Thursday, April 30, 2026
42.1 C
Odisha

    ଆଉ ନାହାନ୍ତି ବରିଷ୍ଠ କଂଗ୍ରେସ ନେତ୍ରୀ ମୋହସିନା କିଦୱାଇ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ବରିଷ୍ଠ କଂଗ୍ରେସ ନେତ୍ରୀ ମୋହସିନା କିଦୱାଇଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିବାବେଳେ ଆଜି ଭୋର୍ ୪ଟାରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ଆଜି ଅପରାହ୍ନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବା ନେଇ ସୂଚନା ମିଳିଛି। ତାଙ୍କ ମୃତ୍ୟୁରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ଅନେକ ବରିଷ୍ଠ ରାଜନେତା ଶୋକ ପ୍ରକାଶ କରିଛନ୍ତି।

    ଜାନୁଆରୀ ୧, ୧୯୩୨ରେ ବାରବାଙ୍କିରେ ଜନ୍ମଗ୍ରହଣ କରିଥିଲେ ମୋହସିନା କିଦୱାଇ। ସେ ଦୁଇଥର ଛତିଶଗଡ଼ରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସେ ୧୯୭୮ ଉପନିର୍ବାଚନ, ୧୯୮୦ ଏବଂ ୧୯୮୪ରେ ମେରଠରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ୨୦୦୪ ରୁ ୨୦୧୦ ଏବଂ ୨୦୧୦ ରୁ ୨୦୧୬ ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ। ଗାନ୍ଧୀ ପରିବାରର ଜଣେ ଘନିଷ୍ଠ ବିଶ୍ୱାସୀ , କେନ୍ଦ୍ର ସରକାରରେ ମନ୍ତ୍ରୀ, ହଜ୍ କମିଟିର ଅଧ୍ୟକ୍ଷ ଏବଂ କଂଗ୍ରେସ ସାଧାରଣ ସମ୍ପାଦକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଏବଂ କଂଗ୍ରେସ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟିର ସଦସ୍ୟ ମଧ୍ୟ ଥିଲେ। ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀଙ୍କ ସରକାରରେ କେନ୍ଦ୍ର ମନ୍ତ୍ରୀ ଭାବରେ ସ୍ୱାସ୍ଥ୍ୟ, ନଗର ଉନ୍ନୟନ, ପର୍ଯ୍ୟଟନ ଏବଂ ବେସାମରିକ ବିମାନ ଚଳାଚଳ ଭଳି ବିଭାଗରେ ସେ କାର୍ଯ୍ୟ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    42.1 ° C
    42.1 °
    42.1 °
    12 %
    3.4kmh
    30 %
    Thu
    39 °
    Fri
    40 °
    Sat
    41 °
    Sun
    42 °
    Mon
    39 °

    ସମ୍ବନ୍ଧିତ