Monday, March 16, 2026
24.3 C
Odisha

    ଅରବିନ୍ଦ କେଜ୍ରିୱାଲଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆଣିଲେ ସଞ୍ଜୟ ସିଂହ

    ଆଗକୁ ପଢନ୍ତୁ

    ଆମ୍ ଆଦମୀ ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଜେଲରେ ନିର୍ଯାତନା ଦିଆଯାଉଛି। ସଞ୍ଜୟ ସିଂହ କହିଛନ୍ତି, କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଜେଲରେ ନିର୍ଯାତନା ଦିଆଯାଉଛି। ବାରମ୍ବାର ଦିଆଯାଉଥିବା ସର୍ବନିମ୍ନ ଅଧିକାର ମଧ୍ୟ ଛଡ଼ାଇ ନିଆଯାଉଛି। ତିହାର ଜେଲରେ ଯାହା ଘଟୁଛି ତାହା ପୂର୍ବରୁ କେବେ ହୋଇନଥିଲା। ଅଫିସର ତ ହେଲେ ମୋହରା ଯାହା ଆଦେଶ ଦିଆଯାଏ, ସେମାନେ ତାହା ପାଳନ କରନ୍ତି।

    ସଞ୍ଜୟ ସିଂ ଆହୁରି କହିଛନ୍ତି, ବୈଠକ ସମ୍ପର୍କରେ ମୁଁ ଆପଣଙ୍କୁ ଜେଲ ନିୟମ ୬୦୨ ଓ ୬୦୫ ବିଷୟରେ କହୁଛି, ଯେ କେହି ବି ମୁହାଁମୁହିଁ ସାକ୍ଷାତ କରିପାରିବେ। ଏହି ଅଧିକାର ଜେଲ୍ ପ୍ରଶାସନର ରହିଛି। ଏକ ନିୟମ ଅଛି। ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ଓ ପରିବାର ଲୋକେ ଅସନ୍ତୁଷ୍ଟ ଅଛନ୍ତି। ଅଭିଭାବକମାନେ ଅସନ୍ତୁଷ୍ଟ ଅଛନ୍ତି। ଯେତେବେଳେ କେଜ୍ରିୱାଲଙ୍କ ପତ୍ନୀ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଜାଣିବା ପାଇଁ ଆବେଦନ କରନ୍ତି, ତାଙ୍କୁ ମୁହାଁମୁହିଁ ସାକ୍ଷାତ କରିବାକୁ ଅନୁମତି ଦିଆଯାଏ ନାହିଁ । ଏହା ଅମାନବୀୟ। ଦିଲ୍ଲୀରେ ମଦ ଦୁର୍ନୀତି ମାମଲାରେ ସିଏମ ଅରବିନ୍ଦ କେଜ୍ରିୱାଲ ଜେଲରେ ଅଛନ୍ତି । କେଜ୍ରିଓ୍ଵାଲଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରୁଥିବା ପିଟିସନକୁ ହାଇକୋର୍ଟ ଖାରଜ କରିଦେଇଥିଲେ। କେଜ୍ରିୱାଲଙ୍କ ଓକିଲ ମାନେ ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.3 ° C
    24.3 °
    24.3 °
    44 %
    1.4kmh
    78 %
    Mon
    37 °
    Tue
    38 °
    Wed
    37 °
    Thu
    36 °
    Fri
    35 °

    ସମ୍ବନ୍ଧିତ