Sunday, September 13, 2026
23 C
Odisha

    ଲକ୍ଷ୍ମୀ ବସର ନାମ ଓ ରଙ୍ଗ ପରିବର୍ତ୍ତନର କାରଣ କଣ? ପ୍ରଶ୍ନ କଲେ ବିଧାୟକ, ଉତ୍ତର ରଖିଲେ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ବିଧାନସଭାରେ ଉଠିଲା ଲକ୍ଷ୍ମୀ ବସ୍ ପ୍ରସଙ୍ଗ । ଗୁରୁବାର ଲକ୍ଷ୍ମୀ ବସକୁ ନେଇ ବିଧାନସଭାରେ ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଲକ୍ଷ୍ମୀ ବସର ରଙ୍ଗ ଓ ନାମ ପରିବର୍ତ୍ତନ କରିବାର କାରଣ କଣ? ଏହାଦ୍ୱାରା ସରକାର କି ପ୍ରକାର ଲାଭ ପାଉଛନ୍ତି ବୋଲି ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ।ଆଉ ଏହି ପ୍ରଶ୍ନର ଉତ୍ତର ରଖି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଥିଲେ ଯେ, ରାଜ୍ୟରେ ପ୍ରଥମେ ମାଲକାନଗିରି ଜିଲ୍ଲାରେ ଏହି ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହେଇଥିଲା । ଆଉ ପରେ ପରେ ଏହା ଅନ୍ୟ ଜିଲ୍ଲାକୁ ଆରମ୍ଭ ହେଇଥିଲା । ତେବେ ରଙ୍ଗ ପରିବର୍ତ୍ତନକୁ ନେଇ ମନ୍ତ୍ରୀ କହିଥିଲେ ଯେ, ଲକ୍ଷ୍ମୀ ବସରେ କୌଣସି ରଙ୍ଗ ଲାଗିନଥିଲା, କେବଳ ଷ୍ଟିକରିଂ କରାଯାଇଥିଲା ।ସାଧାରଣ ନିର୍ବାଚନ ସମୟରେ ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବା ସମୟରେ ଲକ୍ଷ୍ମୀ ବସମାନଙ୍କରେ ଲାଗିଥିବା କିଛି ଷ୍ଟିକର ଏକ ରାଜନୈତିକ ଦଳର ଚିହ୍ନ ସହ ମେଳ ଖାଉଥିବାରୁ ସେଗୁଡିକୁ ହଟାଯାଇଥିଲା । ଏଥିସହ କିଛି ବସ୍ ଅସୁନ୍ଦର ଦେଖାଯାଉଥିବାରୁ, ଆଦର୍ଶ ଆଚରଣ ବିଧିର ଅବଧି ଶେଷ ହେବା ପରେ ସେଗୁଡିକର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ପରିବହନ ନିଗମର ପୁରୁଣା ରଙ୍ଗକୁ ଉପଯୋଗ କରାଯାଇଥିଲା ବୋଲି ମନ୍ତ୍ରୀ ଉତ୍ତର ରଖି କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23 ° C
    23 °
    23 °
    98 %
    1.6kmh
    100 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ