Friday, April 3, 2026
39.1 C
Odisha

    ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ଦୁଇ ନାବାଳକଙ୍କ ସମେତ ୩ ଗିରଫ

    ଆଗକୁ ପଢନ୍ତୁ

    ଅନୁଗୁଳ: ଅନୁଗୁଳରେ ଲଜ୍ଜା । ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଘଟଣାରେ ଦୁଇ ନାବାଳକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗତ ୩ ତାରିଖରେ ପାଲଲହଡା ଅଞ୍ଚଳର ଜଣେ ମହିଳା ଛେଣ୍ଡିପଦାର ସମ୍ପର୍କୀୟଙ୍କ ଘରକୁ ଆସିଥିଲେ । ବାଟରେ ଯାଉଥିବାବେଳେ ଶୌଚ ହେବାକୁ ବାରମଞ୍ଜା ଜଙ୍ଗଲକୁ ଯାଇଥିଲେ । ସେଠାରେ ଟ୍ରାକ୍ଟରରେ ଥିବା କିଛି ଶ୍ରମିକ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ ।

    ଏନେଇ ବାଗେଡିଆ ଥାନାରେ ଏତଲା ଦେଇଥିଲେ ମହିଳା । ପରେ ମାମଲା ରୁଜୁ କରିବା ସହ ଅନୁଗୁଳ ଏସପିଙ୍କ ତତ୍ତ୍ବାବଧାନରେ ୩ଟି ପୋଲିସ ଟିମ୍ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ପରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ସେନେଇ ଖୋଳତାଡ ଚାଲିଛି । ୩୦ଦିନ ଭିତରେ ମାମଲାର ଚାର୍ଜସିଟ୍ ପ୍ରଦାନ କରାଯିବ ବୋଲି କହିଛନ୍ତି ଏସପି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ