Saturday, September 19, 2026
24.2 C
Odisha

    ବିଜୁଳି ଚୁକ୍ତି ସହ ଆଦାନୀର କୌଣସି ସଂପର୍କ ନାହିଁ : ଜଗନମୋହନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ପୂର୍ବ ୱାଇଏସ୍ ଜଗନ ମୋହନ ରେଡ୍ଡୀ ସରକାରଙ୍କ ବିରୋଧରେ ଶାସକ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ଦୁର୍ନୀତି ଅଭିଯୋଗ ଆଣିଛି। ଟିଡିପି ଅଭିଯୋଗ କରିଛି ଯେ ରେଡ୍ଡୀଙ୍କ ନେତୃତ୍ୱାଧୀନ ପୂର୍ବ ସରକାର ସୌର ଶକ୍ତି ନିଗମ (ଏସଇସିଆଇ) ମାଧ୍ୟମରେ ଆଦାନୀ ଗ୍ରୁପ୍ ଠାରୁ ବିଦ୍ୟୁତ୍ କିଣିବା ପାଇଁ ଏକ ଗୁପ୍ତ ଚୁକ୍ତି କରିଥିଲେ। ଏବେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀ ତାଙ୍କ କାର୍ଯ୍ୟକାଳରେ ସୌର ଶକ୍ତି ଚୁକ୍ତି ସମ୍ପର୍କିତ ଲାଞ୍ଚ ଅଭିଯୋଗକୁ ଗୁଜବ ବୋଲି ଖଣ୍ଡନ କରିଛନ୍ତି। ବିଜୁଳି ଚୁକ୍ତିରେ ଆଦାନୀ ଗ୍ରୁପର କୌଣସି ସମ୍ପୃକ୍ତି ନାହିଁ ବୋଲି ରେଡ୍ଡୀ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ୨୦୧୯ରେ ସେ ଯେତେବେଳେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ହେଲେ, ସେତେବେଳେ ସେ ରାଜ୍ୟକୁ ନିବେଶ ଆଣିବାକୁ ଦେଶର ବଡ଼ ବଡ଼ ଶିଳ୍ପପତି ଓ ବ୍ୟବସାୟୀଙ୍କ ସହ ସାକ୍ଷାତ କରିଥିଲେ । ସେମାନଙ୍କ ମଧ୍ୟରେ ଗୌତମ ଆଦାନୀ ବି ଥିଲେ । ଲାଞ୍ଚ ମାମଲାରେ ଯାହାବି ରିପୋର୍ଟ ଆସୁଛି ସବୁ ଗୁଜବ ବୋଲି ସେ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.2 ° C
    24.2 °
    24.2 °
    88 %
    0.9kmh
    100 %
    Sat
    30 °
    Sun
    30 °
    Mon
    29 °
    Tue
    30 °
    Wed
    27 °

    ସମ୍ବନ୍ଧିତ