Tuesday, March 24, 2026
24.7 C
Odisha

    ମହିଳା ପ୍ରଶଂସକ ମାଗିଲେ ଫୋନ୍‌ ନମ୍ବର; ମନା କରିଦେଲେ ନୀରଜ

    ଆଗକୁ ପଢନ୍ତୁ

    ନୂଆଦିଲ୍ଳୀ: ଭାରତୀୟ ଜାଭଲିନ୍ ତାରକା ନୀରଜ ଚୋପ୍ରାଙ୍କର ପୂରା ବିଶ୍ବରେ ଅନେକ ପ୍ରଶଂସକ ରହିଛନ୍ତି। ନିକଟରେ ସୋସେିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ ନୀରଜଙ୍କୁ ତାଙ୍କର ଦୁଇଜଣ ମହିଳା ପ୍ରଶଂସକ ତାଙ୍କ ସହ ସେଲଫି ମାଗୁଥିବାର ନଜର ଆସିଛି। ଏହି ଭିଡିଓ‌ଟି ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଭିଡିଓରେ ନୀରଜଙ୍କୁ ତ‌ାଙ୍କର ଅନେକ ପ୍ରଶଂସକ ସେଲ୍‌ଫି ନେବା ପାଇଁ କହୁଥିବାର ଆପଣ ଦେଖିପାରୁଥିଲେ। ନୀରଜ ଜଣେ ପରେ ଜଣେ ସମସ୍ତଙ୍କ ସହ ଫଟୋ କ୍ଲିକ୍‌ କରିଛନ୍ତି। ମାତ୍ର ‌ଯେତେବେଳେ ଜଣେ ପ୍ରଶଂସିକା ତାଙ୍କୁ ଫୋନ୍‌ ନମ୍ବର ମାଗିଲେ ତ ସେ ପ୍ରଶଂସିକାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ସ୍ମିତ ହସି ସେଠାରୁ ପଳାଇ ଯାଇଥିଲେ। ତେବେ ନୀରଜ ରବିବାର ପ୍ରକାଶ କରିଛନ୍ତି ଯେ ତାଙ୍କ ବାମ ହାତରେ ଆଘାତ ଲାଗିଥିବା ସତ୍ତ୍ବେ ବି ସେ ‘ଡାଇମଣ୍ଡ୍‌ ଲିଗ୍‌ ସିଜନ୍‌ ଫାଇନାଲ୍’ର ଅଂଶ ହୋଇଛନ୍ତି। ଶନିବାର ଦିନ ସେ ଅଳ୍ପ ବ୍ୟବଧାନରେ ଏକ ସେଣ୍ଟିମିଟର ହେତୁ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ରନର୍ସ ହେବାର ସୌଭାଗ୍ୟ ହରାଇ ଦେଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    68 %
    2.6kmh
    0 %
    Tue
    25 °
    Wed
    38 °
    Thu
    38 °
    Fri
    41 °
    Sat
    40 °

    ସମ୍ବନ୍ଧିତ