.7 °
    94 %
    2.7kmh
    100 %
    Tue
    25 °
    Wed
    26 °
    Thu
    27 °
    Fri
    29 °
    Sat
    30 °

    ସମ୍ବନ୍ଧିତ