Tuesday, September 22, 2026
25.8 C
Odisha

    ରାଜ୍ୟସଭାରେ ସଂଖା ଗରିଷ୍ଠତା ହାସଲ କଲା ଏନ୍‌ଡିଏ; ୧ଟି ଆସନ ହାତେଇଲା କଂଗ୍ରେସ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ରାଜ୍ୟସଭାରେ ବି ସଂଖା ଗରିଷ୍ଠତା ହାସଲ କରିଛି ବିଜେପି ନେତୃତ୍ବାଧୀନ ଏନ୍‌ଡିଏ। ୯ଟି ରାଜ୍ୟର ୧୨ଟି ଆସନରେ ଏନ୍‌ଡିଏ ନିର୍ଦ୍ବନ୍ଦ୍ବରେ ବିଜୟୀ ହୋଇଛି। ଏନ୍‌ଡି‌ଏ ୧୧ଟି ଆସନ ଓ କଂଗ୍ରେସ ୧ଟି ଆସନ ହା‌ତେଇଛି। ବିଜେପିର ୯, ଏନ୍‌ସିପି (ଅଜିତ ପାୱାର୍‌) ଦଳର ଜଣେ, ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା (ଉପେନ୍ଦ୍ର କୁଶବାହା) ଦଳର ଜଣେ ଏବଂ କଂଗ୍ରେସର ଜଣେ ସଦସ୍ୟ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।

    ଏନ୍‌ଡିଏ ପ୍ରଥମ ଥର ପାଇଁ ରାଜ୍ୟସଭାରେ ବହୁମତ ହାସଲ କରିଛି। ୨୪୫ ସଦସ୍ୟ ବିଶିଷ୍ଟ ରାଜ୍ୟସଭାରେ ଏବେ ଆହୁରି ୮ଟି ଆସନ ଖାଲି ରହିଛି। ଏହି ଆସନ ପାଇଁ ୪ ଜଣ ଜମ୍ମୁ-କଶ୍ମୀରରୁ ଏବଂ ୪ ଜଣ ମନୋନୀତ ସଦସ୍ୟଙ୍କୁ ଚୟନ କରାଯିବ।

    ଏହି ନିର୍ବାଚିତ ସଦସ୍ୟମାନେ ୨୦୨୮ ମସିହା ପର୍ଯ୍ୟନ୍ତ ସାଂସଦ ହୋଇ ରହିବେ। ନବ ନିର୍ବାଚିତ ୧୨ ଜଣଙ୍କୁ ମିଶାଇଲେ ରାଜ୍ୟସଭାରେ ବିଜେପିର ସଂଖ୍ୟା ୯୬ରେ ପହଞ୍ଚିଛି। ସେହିପରି ଏନ୍‌ଡିଏର ସଂଖ୍ୟା ୧୧୨କୁ ବୃଦ୍ଧି ପାଇଛି।

    କଂଗ୍ରେସର ସଦସ୍ୟ ସଂଖ୍ୟା ବୃଦ୍ଧି ପାଇ ଏବେ ୨୭ରେ ପହଞ୍ଚିଛି। କଂଗ୍ରେସର ସହଯୋଗୀଙ୍କ ନିକଟରେ ୫୮ ଜଣ ସଦସ୍ୟ ଥିବାରୁ ବିରୋଧୀ ଦଳରେ ସମୁଦାୟ ସଦସ୍ୟ ସଂଖ୍ୟା ୮୫ ହୋଇଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.8 ° C
    25.8 °
    25.8 °
    90 %
    2.4kmh
    100 %
    Tue
    26 °
    Wed
    26 °
    Thu
    25 °
    Fri
    28 °
    Sat
    26 °

    ସମ୍ବନ୍ଧିତ