Saturday, October 10, 2026
21.6 C
Odisha

    ବାଇଡେନଙ୍କ ଉପରେ ରାହୁଲଙ୍କ ବୟାନ ଦୁର୍ଭାଗ୍ୟଜନକ: ବିଦେଶ ମନ୍ତ୍ରାଳୟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ପାଇଁ ସମସ୍ୟାରେ ପଡ଼ିଯାଇଛନ୍ତି ଭାରତ ସରକାର । ରାଷ୍ଟ୍ରପତି ଜୋ ବାଇଡେନଙ୍କ ସଂପର୍କରେ ରାହୁଲ ଗାନ୍ଧି ଦେଇଥିବା ଏକ ମନ୍ତବ୍ୟ ପାଇଁ ଭାରତ ଓ ଆମେରିକା ସଂପର୍କ ବି ବିପଦରେ ପଡ଼ିଯାଇଛି । ସ୍ଥିତିକୁ ସମ୍ଭାଳିବାକୁ ଭାରତର ବୈଦେଶିକ ମନ୍ତ୍ରାଳୟକୁ ସଫେଇ ଦେବାକୁ ପଡ଼ିଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଏଭଳି ବୟାନ ଦୁର୍ଭାଗ୍ୟଜନକ ଏବଂ ଏହା ଆମେରିକା ସହିତ ଭାରତର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କର ଅନୁରୂପ ନୁହେଁ ।
    ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଆପଣ ଜାଣନ୍ତି ଯେ ଆମେରିକା ସହ ଭାରତର ଏକ ସ୍ୱତନ୍ତ୍ର ଭାଗିଦାରୀ ରହିଛି। ଦୁଇ ଦେଶ ମଧ୍ୟରେ ପାରସ୍ପରିକ ବୁଝାମଣା, ସଂକଳ୍ପ, ଏକତା, ପାରସ୍ପରିକ ସମ୍ମାନ ଏବଂ ପ୍ରତିବଦ୍ଧତା ମାଧ୍ୟମରେ ବର୍ଷ ବର୍ଷ ଧରି ଏହି ସମ୍ପର୍କ ଗଢ଼ି ଉଠିଛି। ଆମେ ଏଭଳି ଖବରକୁ ଦୁର୍ଭାଗ୍ୟଜନକ ବୋଲି ବିବେଚନା କରୁଛୁ ଏବଂ ଏହା ଆମେରିକା ସହ ସରକାରଙ୍କ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କର ଅନୁରୂପ ନୁହେଁ ।ନଭେମ୍ବର ୧୬ରେ ମହାରାଷ୍ଟ୍ରର ଅମରାବତୀରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ବେଳେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରି ମୋଦୀଙ୍କ ଠାରେ ସ୍ମରଣ ଶକ୍ତି ହ୍ରାସର ଲକ୍ଷଣ ଦେଖାଯିବା ଆରମ୍ଭ ହୋଇଛି। ବାଇଡେନ ଥରେ ଭୁଲବଶତଃ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାବରେ ପରିଚିତ କରାଇଥିଲେ, ଯାହାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ସେ ଭୁଲିଯିବାର ଶିକାର ହୋଇଛନ୍ତି ବୋଲି କୁହାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    83 %
    1kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ