Tuesday, April 21, 2026
29.4 C
Odisha

    ଆଜି NEET UG ପାଇଁ ରେଜିଷ୍ଟ୍ରେସନର ଶେଷ ତାରିଖ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଯଦି ଆପଣ ନିଟ୍ ୟୁଜି ୨୦୨୫ ପାଇଁ ଏପର୍ଯ୍ୟନ୍ତ ଆବେଦନ କରିନାହାନ୍ତି ତେବେ ଖୁବଶୀଘ୍ର କରନ୍ତୁ। ଆଜି ଆବେଦନର ଶେଷ ତାରିଖ। ଏହାପରେ ଏନଟିଏ ରେଜିଷ୍ଟ୍ରେସନ ବନ୍ଦ କରିଦେବ।ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବସାଇଟ neet.nta.nic.inକୁ ଯାଇ ଅନଲାଇନରେ ଆବେଦନ କରିପାରିବେ।

    ଏନଟିଏ ୯ ମାର୍ଚ୍ଚରେ ନିଟ୍ ୟୁଜି ୨୦୨୫ରେ ଆପ୍ଲିକେସନ ଫର୍ମରେ ସଂଶୋଧନ ପାଇଁ ୱିଣ୍ଡୋ ଖୋଲିବ, ଯାହା ୧୧ ମାର୍ଚ୍ଚରେ ବନ୍ଦ ହେବ। ଯେଉଁମାନେ ସଂଶୋଧନ କରିବାକୁ ଚାହୁଁଛନ୍ତି ସେମାନେ ଅଫିସିଆଲ ୱେବସାଇଟ neet.nta.nic.in ମାଧ୍ୟମରେ ଏହାର ସିଧା ଲିଙ୍କ ପାଇପାରିବେ। ଏହି ସଂଶୋଧନ ଦ୍ଵାରା ପ୍ରାର୍ଥୀଙ୍କ ପିତାଙ୍କ ନାମ ଏବଂ ଯୋଗ୍ୟତା/ବ୍ୟବସାୟ, ମାଆଙ୍କ ନାମ ଏବଂ ଯୋଗ୍ୟତା/ବ୍ୟବସାୟକୁ ଆପଣ ବଦାଇପାରିବେ। ଏହା ବ୍ୟତୀତ ପ୍ରାର୍ଥୀ ନିଜର ଶିକ୍ଷାଗତ ଯୋଗ୍ୟତା ଡିଟେଲ୍ସ (୧୦ମ ଏବଂ ଦ୍ୱାଦଶ), ଏଲିଜିବିଲିଟି ଷ୍ଟେଟ, କାଟାଗୋରୀ, ସବ-କାଟାଗୋରୀ/ଦିବ୍ୟାଙ୍ଗ, ଦସ୍ତଖସ୍ତ ଏବଂ ନିଟ୍ ୟୁଜିରେ ପ୍ରୟାସର ସଂଖ୍ୟା ମଧ୍ୟ ସଂଶୋଧନ କରିପାରିବେ।

    ଜରୁରୀ ସୂଚନା:
    -ରେଜିଷ୍ଟ୍ରେସନର ଶେଷ ତାରିଖ : ୭ ମାର୍ଚ୍ଚ
    -ପରୀକ୍ଷା ତାରିଖ : ୪ ମେ (ଦ୍ୱିପ୍ରହର ୨ଟାରୁ ସଂଧ୍ୟା ୫ଟା)
    -ଅବେଦନ ସଂଶୋଧନ ୱିଣ୍ଡୋ: ୯ରୁ ୧୧ ମାର୍ଚ୍ଚ
    -ପରୀକ୍ଷା ସିଟି ସ୍ପିଲ ଜାରି ହେବାର ଡେଟ୍‌: ୧ ମେ
    -ରେଜଲ୍ଟ ଜାରି ହେବାର ତାରିଖ:୧୪ ଜୁନ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.4 ° C
    29.4 °
    29.4 °
    31 %
    2.3kmh
    96 %
    Mon
    30 °
    Tue
    42 °
    Wed
    43 °
    Thu
    43 °
    Fri
    44 °

    ସମ୍ବନ୍ଧିତ