Wednesday, April 15, 2026
30.3 C
Odisha

    ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ, ରାହାମା ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ଘରେ ଭଜିଲାନ୍ସ ଚଢ଼ାଉ

    ଆଗକୁ ପଢନ୍ତୁ

    ଜଗତସିଂହପୁର   :   ଜଗତସିଂହପୁର ଜିଲ୍ଲା ରାହାମା ବନ ବିଭାଗର ରେଞ୍ଜ ଅଧିକାରୀ ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ଘରେ ପଶିଲା ଭିଜିଲାନ୍ସ। ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍। ତାଙ୍କ ଘରୁ ବିପୁଳ ପରିମାଣର ଟଙ୍କା ଓ ସୁନାଗହଣା ଜବତ କରାଯାଇଥିବା ପ୍ରାଥମିକ ସୂଚନା ମିଳିଛି। ଆୟ ବହିର୍ଭୂତ  ସମ୍ପତି ଠୁଳ ଅଭିଯୋଗରେ ଆଜି ଜଗତସିଂପୁର ଜିଲ୍ଲା ରାହାମା ବନ ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ 4ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରୁଛି। ଯଥା :-

    ଜଗତସିଂପୁରର ଚତରାଠାରେ ଅବସ୍ଥିତ ଆବାସିକ ତିନି ମହଲା କୋଠା, ଜଗତ୍ସିଂହପୁର ଜିଲ୍ଲା ଅନ୍ତର୍ଗତ ସାମନ୍ତରାୟପୁର, ପୋ-ଡୋଣ୍ଡୋ, ନିଜ ଗ୍ରାମଠାରେ ଦୁଇ ମହଲା ବିଶିଷ୍ଟ କୋଠା, କଟକ ବନ ବିଭାଗ ଅଧୀନରେ ଥିବା ଫରେଷ୍ଟ ରେଞ୍ଜ, ସମ୍ପୁର, ଜଗତସିଂହପୁରରେ ଅବସ୍ଥିତ କାର୍ଯ୍ୟାଳୟ ଏବଂ  ଜଗତସିଂପୁର ଫରେଷ୍ଟ ରେଞ୍ଜ ପରିସରରେ ଅବସ୍ଥିତ ସରକାରୀ କାର୍ଯ୍ୟାଳୟ।

    ସ୍ୱତନ୍ତ୍ର ବିଚାରପତି, କଟକ ଭିଜିଲାନ୍ସଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ଦୁଇ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୫ ଜଣ ଡିଏସପି, ୮ ଜଣ ନିରୀକ୍ଷକ ଏବଂ ଅନ୍ୟାନ୍ୟ ସହାୟକ ଅଧିକାରୀ ଏବଂ କର୍ମଚାରୀଙ୍କ ନେତୃତ୍ୱରେ ଜଗତସିଂପୁର ଜିଲ୍ଲାର ଉପରୋକ୍ତ ସ୍ଥାନଗୁଡ଼ିକରେ ଏକକାଳୀନ ଘର ଚଢ଼ାଉ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    30.3 ° C
    30.3 °
    30.3 °
    51 %
    2.2kmh
    51 %
    Wed
    30 °
    Thu
    43 °
    Fri
    44 °
    Sat
    43 °
    Sun
    44 °

    ସମ୍ବନ୍ଧିତ