Tuesday, May 26, 2026
29.9 C
Odisha

    ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ନାବାଳିକା ମୃତ; ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ । ୩ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ବସନ୍ତ ଭିଲ୍ଲା ଆପାର୍ଟମେଣ୍ଟର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଭୋର ୪ଟା ୩୦ରେ ଆପାର୍ଟମେଣ୍ଟର ତଳ ମହଲାରେ ନିଆଁ ଲାଗିଥିଲା । ପରେ ଦ୍ରୁତ ଗତିରେ ବ୍ୟାପିଯାଇଥିଲା । ତୃତୀୟ ମହଲା ପର୍ଯ୍ୟନ୍ତ ବ୍ୟାପିଯାଇଥିଲା ନିଆଁ ।  ଅନିଶ୍ବାସୀ ହୋଇଯାଇଥିଲେ ଆପାର୍ଟମେଣ୍ଟ ବାସିନ୍ଦା ।

    ଯେତେବେଳେ ଅଗ୍ନିଶମ ବିଭାଗୀୟ ଅଧିକାରୀ ଆସି ପହଞ୍ଚିଥିଲେ ଦୁଇଜଣ ବାଷ୍ପରୁଦ୍ଧ ହୋଇସାରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରଥମେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ତା ପରେ ଅନ୍ୟ ସମସ୍ତଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା । ହେଲେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ନାବାଳିକାର ମୃତ୍ୟୁ ହୋଇଛି ।  ମୃତକ ହେଲେ ବିଶ୍ବନାଥ ବେହେରା, ସୁଲଭା ବେହେରା ଓ ତେଜେଶ୍ବରୀ ବେହେରା । ଏହି ଅଗ୍ନିକାଣ୍ଡ କାହିଁକି ଘଟିଲା ଏବଂ କେଉଁ ପରିସ୍ଥିତିରେ ଘଟିଲା ଏସବୁ ଦିଗକୁ ନେଇ ଆଗକୁ ଅନୁସନ୍ଧାନ କରାଯିବ । ପ୍ରାଥମିକ ଅନୁନ୍ଧାନରୁ ଅନୁମାନ କରାଯାଉଛି ଯେ ସର୍ଟ ସର୍କିଟ୍ କାରଣରୁ ଏଭଳି ପରିସ୍ଥିତି ଉପୁଜିଥାଇପାରେ ।  ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.9 ° C
    29.9 °
    29.9 °
    47 %
    1.6kmh
    50 %
    Mon
    30 °
    Tue
    45 °
    Wed
    45 °
    Thu
    46 °
    Fri
    45 °

    ସମ୍ବନ୍ଧିତ