Thursday, October 8, 2026
22.2 C
Odisha

    ସାଧାରଣତନ୍ତ୍ର ଦିବସକୁ କାହିଁକି ମନେ ରଖିବା ଜାଣନ୍ତୁ..

    ଆଗକୁ ପଢନ୍ତୁ

    ଭାରତରେ ପ୍ରତିବର୍ଷ ଜାନୁଆରୀ ମାସ ୨୬ ତାରିଖକୁ ସାଧାରଣତନ୍ତ୍ର ଦିବସ ଭାବେ ପାଳନ କରାଯାଏ । ଏହି ଦିନ ଲାଗୁ ହୋଇଥିଲା ଭାରତର ସମ୍ବିଧାନ । ଏହି ଦିନକୁ ମନେ ରଖିବା ପାଇଁ ହିଁ ପ୍ରତିବର୍ଷ ଏହାକୁ ସାଧାରଣତନ୍ତ୍ର ଦିବସ ଭାବେ ପାଳନ କରିଥାଏ । ୧୫ ଅଗଷ୍ଟ ୧୯୪୭ ମସିହାରେ ଭାରତ ସ୍ୱାଧୀନ ହୋଇଥିଲା । ୨୬ ଜାନୁଆରୀ ୧୯୫୦ରେ ସମ୍ବିଧାନକୁ ଆତ୍ମସାତ କରାଯାଇଥିଲା।

    ଏହାପରେ ଭାରତକୁ ଏକ ଲୋକତନ୍ତ୍ର ଗଣତନ୍ତ୍ର ଦେଶ ଘୋଷଣା କରାଗଲା। ସେବେଠାରୁ ପ୍ରତି ବର୍ଷ ୨୬ ଜାନୁଆରୀକୁ ସାଧାରଣ ତନ୍ତ୍ର ଦିବସ ରୂପେ ପାଳନ କରାଯାଇଆସୁଛି ଅନେକ ରାଜ୍ୟକୁ ନେଇ ଆମ ଭାରତ ଗଠିତ ହୋଇଛି । ରାଜ୍ୟ ମାନଙ୍କର ଏକ ସଙ୍ଘ ହେଉଛି ଭାରତା ସଂସଦୀୟ ପ୍ରକ୍ରିୟାରେ ବନ୍ଧା ହୋଇଥିବା ଏକ ଗଣରାଜ୍ୟ ହେଉଛି ଭାରତା ଏହି ଗଣରାଜ୍ୟ ଭାରତ ସମ୍ବିଧାନ ଅନୁଯାୟୀ ଶାସିତ ଅଟେ । ସମ୍ବିଧାନ ସଭାରେ ୨୬ ନଭେମ୍ବର ୧୯୪୯ରେ ଏହି ସମ୍ବିଧାନକୁ ଗ୍ରହଣ କରାଯାଇଥିଲା। ଯାହାପରେ ୨୬ ଜାନୁୟାରୀ ୧୯୫୦ ମସିହାରେ ଏହା ପ୍ରଭାବ ଦେଖାଇଲା ।ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ୨୬ ଜାନୁଆରୀ ୧୯୫୦ରେ ୨୧ ଚୋପ ସଲାମୀ ସହିତ ଭାରତର ଧ୍ଵଜାକୁ ଉଡ଼ାଇ ଥିଲେ ଓ ଭାରତକୁ ପୂର୍ଣ୍ଣ ଗଣତନ୍ତ୍ର ଦିବସ ଘୋଷଣା କରିଥିଲୋ ସେବେଠାରୁ ଏହି ଦିନକୁ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.2 ° C
    22.2 °
    22.2 °
    88 %
    1.5kmh
    1 %
    Wed
    22 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ