Monday, October 5, 2026
22.4 C
Odisha

    କେଉଁଠୁ ଲଢ଼ିବେ ରାହୁଲ?

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ କେରଳର ୱାୟନାଡ଼ରୁ ଲୋକସଭା ସାଂସଦ ଅଛନ୍ତି। ୨୦୨୪ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାହୁଲ କେଉଁ ଆସନରୁ ଲଢ଼ିବେ ତାହାକୁ ନେଇ କଳ୍ପନାଜଳ୍ପନା ସେତିକି ବଢ଼ୁଛି। ଏଥର ସେ ୱାୟନାଡ଼ ପରିବର୍ତ୍ତେ କର୍ଣ୍ଣାଟକ କିମ୍ବା ତେଲେଙ୍ଗାନାର କୌଣସି ଆସନରୁ ନିର୍ବାଚନ ଲଢ଼ିପାରନ୍ତି। ଏଥିସହିତ ଗତଥର ଭଳି ଆମେଥି ଆସନରୁ ମଧ୍ୟ ଲଢ଼ିପାରନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ରାହୁଲ ଉଭୟ ଆମେଥି ଓ ୱାୟନାଡ଼ରୁ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ସେ ବିଜେପିର ସ୍ମୃତି ଇରାନୀଙ୍କ ଠାରୁ ଆମେଥିରୁ ହାରି ଯାଇଥିବାବେଳେ ୱାୟନାଡ଼ରୁ ବିଜୟୀ ହୋଇଥିଲେ। ସୂଚନା ଅନୁଯାୟୀ, ରାହୁଲ ୱାୟନାଡ଼ ଆସନ ଛାଡ଼ିବା ବିଷୟରେ ଚିନ୍ତା କରୁଛନ୍ତି। ଇଣ୍ଡିଆ ମେଣ୍ଟରେ ଥିବା ଆଇୟୁଏମ୍‌ଏଲ୍‌ (ଇଣ୍ଡିଆନ୍ ୟୁନିୟନ ମୁସଲିମ ଲିଗ୍)କୁ କେରଳରେ ଦୁଇଟି ଆସନ ଦିଆଯାଇଛି। କିନ୍ତୁ ଏହି ଦଳ ୩ଟି ଆସନ ପାଇଁ ଚାପ ପକାଉଛି। ୱାୟନାଡ଼ରେ ବହୁସଂଖ୍ୟକ ମୁସଲିମ ଭୋଟର ଥିବାରୁ ଦଳ ସେଠାରେ ପ୍ରାର୍ଥୀ ଦେବାକୁ ଚାହୁଛି। ଯଦି ଏହା ହୁଏ ତାହେଲେ ରାହୁଲଙ୍କ ପାଇଁ ଅସୁବିଧା ହେବ। ଅନ୍ୟପକ୍ଷରେ ଇଣ୍ଡିଆ ମେଣ୍ଟରେ ଥିଲେ ମଧ୍ୟ ସିପିଆଇ କେରଳର ଯେଉଁ ୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ସେଥିରେ ୱାୟନାଡ଼ ରହିଛି। ସିପିଆଇର ସାଧାରଣ ସମ୍ପାଦକ ଡି ରାଜାଙ୍କ ପତ୍ନୀ ଆନି ରାଜାଙ୍କୁ ସେଠାରୁ ପ୍ରାର୍ଥୀ କରାଯାଇଛି। ତେବେ ଉତ୍ତର ପ୍ରଦେଶରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି (ସପା) ମଧ୍ୟରେ ଆସନ ବୁଝାମଣା ହୋଇଥିବାରୁ ରାହୁଲ ଆମେଥିରୁ ପୁଣିଥରେ ନିର୍ବାଚନ ଲଢ଼ିବା ସମ୍ଭାବନା ସୃଷ୍ଟି ହୋଇଛି। ଏହାବ୍ୟତୀତ ସୋନିଆ ଗାନ୍ଧି ମଧ୍ୟ ରାଜସ୍ଥାନରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବାରୁ ସେ ରାଏ ବରେଲିରୁ ମଧ୍ୟ ଏଥର ନିର୍ବାଚନ ଲଢ଼ି ନପାରନ୍ତି।

    ଉଲ୍ଲେଖଯୋଗ୍ୟ, ରାହୁଲ ୟୁପିରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଥିବାବେଳେ ସ୍ମୃତି ଇରାନୀ ମଧ୍ୟ ନିର୍ବାଚନ ମଣ୍ଡଳୀ ଗସ୍ତରେ ଯାଇଥିଲେ। ରାମମନ୍ଦିର ଉଦ୍‌ଘାଟନ ଉତ୍ସବରେ ଧନୀବ୍ୟକ୍ତି ସାମିଲ ହେବା ଦର୍ଶାଉଛି ବିଜେପି ଦଳିତ, ସଂଖ୍ୟାଲଘୁ, ଆଦିବାସୀ ମାନଙ୍କୁ ଖାତିର କରୁନାହିଁ। ତେବେ ସ୍ମୃତି ଇରାନୀ ଏହାର କଡ଼ା ଜବାବ ଦେଇ କହିଥିଲେ ଯେଉଁମାନେ ରାମମନ୍ଦିର ଉତ୍ସବକୁ ଆସି ନଥିଲେ ସେମାନଙ୍କୁ ଆମେଥିର ଖାଲି ରାସ୍ତା ସ୍ବାଗତ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    75 %
    1.4kmh
    0 %
    Sun
    22 °
    Mon
    31 °
    Tue
    31 °
    Wed
    31 °
    Thu
    29 °

    ସମ୍ବନ୍ଧିତ