Monday, April 28, 2025
39.1 C
Odisha

    ବଢୁଛି ଜାଡ଼ : ୧୫ ଡିଗ୍ରୀ ତଳେ ୨୪ଟି ସହରର ତାପମାତ୍ରା

    ଆଗକୁ ପଢନ୍ତୁ

    ରାଜ୍ୟରେ ଥଣ୍ଡା ଧୀରେଧୀରେ ବଢ଼ିବାରେ ଲାଗିଛି । ୨୪ଟି ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା ରେକର୍ଡ କରାଯାଇଛି । କେନ୍ଦୁଝର ୯ ଦଶମିକ ୬ ଡିଗ୍ରୀ ସେଲ୍‍ସିୟସ ସହସବୁଠାରୁ ଥଣ୍ଡା ସହର ଭାବେ ପରିଗଣିତ ହୋଇଛି । ଫୁଲବାଣୀ ଓ ଦାରିଙ୍ଗୱାଡୀରେ ୧୦, କୋରାପୁଟରେ ୧୦ ଦଶମିକ ୮, କଟକ ୧୪ ଦଶମିକ ୮ ଏବଂ ଭୁବନେଶ୍ୱର ତାପମାତ୍ର ୧୫ ଡିଗ୍ରୀ ସେଲସିୟସ୍‍ ରେକର୍ଡ କରାଯାଇଛି । କେତେକ ସ୍ଥାନରେ ଘନକୁହୁଡି ପରିଲକ୍ଷିତ ହେଲାଣି ।ଭୋର ସମୟରେ ଚାରିଆଡେ ଲାଗି ରହୁଛି ଘନ କୁହୁଡି । ପ୍ରବଳ ଶୀତ ଯୋଗୁଁ ଲୋକେ ସ୍ଥାନେ ସ୍ଥାନେ ନିଆଁ ଲଗାଇ ଉପଶମ ଲାଭ କରୁଥିବା ଦେଖିବାକୁ ମିଳିଛି । ଆଉ ଶୀତ ବଢିବା ସହ ପାର୍କ ଓ ରାସ୍ତା କଡ ଗୁଡିକରେ ଲୋକେ ପ୍ରାତଃ ଭ୍ରମଣ କରୁଛନ୍ତି । ସକାଳୁ ସକାଳୁ ଚା’ ଦୋକାନରେ ଭିଡ ଜମୁଛି । ଗରମ ଚା’ ପିଇ ଶୀତର ମଜା ନେଉଛନ୍ତି ଲୋକେ । ତେବେ ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଓ କନ୍ଧମାଳର ଜି. ଉଦୟଗିରି ଅଞ୍ଚଳରେ ଗତକାଲି ଠାରୁ ପ୍ରବଳ ଶୀତ ଲାଗି ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    39.1 ° C
    39.1 °
    39.1 °
    13 %
    4.7kmh
    15 %
    Mon
    38 °
    Tue
    40 °
    Wed
    41 °
    Thu
    39 °
    Fri
    40 °

    ସମ୍ବନ୍ଧିତ