Wednesday, May 20, 2026
29.9 C
Odisha

    ଓଡ଼ିଶାରେ ଧିମେଇ ଯାଇଛି ପିଏମ ସୂର୍ଯ୍ୟ ଘର ଯୋଜନା: ଉପମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଓଡ଼ିଶାରେ ପିଏମ ସୂର୍ଯ୍ୟ ଘର ଯୋଜନା ଧିମେଇ ଯାଇଛି। ଟାର୍ଗେଟ ୩ ଲକ୍ଷ ଦିଆଯାଇଥିବା ବେଳେ ହୋଇଛି ମାତ୍ର ୨୦ ହଜାର। ଯୋଜନାର ଅଗ୍ରଗତି ନେଇ ସମୀକ୍ଷା ପରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କଡ଼ା ନିର୍ଦ୍ଦେଶାନାମା ଜାରି କରିଛନ୍ତି। ଏଣିକି ପ୍ରତି ମାସରେ ଯୋଜନାର ଅଗ୍ରଗତି ନେଇ ବିତରକ କମ୍ପାନିମାନଙ୍କ ସହ ସମୀକ୍ଷା କରାଯିବ। ପିଏମ ସୂର୍ଯ୍ୟ ଘର ଯୋଜନାକୁ ନେଇ ବିଲ କଲେକ୍ସନ କରୁଥିବା କର୍ମଚାରୀ ଆୱାରନେସ କରେଇବେ।

    ଲୋକଙ୍କୁ ସଚେତନ କରାଯିବା ସହ ଲିଫଲେଟ୍ ଓ ପାମ୍ପଲେଟ୍ ବଣ୍ଟାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଅନଲାଇନ୍ ଜରିଆରେ ଯେଉଁମାନେ ପିଏମ ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରିଛନ୍ତି ସେମାନଙ୍କୁ ବିତରଣ କମ୍ପାନିମାନେ ଯୋଗାଯୋଗ କରି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
    ରାଜ୍ୟରେ ଏହା ମନ୍ଥର ଗତିରେ କାର୍ଯ୍ୟ କରୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଆସିଥିବା ୧ ଲକ୍ଷ ୮୦ ହଜାର ଆବେଦନକୁ ରେଗୁଲାର ମିନିଟରିଂ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.9 ° C
    29.9 °
    29.9 °
    34 %
    1.5kmh
    58 %
    Wed
    45 °
    Thu
    45 °
    Fri
    45 °
    Sat
    45 °
    Sun
    43 °

    ସମ୍ବନ୍ଧିତ