Thursday, February 6, 2025
22.6 C
Odisha

    ଅଟୋକୁ ଧକ୍କା ଦେଲା ଟ୍ରକ୍, ୨ମୃତ ୩ ଗୁରୁତର

    ଆଗକୁ ପଢନ୍ତୁ

    କଟକ :ଟାଙ୍ଗିର ବନ୍ଦାଳ ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।ଅଟୋକୁ ପଛରୁ ଧକ୍କା ଦେଲା ଟ୍ରକ୍। ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଏସ୍ ସିବିରେ ଭର୍ତ୍ତି କରାଯାଇଛି ।

    ସୂଚନା ଅନୁସାରେ ଅଟୋରେ ଏକ ପରିବାର କଟକରୁ ଚଣ୍ଡୀଖୋଲ ଅଭିମୁଖେ ଯାଉଥିବା ବେଳେ ପଛରୁ ଦ୍ରୁତ ଗତିରେ ଆସୁଥିବା ବସ୍ ଟି ବନ୍ଧାଳ ନିକଟରେ ଅଟୋକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଅଟୋରେ ଥିବା ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ହେବା ସହ ଅନ୍ୟ ତିନିଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଖବର ପାଇଁ ଘଟଣା ସ୍ଥଳରେ ରାଜପଥ ପୋଲିସ ଓ ଆମ୍ବୁଲାନ୍ସ ପହଞ୍ଚି ଗୁରୁତର ହୋଇଥିବା ତିନି ଜଣଙ୍କୁ ପ୍ରଥମେ ଚିକିତ୍ସା ପାଇଁ ମେଡିକାଲ୍ ନେଇଥିବା ବେଳେ ମୃତ୍ୟୁ ହୋଇଥିବା ସ୍ବାମୀ ସ୍ତ୍ରୀଙ୍କୁ ଅନ୍ୟ ଏକ ଗାଡ଼ିରେ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ତେବେ ମୃତ ଓ ଗୁରୁତର ହୋଇଥିବା ବ୍ୟକ୍ତିମାନଙ୍କ ପରିଚୟ ମିଳିପାରି ନାହିଁ । ଦୁର୍ଘଟଣା ଗସ୍ତ ଅଟୋକୁ ପୋଲିସ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.6 ° C
    22.6 °
    22.6 °
    46 %
    2.1kmh
    100 %
    Wed
    22 °
    Thu
    34 °
    Fri
    34 °
    Sat
    33 °
    Sun
    34 °

    ସମ୍ବନ୍ଧିତ