Tuesday, April 21, 2026
42 C
Odisha

    ଅହମ୍ମଦାବାଦ ବିମାନ ଦୁର୍ଘଟଣା : ୧୧ଏ ସିଟ୍‌ ର ଜଣାନ୍ତୁ ବଡ଼ ରହସ୍ୟ

    ଆଗକୁ ପଢନ୍ତୁ

    ଅହମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣା ସାରା ବିଶ୍ବରେ ସୃଷ୍ଟି କରିଛି ଆଲୋଡ଼ନ । ଅହମ୍ମଦାବାଦ ଏୟାରପୋର୍ଟରୁ ଟେକ୍ ଅଫ୍ କରିବାର ମାତ୍ର ୩୦ରୁ ୩୫ ସେକେଣ୍ଡ ଭିତରେ ବୋଇଂ ୭୮୭-୮ ଡ୍ରିମଲାଇନର ବିମାନ ଏକ ମେଡିକାଲ କଲେଜ ହଷ୍ଟେଲ କୋଠାରେ ଧକ୍କା ହୋଇ ଜଳିଯାଇଥିଲା । ସାରା ବିଶ୍ବ ଦେଖିଥିଲା ଏହି ଭୟଙ୍କର ଦୁର୍ଘଟଣାର ଛାତିଥରା ଭିଡିଓ । ଏୟାର ଇଣ୍ଡିଆର ବୋଇଂ 787 କ୍ରାସ୍‌ରେ ୨୭୫ ଜଣଙ୍କ ଜୀବନ ଯାଇଛି । ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ସାରା ବିଶ୍ବକୁ ସ୍ତବ୍ଧ କରିଦେଇଛି ।

    ବିମାନରେ ଥିବା ୨୨୯ ଜଣ ଯାତ୍ରୀ, ୨ ଜଣ ପାଇଲଟ୍‌ ଓ ୧୦ ଜଣ କେବିନ କ୍ରିଉ ମେମ୍ବର ଏଥିରେ ପ୍ରାଣ ହରାଇଛନ୍ତି । ସେହିଭଳି ମେଡିକାଲ କଲେଜ ହଷ୍ଟେଲରେ ମଧ୍ୟ ଅନେକଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ସଂଖ୍ୟା ୨୭୫ରେ ପହଞ୍ଚିଲାଣି । ତେବେ ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ କେବଳ ଜଣେ ମାତ୍ର ଯାତ୍ରୀ ରକ୍ଷା ପାଇଯାଇଥିଲେ । ରମେଶ କୁମାର ବିଶ୍ବାସ ନାମକ ଜଣେ ଯୁବକ ଏତେ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ । ତେବେ 11A ସିଟ୍‌କୁ ନେଇ ଆଉ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଥାଇଲ୍ୟାଣ୍ଡର ଜଣାଶୁଣା ଅଭିନେତା ତଥା ଗାୟକ ରୁଆଙ୍ଗସାକ ଜେମ୍ସ ଲୋୟଚୁସାକ ୧୯୯୮ ମସିହାରେ ଏକ ଭୟଙ୍କର ବିମାନ ଦୁର୍ଘଟଣାରୁ ବଞ୍ଚିଥିଲେ। ସେ ସମୟରେ ସେ ୧୧ଏ ସିଟ୍‌ରେ ବସିଥିଲେ। ଆଶ୍ଚର୍ଯ୍ୟର କଥା, ୨୦୨୫ ମସିହାରେ ଅହମଦାବାଦରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ଏକମାତ୍ର ବଞ୍ଚିଥିବା ଯାତ୍ରୀ ବିଶ୍ୱାସ କୁମାର ରମେଶ ମଧ୍ୟ ସେହି ସିଟ ୧୧ଏରେ ବସିଥିଲେ। ଏହି ଅଦ୍ଭୁତ ସଂଯୋଗ ଶୁଣି ରୁଆଙ୍ଗସାକ ନିଜେ ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ସୋସିଆଲ ମିଡିଆରେ ନିଜର ଅନୁଭୂତି ପ୍ରକାଶ କରିଛନ୍ତି।

    ୧୯୯୮ ମସିହା ଡିସେମ୍ବର ୧୧ ତାରିଖରେ ଥାଇ ଏୟାରୱେଜର ଫ୍ଲାଇଟ ଟିଜି୨୬୧ ଦକ୍ଷିଣ ଥାଇଲ୍ୟାଣ୍ଡର ସୁରଟ ଥାନୀରେ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଖରାପ ପାଗ ଯୋଗୁଁ ପାଇଲଟ ଦୁଇଥର ଅବତରଣ ଚେଷ୍ଟା କରିଥିଲେ, କିନ୍ତୁ ତୃତୀୟ ଥରରେ ବିମାନଟି ଏକ ଜଳାଶୟ ମଧ୍ୟରେ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ୧୪୬ ଯାତ୍ରୀଙ୍କ ମଧ୍ୟରୁ ୧୦୧ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୪୫ ଜଣ ଆହତ ହୋଇଥିଲେ। ରୁଆଙ୍ଗସାକ, ଯିଏ ସେତେବେଳେ ଏକ କନସର୍ଟ ପାଇଁ ଯାଉଥିଲେ, ସିଟ ୧୧ଏରେ ବସିଥିଲେ ଏବଂ ଆଶ୍ଚର୍ଯ୍ୟରୂପେ ବଞ୍ଚିଯାଇଥିଲେ। ଏହି ଘଟଣା ପରେ ତାଙ୍କୁ “ଜେମ୍ସ ଆଇରନ ବୋନ୍ସ” ଉପନାମ ଦିଆଯାଇଥିଲା। ସେ କହିଛନ୍ତି ଯେ ଏହି ଦୁର୍ଘଟଣା ପରେ ପ୍ରାୟ ୧୦ ବର୍ଷ ଧରି ତାଙ୍କୁ ବିମାନରେ ଯାତ୍ରା କରିବାକୁ ଭୟ ଲାଗୁଥିଲା। ଏବେ, ୨୭ ବର୍ଷ ପରେ, ଅହମଦାବାଦରେ ଏୟାର ଇଣ୍ଡିଆ ଫ୍ଲାଇଟ ଏଆଇ୧୭୧ର ଦୁର୍ଘଟଣା ତାଙ୍କ ପୁରୁଣା ସ୍ମୃତିକୁ ଆଉ ଥରେ ତାଜା କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42 ° C
    42 °
    42 °
    11 %
    4kmh
    8 %
    Tue
    42 °
    Wed
    43 °
    Thu
    43 °
    Fri
    44 °
    Sat
    44 °

    ସମ୍ବନ୍ଧିତ