Thursday, April 16, 2026
42.9 C
Odisha

    ଅନିଲ ଅମ୍ବାନୀ ଏବଂ ଟିନା ଅମ୍ବାନୀଙ୍କୁ ଇଡି ସମନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ରିଲାଏନ୍ସ ଗ୍ରୁପ୍‌ ବିରୋଧରେ ଚାଲିଥିବା ଅର୍ଥ ହେରଫେର ମାମଲା ପ୍ରସଙ୍ଗ ନେଇ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ କମ୍ପାନୀର ଅଧ୍ୟକ୍ଷ ଅନିଲ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ଟିନାଙ୍କୁ ସମନ ଜାରି କରାଯାଇଛି। ଚଳିତମାସ ୧୭ ଓ ୧୮ରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ସେମାନଙ୍କୁ ନିର୍ଦେଶ ଦିଆଯାଇଛି। ଟିନାଙ୍କୁ ୯ ତାରିଖରେ ହାଜର ହେବାକୁ ପୂର୍ବରୁ ନିର୍ଦେଶ ଦିଆଯାଇଥିଲା। ତେବେ ଟିନା ଇଡି କାର୍ଯ୍ୟାଳୟରେ ହାଜର ହୋଇନଥିବା ପ୍ରକାଶ। ସୁପ୍ରିମକୋର୍ଟଙ୍କ ନିର୍ଦେଶକ୍ରମେ ରିଲାଏନ୍ସ ଗ୍ରୁପ୍‌ ବିରୋଧରେ ଚାଲିଥିବା ମାମଲାର ତଦନ୍ତ ପାଇଁ ଇଡି ପକ୍ଷରୁ ଏସଆଇଟି ଗଠନ କରାଯାଇଛି। ତଦନ୍ତ ଚାଲିଥିବାବେଳେ ଅନିଲ ଯେପରି ବିଦେଶ ପଳାଇ ନ ଯାଆନ୍ତି, ସେଥିପ୍ରତି ସତର୍କ ରହିବାକୁ ସୁପ୍ରିମକୋର୍ଟ ଇଡି, ସିବିଆଇକୁ ମଧ୍ୟ ନିର୍ଦେଶ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42.9 ° C
    42.9 °
    42.9 °
    9 %
    3.5kmh
    3 %
    Thu
    41 °
    Fri
    43 °
    Sat
    43 °
    Sun
    44 °
    Mon
    44 °

    ସମ୍ବନ୍ଧିତ