Saturday, July 27, 2024
24.6 C
Odisha

    ଓଡ଼ିଶା ଉପକୂଳରୁ ଆକାଶରୁ ଭୂପୃଷ୍ଠଗାମୀ କ୍ଷେପଣାସ୍ତ୍ର ରୁଦ୍ରମ୍-୨ର ସଫଳ ପରୀକ୍ଷଣ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (ଡିଆରଡିଓ) ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଭାରତୀୟ ବାୟୁସେନାର ଏସ୍‌ୟୁ–୩୦ ଏମକେ-୧ ପ୍ଲାଟଫର୍ମରୁ ଆକାଶରୁ ଭୂପୃଷ୍ଠଗାମୀ କ୍ଷେପଣାସ୍ତ୍ର ରୁଦ୍ରମ-୨ର ସଫଳ ପରୀକ୍ଷଣ କରିଛି । ଉଡ଼ାଣ – ପରୀକ୍ଷଣ ସମସ୍ତ ପରୀକ୍ଷଣ ଉଦ୍ଦେଶ୍ୟ ପୂରଣ କରିଥିଲା, ପ୍ରୋପଲ୍ସନ୍ ସିଷ୍ଟମ୍ ଓ ନିୟନ୍ତ୍ରଣ ଏବଂ ମାର୍ଗଦର୍ଶନ ଆଲଗୋରିଦମ୍‌କୁ ମାନ୍ୟ କରିଥିଲା । ଏହି କ୍ଷେପଣାସ୍ତ୍ରର କାର୍ଯ୍ୟଦକ୍ଷତାକୁ ଇଲେକ୍ଟ୍ରୋ – ଅପ୍ଟିକାଲ ସିଷ୍ଟମ, ରାଡାର ଏବଂ ଟେଲିମେଟ୍ରି ଷ୍ଟେସନ ଭଳି ରେଞ୍ଜ ଟ୍ରାକିଂ ଉପକରଣ ଦ୍ୱାରା କଏଦ କରାଯାଇଥିବା ଉଡାଣ ସମ୍ପର୍କିତ ତଥ୍ୟ ମାଧ୍ୟମରେ ସତ୍ୟାପିତ କରାଯାଇଛି, ଯାହାକୁ ଚାନ୍ଦିପୁର ଦ୍ୱାରା ଜାହାଜ ସମେତ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି।

    ରୁଦ୍ରମ୍ -୨ ହେଉଛି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏକ କଠିନ ଚାଳିତ କ୍ଷେପଣାସ୍ତ୍ର ପ୍ରଣାଳୀ ଯାହା ଅନେକ ପ୍ରକାର ଶତ୍ରୁ ସମ୍ପତ୍ତିକୁ ନିଷ୍କ୍ରିୟ କରିବା ପାଇଁ ଆକାଶରୁ ଭୂପୃଷ୍ଠକୁ କ୍ଷେପଣ ପାଇଁ ଉଦ୍ଦିଷ୍ଟ । ଡିଆରଡିଓର ବିଭିନ୍ନ ପରୀକ୍ଷାଗାର ଦ୍ୱାରା ବିକଶିତ ଅନେକ ଅତ୍ୟାଧୁନିକ ସ୍ୱଦେଶୀ ଜ୍ଞାନକୌଶଳକୁ ଏହି କ୍ଷେପଣାସ୍ତ୍ର ପ୍ରଣାଳୀରେ ଅନ୍ତର୍ଭୁକ୍ତ କରାଯାଇଛି।

    ରୁଦ୍ରମ୍ -୨ର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଡିଆରଡିଓ, ଭାରତୀୟ ବାୟୁସେନା ଏବଂ ଉଦ୍ୟୋଗ ଜଗତକୁ ଅଭିନନ୍ଦନ ଜଣାଇଛନ୍ତି। ଏହି ସଫଳ ପରୀକ୍ଷଣ ସଶସ୍ତ୍ର ବାହିନୀ ପାଇଁ ଏକ ଶକ୍ତି ଗୁଣକ ଭାବରେ ରୁଦ୍ରମ୍ -୨ ବ୍ୟବସ୍ଥାର ଭୂମିକାକୁ ସୁଦୃଢ଼ କରିଛି ବୋଲି ସେ କହିଛନ୍ତି। ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ବିଭାଗର ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଡ. ସମୀର ଭି କାମାତ ସଫଳ ଉଡ଼ାଣ ପରୀକ୍ଷଣରେ ଡିଆରଡିଓ ଗୋଷ୍ଠୀର ଅକ୍ଳାନ୍ତ ଉଦ୍ୟମ ଓ ଅବଦାନକୁ ପ୍ରଶଂସା କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ