Saturday, May 30, 2026
30.2 C
Odisha

    ସୂର୍ଯ୍ୟାସ୍ତ ପରେ କରନ୍ତୁ ନାହିଁ ଏହି ସବୁ କାମ, ନଚେତ୍ ମା ଲକ୍ଷ୍ମୀ ହୋଇପାରନ୍ତି କ୍ରୋଧିତ

    ଆଗକୁ ପଢନ୍ତୁ

    ବାସ୍ତୁ ଶାସ୍ତ୍ରରେ ଅନେକ ନିୟମ ରହିଛି । ଯାହା ଜୀବନକୁ ଉନ୍ନତି କରିବାରେ ସାହାଯ୍ୟ କରେ । ତେଣୁ କିଛି ନିୟମ ପାଳନ କରିବାକୁ ପରାମର୍ଶ ଦିଏ । ସୂର୍ଯ୍ୟାସ୍ତ ପରେ କିଛି କାମ ନ କରିବା ପରାମର୍ଶ ଦିଆଯାଇଥାଏ । ବାରଣ କରାଯାଇଥିବା କାମ କରିବା ଦ୍ବାରା ମା ଲକ୍ଷ୍ମୀ କୋପ କରିଥାଆନ୍ତି । ମା କୋପ କଲେ ଘରେ ଦାରିଦ୍ର୍ୟତା ଓ ଦୁଃଖ ଲାଗି ରହିଥାଏ । ତେବେ ଆସନ୍ତୁ ସୂର୍ଯ୍ୟାସ୍ତ ପରେ କେଉଁ ସବୁ କାର୍ଯ୍ୟ ନ କରିବାକୁ ବାସ୍ତୁ ଶାସ୍ତ୍ରରେ ମନା କରାଯାଇଛି ସେ ସମ୍ପର୍କରେ ଜାଣିବା ।

    ବାସ୍ତୁ ଶାସ୍ତ୍ର ଅନୁସାରେ ସୂର୍ଯ୍ୟାସ୍ତ ପରେ କେବେବି ଟଙ୍କା କାରବାର କରିବା ଉଚିତ୍ ନୁହେଁ । ଏହି କାମ କରିବା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କ କ୍ରୋଧିତ ହୁଅନ୍ତି ଏବଂ ଆର୍ଥିକ ଅସୁବିଧା ହୋଇପାରେ । ଏହା କରିବା ଦ୍ୱାରା ଋଣ ମଧ୍ୟ ବଢିପାରେ ।

    ଆପଣଙ୍କ ଘରକୁ ସଫା ରଖିବା ଏକ ଭଲ କଥା । ସଫା ସୁତୁରା ଘର ଦେଖି ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି । କିନ୍ତୁ ସୂର୍ଯ୍ୟାସ୍ତ ପରେ ଝାଡୁ ମାରିବା କିମ୍ବା ପୋଛିବା ଠାରୁ ଦୂରେଇ ରହିବା ଉଚିତ । ବାସ୍ତୁ ଅନୁସାରେ ଏପରି କରିବା ଦ୍ୱାରା ଘରେ ସକରାତ୍ମକ ପ୍ରଭାବ ଅନୁଭବ ହୋଇନଥାଏ । ଆପଣ ଏହା ମଧ୍ୟ ମନେ ରଖିବା ଉଚିତ ଯେ ଯଦି ଆପଣଙ୍କୁ ସୂର୍ଯ୍ୟାସ୍ତ ପରେ ଝାଡୁ ମାରିବା କିମ୍ବା ପୋଛିବାକୁ ପଡ଼େ ତେବେ ଆପଣ ଅଳିଆ ଫିଙ୍ଗି ବାହାରକୁ ଫିଙ୍ଗନ୍ତୁ ନାହିଁ । ବରଂ ପରଦିନ ଘରୁ ଏହି ଅଳିଆ ବାହାର କରନ୍ତୁ ।

    ସୂର୍ଯ୍ୟାସ୍ତ ପରେ କିଛି ଜିନିଷ ଦାନ କରିବା ଉଚିତ୍ ନୁହେଁ । କ୍ଷୀର, ଦହି, ଲୁଣ, ପିଆଜ ଏବଂ ରସୁଣ ଦେବାକୁ ବାରଣ କରାଯାଏ । ବାସ୍ତୁ ଅନୁସାରେ, ଏହି ଜିନିଷ ଦାନ କରିବା ଦ୍ୱାରା ଚନ୍ଦ୍ର ଏବଂ ଶୁକ୍ର ଦୁର୍ବଳ ହୋଇଯାଇଥାଏ ଏବଂ ଜୀବନରୁ ସୁଖ ଏବଂ ଶାନ୍ତି ଦୂର ହୋଇଯାଏ । ଏପରି କରିବା ଦ୍ୱାରା ବାସ୍ତୁ ଦୋଷ ମଧ୍ୟ ଦେଖାଦେଇପାରେ ।

    ସୂର୍ଯ୍ୟାସ୍ତ ପରେ କିମ୍ବା ସୂର୍ଯ୍ୟାସ୍ତ ସମୟରେ ଶୋଇବାକୁ ଅଶୁଭ ବୋଲି ମଧ୍ୟ ବିବେଚନା କରାଯାଏ । ଏହି ସମୟରେ ଯେଉଁମାନେ ଶୋଇଥାଆନ୍ତି ସେମାନେ ଦୁର୍ଭାଗ୍ୟ ଆଡକୁ ଗତି କରି ଥାଆନ୍ତି । ସନ୍ଧ୍ୟାରେ ଶୋଇବା ଦ୍ୱାରା ମାନସିକ ଚାପ ମଧ୍ୟ ବଢ଼ିବା ସହିତ ଦେବୀ ଲକ୍ଷ୍ମୀଙ୍କ କ୍ରୋଧିତ ହୋଇପାରନ୍ତି । ସୂର୍ଯ୍ୟାସ୍ତ ପରେ ଘରେ ଦୀପ ଜାଳିବା ଉଚିତ ନୁହେଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.2 ° C
    30.2 °
    30.2 °
    57 %
    1.5kmh
    100 %
    Sat
    41 °
    Sun
    39 °
    Mon
    38 °
    Tue
    40 °
    Wed
    42 °

    ସମ୍ବନ୍ଧିତ