Saturday, October 10, 2026
21.6 C
Odisha

    ଭାରତୀୟ ଦିନିକିଆ ଦଳର ନୂଆ ଜର୍ସି

    ଆଗକୁ ପଢନ୍ତୁ

    ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳ ଅଷ୍ଟ୍ରେଲିଆ ଗସ୍ତ ଶେଷ କରି ଆସନ୍ତା ବର୍ଷ ଆଇସିସି ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇପାରୁନଥିବାବେଳେ ବିସିସିଆଇ ଭାରତୀୟ ଦଳ ପାଇଁ ଦିନିକିଆ ଜର୍ସି ଉନ୍ମୋଚନ କରାଯାଇଛି । ନଭେମ୍ବର ୨୯ରେ ମୁମ୍ବାଇସ୍ଥିତ ବିସିସିଆଇ ମୁଖ୍ୟାଳୟରେ ଆୟୋଜିତ ଏକ ଇଭେଣ୍ଟରେ ଟିମ୍ ଇଣ୍ଡିଆ ପାଇଁ ନୂଆ ଦିନିକିଆ ଜର୍ସି ଉନ୍ମୋଚନ କରାଯାଇଥିଲା। ନୂଆ ଦିନିକିଆ ଜର୍ସି ଉନ୍ମୋଚନ ଅବସରରେ ଡିସେମ୍ବର ପହିଲାରୁ ଆଇସିସି ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରୁଥିବା ସଚିବ ଜୟ ଶାହା, ଭାରତୀୟ ମହିଳା ଦଳର ଅଧିନାୟିକା ହରମନପ୍ରୀତ କୌର ଉପସ୍ଥିତ ଥିଲେ। ଟିମ୍ ଇଣ୍ଡିଆର ନୂଆ ଦିନିକିଆ ଜର୍ସିର ବୈଶିଷ୍ଟ୍ୟ ବିଷୟରେ କହିବାକୁ ଗଲେ ଏହା ପୂର୍ବ ଜର୍ସି ଠାରୁ ସମ୍ପୂର୍ଣ୍ଣ ଭିନ୍ନ, ଏଥର କାନ୍ଧରେ ତ୍ରିରଙ୍ଗା ଦେଖିବାକୁ ମିଳିଛି। ବିସିସିଆଇ ପକ୍ଷରୁ ଜର୍ସି ଲଞ୍ଚର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି।
    ନୂଆ ଜର୍ସିକୁ ଭାରତୀୟ ପୁରୁଷ ଦଳ ଆସନ୍ତା ଫେବ୍ରୁଆରି ମାସରେ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ସିରିଜରେ ପିନ୍ଧିବ । ତାପୂର୍ବରୁ ଆସନ୍ତା ଡିସେମ୍ବର ମାସରେ ହିଁ ନୂଆ ଜର୍ସି ପିନ୍ଧିବ ମହିଳା ଦଳ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    83 %
    1kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ