Sunday, June 1, 2025
31.6 C
Odisha

    ଏନଡିଏରେ ଟିଡିପିର ମୁଖ୍ୟ ଭୂମିକା । ମୋଦୀଙ୍କ ସହ ବଡ ମୂଲଚାଲ କରିପାରନ୍ତି ଚନ୍ଦ୍ରବାବୁ ନାଇଡୁ । କ’ଣ କରିବେ ଦାବି?

    ଆଗକୁ ପଢନ୍ତୁ

    ୨୦୨୪ ସାଧାରଣ ନିର୍ବାଚନର ଫଳାଫଳ ଆସିସାରିଛି । ବିଜେପିର ନେତୃତ୍ୱରେ ଏନଡିଏ ହ୍ୟାଟ୍ରିକ ବିଜୟ ହାସଲ କରିଛି । ଯଦିଓ ବିଜେପିକୁ ବହୁମତ ମିଳିପାରିନାହିଁ । ଏଭଳି ସ୍ଥିତିରେ ବିଜେପିକୁ ନିଜ ସହଯୋଗୀ ଦଳଙ୍କ ଉପରେ ନିର୍ଭର କରିିବାକୁ ପଡୁଛି । ତେଲଗୁ ଦେଶମ୍ ପାର୍ଟି ( ଟିଡିପି ) ଓ ଜେଡିୟୁ ଭରସାରେ ମୋଦୀ ସରକାର ବନିବାକୁ ଯାଉଛି । କିନ୍ତୁ ମୋଦୀଙ୍କ ତୃତୀୟ ଟର୍ମ ପାଇଁ ଚନ୍ଦ୍ରବାବୁ ନାଇଡୁ ଓ ନୀତିଶ କୁମାରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂୁମିକା ରହିଛି ।ଯଦିଓ ଟିଡିପି ଏନଡିଏର ଅଂଶ କିନ୍ତୁ ଏଥର କିନ୍ତୁ ଯେହେତୁ ବିଜେପି ବହୁମତ ହାସଲ କରିନାହିଁ ତେଣୁ ସରକାର ଗଠନ ହେବାରେ ଚନ୍ଦ୍ରବାବୁଙ୍କ ସହଯୋଗ ଆଶା କରିବ ବିଜେପି । କିନ୍ତୁ ଏହା ବଦଳରେ ମୋଦୀଙ୍କ ସହ ବଡ ଡିଲ କରିପାରନ୍ତି ଚନ୍ଦ୍ରବାବୁ । ଆଜି ଅପରାହ୍ନରେ ଏନଡିଏର ବୈଠକ ପାଇଁ ଦିଲ୍ଲୀ ଆସୁଛନ୍ତି ଚନ୍ଦ୍ରବାବୁ । ଏହି କ୍ରମରେ ମୋଦୀଙ୍କ ପାଖରେ ବିଶେଷ କରି ୨ଟି ମୁଖ୍ୟ ଦାବି ରଖିପାରନ୍ତି । ପ୍ରଥମତଃ ମୋଦୀ ସରକାରରେ ନିଜ ଦଳର ଅତି କମରେ ୫ଜଣଙ୍କ ମନ୍ତ୍ରୀ ପଦ ମିଳିବା ଓ ଦ୍ୱିତୀୟରେ ଆନ୍ଧ୍ରପ୍ରଦେଶକୁ ସର୍ବାଧିକ ଆର୍ଥିକ ସହୟତା । ତେବେ ଆଜି ଦିଲ୍ଲୀ ଗସ୍ତରେ ଥିବାବେଳେ ଜୁନ୍ ୯ ତାରିଖରେ ନିଜର ଶପଥ ଗ୍ରହଣ ଉତ୍ସବକୁ ମୋଦୀଙ୍କୁ ନିମନ୍ତ୍ରଣ ଦେବେ ବୋଲି ସୂଚନା ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.6 ° C
    31.6 °
    31.6 °
    42 %
    2.3kmh
    92 %
    Sun
    31 °
    Mon
    39 °
    Tue
    36 °
    Wed
    39 °
    Thu
    40 °

    ସମ୍ବନ୍ଧିତ