Thursday, May 14, 2026
25.7 C
Odisha

    ଆଜ୍‌ମାରୁ ମୁକ୍ତି ପାଇଁ ଆପଣାନ୍ତୁ ଘରୋଇ ଉପଚାର

    ଆଗକୁ ପଢନ୍ତୁ

    ଥଣ୍ଡାର ପ୍ରକୋପ ଯୋଗୁ ଆଜ୍‌ମା ରୋଗୀଙ୍କ ଅବସ୍ଥା ଅଧିକ ଖରାପ ହୋଇଯାଏ। ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ। ଅଳ୍ପ ପରିଶ୍ରମ କରିବା ମାତ୍ରେ ରୋଗୀ ଧଇଁସଇଁ ହୋଇଯାଆନ୍ତି। ଅଧିକ ଥଣ୍ଡା ହେବା ଦ୍ୱାରା ରୋଗର ପରିମାଣ ମଧ୍ୟ ବଢ଼ିଥାଏ। ଏହି ରୋଗରୁ ଦୂରେଇ ରହିବାକୁ ହେଲେ ନିଜ ଖାଦ୍ୟପେୟ ପ୍ରତି ଅଧିକ ଯତ୍ନବାନ୍‌ ହେବାକୁ ପଢ଼ିଥାଏ। ଉକ୍ତ ରୋଗର କିଛି ଘରୋଇ ଉପଚାର ମଧ୍ୟ ରହିଛି। ଆସନ୍ତୁ ଜାଣିବା ସେସବୁ ବିଷୟରେ।

    ଆଜ୍‌ମା ରୋଗୀମାନଙ୍କୁ ଅଧିକ ପରିମାଣରେ ରସୁଣ ଓ ତୁଳସୀପତ୍ର ଖାଇବା ଉଚିତ, କାରଣ ଏହା ଦେହର ଥଣ୍ଡାକୁ କାଟିଥାଏ।

    ରସୁଣ ପାଖୁଡ଼ାକୁ କ୍ଷୀରରେ ପକେଇ ଅଳ୍ପ ଫୁଟାଇ ପିଇବା ଦ୍ୱାରା ଥଣ୍ଡା ମଧ୍ୟ କମ ହୋଇଥାଏ।

    ମେଥିକୁ ପାଣିରେ ମିଶାଇ ଭଲ ଭାବେ ଫୁଟାଇ ତାକୁ ପିଇପାରିବେ, ଯାହାଫଳରେ ଏହି ରୋଗରୁ ମୁକ୍ତି ମିଳିଥାଏ।

    ସୋରିଷ ତେଲକୁ ଗରମ କରି ଛାତିରେ ମାଲିସ କଲେ ଆରାମ ମିଳିଥାଏ। ନିଃଶ୍ୱାସପ୍ରଶ୍ୱାସ ନେବାରେ ସହାୟକ ହୋଇଥାଏ।

    ଦୈନିକ ସକାଳେ ତୁଳସୀ ରସରେ ମହୁ ମିଶାଇ ପିଇଲେ ଏହି ରୋଗରୁ ଯଥାସମ୍ଭବ ମୁକ୍ତି ମିଳିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.7 ° C
    25.7 °
    25.7 °
    81 %
    2.7kmh
    86 %
    Wed
    26 °
    Thu
    42 °
    Fri
    43 °
    Sat
    43 °
    Sun
    44 °

    ସମ୍ବନ୍ଧିତ