Wednesday, October 23, 2024
21.7 C
Odisha

    ଭରସିଲେନି ଜନତା, ହାରିଲେ ୩ ଦଳର ସଭାପତି

    ଆଗକୁ ପଢନ୍ତୁ

    ଚଳିତ ନିର୍ବାଚନରେ ହାରିଗଲେ ତିନି ଦଳର ସଭାପତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ । ଏହି ତିନି ନେତା ବିଧାନସଭା ନିର୍ବାଚନ ଲଢିଥିଲେ କିନ୍ତୁ ହାରିଯାଇଛନ୍ତି । ନବୀନ ପଟ୍ଟନାୟକ ଦୁଇଟି ଆସନରୁ ନିର୍ବାଚନ ଲଢିଥିଲେ । ହିଞ୍ଜିଳିରେ ସେ ବିଜୟୀ ଲାଭ କରିଛନ୍ତି । କିନ୍ତୁ ବହୁ କମ୍ ଭୋଟର ଜିତିଛନ୍ତି । ୪ ହଜାର ୬୩୬ ଭୋଟରେ ନବୀନ ବିଜୟୀ ହୋଇଛନ୍ତି । ସେହିପରି କଂଟାବାଞ୍ଜିରେ ନବୀନଙ୍କ ପରାଜୟ ହୋଇଛି । ଲକ୍ଷ୍ମଣ ବାଗଙ୍କ ଭଳି ନେତା ନବୀନଙ୍କୁ ମାତ୍ ଦେଇଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ନବୀନଙ୍କୁ ୧୬ ହଜାର ୩୨୧ ଖଣ୍ଡ ଭୋଟରେ ପରାଜିତ କରିଛନ୍ତି ଲକ୍ଷ୍ମଣ ।

    ସେହିପରି ରାଜ୍ୟ ବିଜେପିର ସଭାପତି ମନମୋହନ ସାମଲ ଚାନ୍ଦବାଲି ଆସନରୁ ହାରିଛନ୍ତି । ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କଠୁ ସେ ହାରିଛନ୍ତି । ୨୦୦୦ରୁ ଅଧିକ ଭୋଟରେ ବ୍ୟୋମକେଶ ବିଜୟୀ ହୋଇଛନ୍ତି । ରାଜ୍ୟରେ ବିଜେପି ପ୍ରଥମ ଥର ସରକାର ଗଢିଛି । ରାଜ୍ୟରେ ମନମୋହନ ସାମଲଙ୍କ ନେତୃତ୍ୱରେ ବିଜେପି ବିଜୟ ଲାଭ କରିଛି । ରାଜ୍ୟରେ ଦଳର ବିଜୟ ପଛରେ ମନମୋହନ ସାମଲ ମଧ୍ୟ ଜଣେ ଅନ୍ୟତମ ବିନ୍ଧାଣୀ କିନ୍ତୁ ସେ ପରାଜିତ ହୋଇଛନ୍ତି । ସେହିପରି ନୂଆପଡାରୁ ନିର୍ବାଚନ ଲଢିଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ସେ ମାତ୍ର ୧୫ ହଜାର ୫୦୧ ଖଣ୍ଡ ଭୋଟ ପାଇଛନ୍ତି । ଦଳ ୨୦୧୯ ତୁଳନାରେ ଭଲ ପ୍ରଦର୍ଶନ କରିଛି । ୧୪ ବିଧାୟକ ଏବଂ ଗୋଟିଏ ଲୋକସଭା ଆସନ ପାଇଛି । ହେଲେ ରାଜ୍ୟର ଦଳପତି ଶରତ ପଟ୍ଟନାୟକ ହାରିଯାଇଛନ୍ତି । ବିଜେଡିର ୧୧ ମନ୍ତ୍ରୀ ପରାଜିତ ହୋଇଥିବା ବେଳେ କଂଗ୍ରେସ ଓ ବିଜେପିର ଅନେକ ତୁଙ୍ଗ ନେତା ମଧ୍ୟ ପରାଜିତ ହୋଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ