Saturday, September 26, 2026
23.6 C
Odisha

    ଆଜି ସନରାଇଜର୍ସ ହାଇଦ୍ରାବାଦ- ମୁମ୍ବଇ ଇଣ୍ଡିଆନ୍ସ ଟକ୍କର

    ଆଗକୁ ପଢନ୍ତୁ

    ହାଇଦ୍ରାବାଦ୍ : ଆଇପିଏଲରେ ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ। ଉଭୟ ଦଳ ଦ୍ବିତୀୟ ରାଉଣ୍ଡ ମ୍ୟାଚରେ ଅବତ୍ତୀର୍ଣ୍ଣ ହେବେ। ପ୍ରଥମ ରାଉଣ୍ଡ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍‌ସ ୪ ୱିକେଟରେ ସନରାଇଜର୍ସକୁ ପରାସ୍ତ କରିଥିଲା। ମୁମ୍ବାଇ ବିଜୟ ବଜାୟ ରଖିବା ଲକ୍ଷ୍ୟ ନେଇ ଖେଳିବ। ସନରାଇଜର୍ସ ହାଇଦ୍ରାବାଦ ପ୍ରତିଶୋଧ ନେବାକୁ ଉଦ୍ୟମ କରିବ।
    ମୁମ୍ବାଇ ଇଣ୍ଡିଆନ୍‌ସ ୮ଟି ମ୍ୟାଚରୁ ୪ଟି ବିଜୟ ଓ ୪ଟି ପରାଜୟ ସହ ୮ ପଏଣ୍ଟ ପାଇଛି। ଦଳ ଶେଷ ମ୍ୟାଚରେ ଚେନ୍ନଇ ସୁପରକିଙ୍ଗ୍‌ସକୁ ୯ ୱିକେଟରେ ପରାସ୍ତ କରିଥିଲା। ରୋହିତ ଶର୍ମା ଅପରାଜିତ ୭୬ରନ କରି ଫର୍ମକୁ ଫେରିଛନ୍ତି। ଯାହା ଦଳ ପାଇଁ ବଡ଼ ଆଶ୍ବସ୍ତିକର ଖବର। ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ରିୟାନ ରିକେଲଟନ, ୱିଲ ଜ୍ୟାକ୍‌ସ ଓ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ମଧ୍ୟ ରନ କରୁଛନ୍ତି। ଦୁଇ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲଟ୍‌, ଯଶପ୍ରୀତ ବୁମ୍‌ରା ଓ ଦୀପକ ଚହର ଭଲ ପ୍ରଦର୍ଶନ କରୁଛନ୍ତି। ଏହାବାଦ୍‌ ହାର୍ଦିକ ପାଣ୍ଡ୍ୟା ମଧ୍ୟ ୱିକେଟ ନେଉଛନ୍ତି। ମିଚେଲ ସାଣ୍ଟନର ଓ ୱିଲ ଜ୍ୟାକ୍‌ସ ସ୍ପିନ ବୋଲିଂ ଭାର ସମ୍ଭାଳୁଛନ୍ତି। ଉଭୟ କ୍ଷେତ୍ରକୁ ଦେଖିବାକୁ ଗଲେ ମୁମ୍ବଇ ଭଲ ପ୍ରଦର୍ଶନ କରୁଛି। ଦଳ ଶେଷ ୩ଟି ମ୍ୟାଚରେ ବିଜୟୀ ହୋଇଥିବାରୁ ଉକ୍ତ ପ୍ରଦର୍ଶନକୁ ବଜାୟ ରଖିବାକୁ ଚେଷ୍ଟା କରିବ। ସନରାଇଜର୍ସ ୭ଟି ମ୍ୟାଚରୁ ୨ଟି ବିଜୟ ଓ ୫ଟି ପରାଜୟ ସହ ୪ ପଏଣ୍ଟ ପାଇଛି। ଦଳ ଶେଷ ମ୍ୟାଚରେ ମୁମ୍ବଇ ଇଣ୍ଡିଆନ୍‌ସ ନିକଟରୁ ପରାଜିତ ହୋଇଥିଲା। ଦ୍ବିତୀୟ ରାଉଣ୍ଡ ମ୍ୟାଚ ଦଳ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ହୋଇଛି। କାରଣ ଦଳ ମାତ୍ର ୨ଟି ବିଜୟ ହାସଲ କରିଥିବାରୁ ପ୍ଲେ ଅଫକୁ ଉନ୍ନୀତ ହେବା ନେଇ ଦ୍ବିତୀୟ ରାଉଣ୍ଡର ପ୍ରତିଟି ମ୍ୟାଚ ଗୁରୁତ୍ବପୂର୍ଣ୍ଣ ହୋଇଛି। ଟ୍ରେଭିସ ହେଡ୍‌, ଅଭିଷେକ ଶର୍ମା, ଈଶାନ କିଷାନ, ହେନରିକ କ୍ଲାସେନ, ନୀତିଶ କୁମାର ରେଡ୍ଡିଙ୍କ ଭଳି ବ୍ୟାଟ୍‌ସମ୍ୟାନ ଦଳ ନିକଟରେ ରହିଛନ୍ତି। କିନ୍ତୁ ନିୟମିତ ପ୍ରଦର୍ଶନ କରିବାରେ ବିଫଳ ହେଉଛନ୍ତି। ବ୍ୟାଟିଂରେ ଅସ୍ଥିର ପ୍ରଦର୍ଶନ ଦଳ ପାଇଁ ଚିନ୍ତାର ବିଷୟ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.6 ° C
    23.6 °
    23.6 °
    94 %
    1.4kmh
    11 %
    Sat
    23 °
    Sun
    29 °
    Mon
    30 °
    Tue
    30 °
    Wed
    29 °

    ସମ୍ବନ୍ଧିତ