Sunday, October 18, 2026
23.2 C
Odisha

    ପିଲାମାନଙ୍କୁ କେଉଁ ବୟସରେ ଦେବେ ସେକ୍ସ ଏଜୁକେସନ୍, ଏବେ ହିଁ ଜଣାନ୍ତୁ ଗୁଡ୍ ଟଚ୍-ବ୍ୟାଡ୍ ଟଚ୍ ବିଷୟରେ

    ଆଗକୁ ପଢନ୍ତୁ

    ସେକ୍ସ ଏଜୁକେସନ୍ ବା ଯୌନ ଶିକ୍ଷା ଏଭଳି ଏକ ସମ୍ବେଦନଶୀଳ ବିଷୟ, ଯାହାକୁ ନେଇ ସାଧାରଣତଃ ପିଲାମାନଙ୍କ ମାତାପିତା ମଧ୍ୟ କଥା ହେବାକୁ ସଙ୍କୋଚବୋଧ କରିଥାନ୍ତି। କିନ୍ତୁ ଏହି କଥା ମଧ୍ୟ ସମ୍ପୂର୍ଣ୍ଣ ସତ୍ୟ ଯେ, ଏହି ବିଷୟରେ ଆଲୋଚନା କରିବା ପାଇଁ ବାପା-ମା’ଙ୍କଠାରୁ ଅଧିକ ଭଲ ଓ ବିଶ୍ୱସ୍ତ ଶିକ୍ଷକ ଅନ୍ୟ କେହି ହୋଇପାରିବେ ନାହିଁ। ତେଣୁ ପିଲାମାନଙ୍କୁ କେଉଁ ବୟସରୁ ଏବଂ କିଭଳି ଭାବେ ଧୀରେ ଧୀରେ ସେକ୍ସ ଏଜୁକେସନ୍ ଦେବା ଜରୁରୀ, ସେ ବିଷୟରେ ଜାଣିବା ଆବଶ୍ୟକ।

    ମାତାପିତାଙ୍କ ବୁଦ୍ଧିମତା ହିଁ କାମରେ ଆସିବ

    ପିଲାମାନଙ୍କୁ ‘ଗୁଡ୍ ଟଚ୍’ ଏବଂ ‘ବ୍ୟାଡ୍ ଟଚ୍’ ବିଷୟରେ ବୁଝାଇବା ସହିତ ଶରୀରର କେଉଁ ଅଙ୍ଗକୁ କେହି ଛୁଇଁଲେ ସେମାନେ ତୁରନ୍ତ ସେହି ବିଷୟରେ ମାତାପିତାଙ୍କୁ ଜଣାଇବେ, ତାହା ଶିଖାଇବା ଜରୁରୀ। କିନ୍ତୁ ପ୍ରାୟତଃ ଦେଖାଯାଏ ଯେ ମାଆ-ବାପା ନିଜେ ପିଲାମାନଙ୍କ ସହ ଏପରି କଥା ହେବାକୁ ପଛଘୁଞ୍ଚା ଦେଇଥାନ୍ତି। ଅପରପକ୍ଷରେ ଡାକ୍ତରମାନେ ମଧ୍ୟ ମାନନ୍ତି ଯେ, ଯଦି ସେକ୍ସ ଏଜୁକେସନ୍‌ର ଆରମ୍ଭ ଘରୁ ହିଁ ହୁଏ, ତେବେ ତାହା ସବୁଠାରୁ ଉତ୍ତମ। ଏହାଦ୍ୱାରା ପିଲାମାନେ ଏକ ସୁସ୍ଥ ଓ ସୁରକ୍ଷିତ ପରିବେଶରେ ସଚେତନ ହୋଇପାରିବେ। ଆସନ୍ତୁ ଜାଣିବା କେଉଁ ବୟସରେ ପିଲାଙ୍କୁ ଏହି ଶିକ୍ଷା ଦେବା ଉଚିତ..

    ପିଲାମାନଙ୍କୁ ସେକ୍ସ ଏଜୁକେସନ୍ ଦେବାର ସଠିକ୍ ବୟସ

     

     

    ୪ ବର୍ଷ ବୟସରୁ ଶିଖାନ୍ତୁ ପ୍ରଥମ ପାଠ: ପିଲାମାନଙ୍କୁ ସେକ୍ସ ଏଜୁକେସନ୍ ଦେବାର ପ୍ରକ୍ରିୟା ପ୍ରାୟ ୪ ବର୍ଷ ବୟସରୁ ହିଁ ଆରମ୍ଭ କରିଦେବା ଉଚିତ। ପିଲାଙ୍କୁ ସେମାନଙ୍କର ପ୍ରାଇଭେଟ୍ ପାର୍ଟସ୍ ର ସୁରକ୍ଷା ବିଷୟରେ ବୁଝାଇବା ପାଇଁ ଏହା ସଠିକ୍ ସମୟ। ଏହା ସହିତ ଯଦି କେହି ଅଜଣା ବ୍ୟକ୍ତି ସେମାନଙ୍କୁ ଭୁଲ୍ ଉଦ୍ଦେଶ୍ୟରେ ଛୁଅନ୍ତି, ତେବେ ତୁରନ୍ତ ମାତାପିତାଙ୍କୁ ଜଣାଇବାକୁ କୁହନ୍ତୁ।

    ୮ ବର୍ଷ ବୟସରେ ବୈଜ୍ଞାନିକ ତଥ୍ୟ ବୁଝାନ୍ତୁ: ଏହି ବୟସରେ ପିଲାମାନେ ଅଧିକ ବୁଝିବା ଶକ୍ତି ହାସଲ କରିଥାନ୍ତି। ତେଣୁ ଏହି ବୟସର ପିଲାଙ୍କୁ କୌଣସି କାଳ୍ପନିକ କାହାଣୀ ନଶୁଣାଇ ବୈଜ୍ଞାନିକ ତଥ୍ୟ ବିଷୟରେ କୁହନ୍ତୁ। ସେମାନଙ୍କୁ ବୁଝାନ୍ତୁ ଯେ ଶିଶୁର ଜନ୍ମ ପାଇଁ ସ୍ପର୍ମ ଏବଂ ସେଲ୍ ର ଆବଶ୍ୟକତା ଥାଏ, ଯାହା ମାତାପିତା ଦୁହିଁଙ୍କଠାରୁ ମିଳିଥାଏ।

    ୧୦ ବର୍ଷ ବୟସରେ ସଙ୍କୋଚ ଦୂର କରନ୍ତୁ: ଏହି ବୟସକୁ ଆସିବା ପରେ ପିଲାଙ୍କ ସହ କଥା ହେବା ସମୟରେ ନିଜର ସଙ୍କୋଚକୁ ସମ୍ପୂର୍ଣ୍ଣ ଭାବେ ଦୂର କରନ୍ତୁ। ସମାଜରେ ଘଟୁଥିବା ଗମ୍ଭୀର ଘଟଣାଗୁଡ଼ିକ ବିଷୟରେ ସେମାନଙ୍କୁ ଅବଗତ କରାନ୍ତୁ। ଏହା ସହିତ ଯଦି ପିଲାମାନେ ନିଜେ ରେପ୍ କିମ୍ବା ଶାରୀରିକ ନିର୍ଯାତନା ସମ୍ପର୍କିତ କୌଣସି ପ୍ରଶ୍ନ ପଚାରୁଛନ୍ତି, ତେବେ ତାହାକୁ ଏଡ଼ାଇ ନଯାଇ ଏହାର ଗମ୍ଭୀରତା ବିଷୟରେ ବୁଝାନ୍ତୁ। ବିଶେଷ କରି ଝିଅମାନଙ୍କୁ ଏହି ବିଷୟରେ ଅଧିକ ସଚେତନ କରନ୍ତୁ ଏବଂ ପୁଅମାନଙ୍କୁ ମଧ୍ୟ ସମ୍ବେଦନଶୀଳ ହେବା ଶିଖାନ୍ତୁ।

    ୧୫ ବର୍ଷ ବୟସରେ ଦିଅନ୍ତୁ ସମ୍ପୂର୍ଣ୍ଣ ସୂଚନା: ଆପଣଙ୍କ ପିଲା ଏହି ବୟସରେ ପହଞ୍ଚିବା ପରେ ସେ ସେକ୍ସ ସମ୍ପର୍କିତ ସମସ୍ତ କଥା ଆପେ ଆପେ ଜାଣିଯାଇଥିବ ବୋଲି କେବେ ହେଲେ ଭାବନ୍ତୁ ନାହିଁ। ବରଂ ଅଧା-ଅଧୁରା ସୂଚନା ସେମାନଙ୍କୁ ଭୁଲ୍ ବାଟକୁ ନେଇଯାଇପାରେ। ସେମାନଙ୍କ ସହ ସ୍ପଷ୍ଟ ଓ ଖୋଲାଖୋଲି ଭାବେ କଥା ହୁଅନ୍ତୁ, ଯାହାଦ୍ୱାରା ପିଲାଙ୍କ ମନରେ କଣ ଚାଲିଛି ଆପଣ ସହଜରେ ଜାଣିପାରିବେ ଏବଂ ସେମାନଙ୍କୁ ସଠିକ୍ ମାର୍ଗଦର୍ଶନ ଦେଇପାରିବେ।

    ଏହି ଶିକ୍ଷା କାହିଁକି ଜରୁରୀ?

    • ସେକ୍ସ ଏଜୁକେସନ୍ ମାଧ୍ୟମରେ ହିଁ ପିଲାମାନେ ‘ଗୁଡ୍ ଟଚ୍’ ଏବଂ ‘ବ୍ୟାଡ୍ ଟଚ୍’ ର ଗୁରୁତ୍ୱକୁ ସଠିକ୍ ଭାବେ ବୁଝିପାରିବେ।
    • ନିଜ ଶରୀରରେ ବୟସ ଅନୁସାରେ ଆସୁଥିବା ଶାରୀରିକ ଓ ମାନସିକ ପରିବର୍ତ୍ତନଗୁଡ଼ିକୁ ସେମାନେ ସହଜରେ ଗ୍ରହଣ କରିପାରିବେ।
    • ବିପରୀତ ଲିଙ୍ଗର ସାଥୀ ବା ସାଙ୍ଗମାନଙ୍କ ସହ ଅଧିକ ସହଜ ରହିପାରିବେ ଏବଂ ସଠିକ୍ ସମୟରେ ସଠିକ୍ ବ୍ୟବହାର କରିବା ଶିଖିବେ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ