Sunday, March 15, 2026
23.5 C
Odisha

    ଏହିସବୁ ରୋଗ ଭଲ କରେ ହଳଦୀ: ଜାଣନ୍ତୁ କେମିତି ଖାଇବେ

    ଆଗକୁ ପଢନ୍ତୁ

    ହଳଦୀରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏଥିରେ କୁର୍‌କୁମିନ୍‌ ନାମକ ଏକ ତତ୍ତ୍ୱ ରହିଛି, ଯାହା ଆମ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହି ତତ୍ତ୍ୱ ଶରୀରରେ ଥଣ୍ଡା କମାଇବାରେ କେତେକାଂଶରେ ସାହାଯ୍ୟ କରେ। ବିଶେଷଭାବରେ ଶରୀରରେ ଥଣ୍ଡା ସୃଷ୍ଟି କରୁଥିବା କୋଷଗୁଡ଼ିକୁ ଏହା ନଷ୍ଟ କରିଦିଏ, ଯାହା ଦ୍ୱାରା ଆମେ ଏଭଳି ସମସ୍ୟାରୁ କେତେକାଂଶରେ ଉପଶମ ଲାଭ କରିଥାଉ। ଉଷୁମ କ୍ଷୀର ସହ ହଳଦୀ, ଗୋଲମରିଚ, ଅଳେଇଚ ଆଦି ମିଶାଇ ପିଇପାରନ୍ତି। ସବୁଠାରୁ ଖାସ୍‌ କଥା ହେଲା ହଳଦୀ ଶରୀରରେ ଇନ୍‌ସୁଲିନ୍‌କୁ ନିୟନ୍ତ୍ରଣରେ ରଖେ। ହଳଦୀ ଖାଇବା ଦ୍ୱାରା ଏହା ଆମ ଶରୀରର ମାଂସପେଶୀ ଶକ୍ତ ରହିଥାଏ ବୋଲି ଟୋକିଓ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକ ସର୍ଭେରୁ ଜାଣିପାରିଛନ୍ତି। ଏହା ମଧ୍ୟ ମସ୍ତିଷ୍କର କାର୍ଯ୍ୟଧାରାକୁ ଆହୁରି ସକ୍ରିୟ କରେ। ଉକ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଏହି ସର୍ଭେ ରିପୋର୍ଟରେ ପୁଣି ଉଲ୍ଲେଖ କରାଯାଇଛି ଯେ ସ୍ମରଣ ଶକ୍ତିକୁ ବୃଦ୍ଧି କରିବାରେ ହଳଦୀ ମଧ୍ୟ ସାହାଯ୍ୟ କରେ।ଏହାଛଡା କୃମିନାଶ କରେ ହଳଦୀ। ତ୍ୱଚା ରେ ସୁନ୍ଦରତା ବଜାୟ ରଖିବାରେ ସାହାଯ୍ୟ କରେ ହଳଦୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.5 ° C
    23.5 °
    23.5 °
    60 %
    2.4kmh
    0 %
    Sat
    23 °
    Sun
    38 °
    Mon
    37 °
    Tue
    38 °
    Wed
    37 °

    ସମ୍ବନ୍ଧିତ