Wednesday, October 23, 2024
21.7 C
Odisha

    ଓଡିଶାରେ ବିଜେଡି ଅସ୍ତ ହୋଇ ସାରିଛି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର / ବ୍ରହ୍ମପୁର / ନବରଙ୍ଗପୁର: ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସୋମବାର ଦିନ ଓଡିଶାର ବ୍ରହ୍ମପୁର ଓ ନବରଙ୍ଗପୁରରେ ଆୟୋଜିତ ବିଶାଳ ଜନସଭା ଗୁଡିକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡିଶାର ବିଜେଡି ସରକାରର ଦୁର୍ନୀତି ଉପରେ କଠୋର ପ୍ରହାର କରିବା ସହ ରାଜ୍ୟର ଜନସାଧାରଣଙ୍କ ଠାରୁ ରାଜ୍ୟରେ ପୂର୍ଣ ସଂଖ୍ୟା ଗରିଷ୍ଠତା ସହ ପଦ୍ମ ଫୁଲ ଫୁଟାଇବାକୁ ଆହ୍ୱାନ କରିବା ସହ ରାଜ୍ୟର ପ୍ରତ୍ୟେକ ଲୋକସଭା ଆସନରେ ବିଜେପିକୁ ବିଜୟୀ କରାଇବାକୁ ଅପିଲ କରିଛନ୍ତି ।
    ସମ୍ମାନିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆଜି ଆମର ରାମଲଲା ଭବ୍ୟ ରାମ ମନ୍ଦିରରେ ବିରାଜମାନ ଅଛନ୍ତି। ପ୍ରଭୁ ରାମଲଲାଙ୍କ ଭବ୍ୟ ମନ୍ଦିର ଦୀର୍ଘ 5 ଶହ ବର୍ଷର ପ୍ରତୀକ୍ଷା ପରେ ଜନ ସାଧାରଣଙ୍କ ଦ୍ୱାରା ବିଜେପିକୁ ଗୋଟିଏ ଭୋଟ କାରଣରୁ ସମ୍ଭବ ହୋଇ ପାରିଛି । ଓଡିଶାରେ ଚଳିତ ଥର ଦୁଇଟି ଯଜ୍ଞ ଏକା ସାଥିରେ ହେଉଛି । ଗୋଟିଏ ଯଜ୍ଞ ଭାରତରେ ଏକ ଶକ୍ତିଶାଳୀ ସରକାର ଗଠନ କରିବା ପାଇଁ ହେଉଥିବା ବେଳେ ଅନ୍ୟ ଗୋଟିଏ ଯଜ୍ଞ ଓଡିଶାରେ ବିଜେପି ନେତୃତ୍ୱରେ ଶକ୍ତିଶାଳୀ ରାଜ୍ୟ ସରକାର ଗଠନ ପାଇଁ ରହିଛି । ଜନସାଧାରଣଙ୍କ ଉତ୍ସାହରେ ଗୋଟିଏ ଭାବନା ହିଁ ଦେଖା ଦେଉଛି ଓ ତାହା ହେଉଛି ଓଡିଶାରେ ପ୍ରଥମ ଥର ପାଇଁ ଡବଲ ଇଂଜିନ ସରକାର । ଓଡିଶା ବିଜେପି ଏଠାକାର ଆକାଂକ୍ଷା, ଯୁବକ ମାନଙ୍କର ସ୍ୱପ୍ନ ଓ ଭଉଣୀ ଓ ଝିଅ ମାନଙ୍କର ସାମର୍ଥ୍ୟକୁ ଆଖି ଆଗରେ ରଖି ଖୁବ ଭିଜନାରୀ ସଂକଳ୍ପ ପତ୍ର ଜାରୀ କରିଛି । ଏହି ସଂକଳ୍ପ ପତ୍ରରେ ଯୁବକ, ମହିଳା ମାନଙ୍କ ପାଇଁ ରୋଜଗାର ମଧ୍ୟ ରହିଛି, ବୟସ୍କ ମାନଙ୍କ ପାଇଁ ସ୍ୱାସ୍ଥ୍ୟ, ମହାନ ସଂସ୍କୃତି ପାଇଁ ପର୍ଯ୍ୟଟନ ବିକାଶ ତଥା ଧାନ ଓ କେନ୍ଦୁ ପତ୍ର ପାଇଁ ଖୁବ ବଡ ବଡ ଘୋଷଣା ମାନ କରାଯାଉଛି । ଜନସାଧାରଣ ଭଲ ଭାବେ ଜାଣନ୍ତି ଯେ ବିଜେପି ଯାହା କୁହେ ତାହା କରିକି ଦେଖାଏ । ଏଠାରେ ସରକାର ଗଠନ ହେବା ପରେ ବିଜେପି ସମ୍ପୂର୍ଣ ଶକ୍ତି ସହ ଏହି ଘୋଷଣା ଗୁଡିକୁ ପୂରା କରିବ ଏହା ମୋଦୀର ଗାରେଂଟି ଅଟେ ।
    ଆଜି ହେଉଛି ମଇ 6, ଜୁନ ତାରିଖ ଦିନ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବଛା ଯିବେ । ଜୁନ 10 ତାରିଖ ଦିନ ଭୁବନେଶ୍ୱରରେ ବିଜେପିର ମୁଖ୍ୟମନ୍ତ୍ରୀ ଙ୍କ ଶପଥ ଗ୍ରହଣ ସମାରୋହ ହେବ । ମୁଁ ଆଜି ଆପଣଙ୍କୁ ବିଜେପି ସରକାରର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ନିମନ୍ତ୍ରଣ ଦେଉଛି ।
    ଯଶସ୍ୱୀ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଓଡିଶାରେ ବିଜେଡି ଅସ୍ତ ହୋଇ ସାରିଛି, କଂଗ୍ରେସ ପରାଜିତ ହୋଇ ସାରିଛି ଓ ଲୋକ ମାନେ ବିଜେପି ଉପରେ ଆଶ୍ୱସ୍ତ ଅଛନ୍ତି କାରଣ ବିଜେପି ଆଶାର ନୂଆ ସୂର୍ଯ୍ୟ ନେଇ ଆସିଛି । ଓଡିଶାରେ ପାଖା ପାଖି 50 ବର୍ଷ କଂଗ୍ରେସ ଓ ପାଖାପାଖି 25 ବର୍ଷ ବିଜେଡିର ସରକାର ରହିଛି । କିନ୍ତୁ ଓଡିଶାର ବିକାଶ ହୋଇ ନାହିଁ । ଓଡିଶା ରେ ଉର୍ବର ଭୂମି, ଖଣିଜ ସମ୍ପଦ, ସମୁଦ୍ର ଉପକୂଳ, ବ୍ରହ୍ମପୁର ଭଳି ବାଣିଜ୍ୟିକ କେନ୍ଦ୍ର, ସଂସ୍କୃତି ଓ ଐତିହ୍ୟ ସହିତ ସବୁକିଛି ରହିଛି । ହେଲେ ଏହି ଧନୀ ଓଡିଶାର ଲୋକ ମାନେ ଗରୀବ ହୋଇ ରହିଛନ୍ତି । ଏହି ପାପ ପାଇଁ କଂଗ୍ରେସ ଓ ବିଜେଡି ଦାୟୀ । ଓଡିଶାରେ ବିଜେଡିର ଛୋଟ ଛୋଟ ନେତା ମାନେ ବଡ ବଡ ଅଟ୍ଟାଳିକାର ମାଲିକ ହୋଇ ଯାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଅଂଚଳରୁ ସର୍ବାଧିକ ଶ୍ରମିକ କାମ କରିବାକୁ ଯାଉଛନ୍ତି, ଏଠାରେ ଡାକ୍ତରଖାନାର ଡାକ୍ତର ନାହାନ୍ତି, ଛାତ୍ର ମାନେ ତାଙ୍କର ପାଠପଢା ସମାପ୍ତ କରି ପାରୁ ନାହାନ୍ତି , ଏପରି କାହିଁକି ? ମୋଦୀ ଓଡିଶାର ବିକାଶ ପାଇଁ ଯଥେଷ୍ଟ ଓ ଉଚିତ ଧନ ଉପଲବ୍ଧ କରାଉଛି । ଏହା ସତ୍ୱେ ଏପରି କାହିଁକି ହେଉଛି ?
    ମାନନୀୟ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୟୁପିଏ ସରକାର ନିଜର ଦଶ ବର୍ଷର କାର୍ଯ୍ୟକାଳରେ ଓଡିଶାକୁ ମାତ୍ର 1 ଲକ୍ଷ କୋଟି ଟଙ୍କା ଆବଂଟିତ କରିଥିଲେ । ଅନ୍ୟ ପକ୍ଷରେ ମୋଦୀ ସରକାର ନିଜର ଦଶ ବର୍ଷର କାର୍ଯ୍ୟକାଳରେ ଓଡିଶାକୁ 3.5 ଲକ୍ଷ କୋଟି ଟଙ୍କାରୁ ଉର୍ଧ ଆବଂଟିତ କରିଛି । କିନ୍ତୁ ଦିଲ୍ଲୀରୁ ପଠା ଯାଉଥିବା ଏହି ଅର୍ଥକୁ ଲୋକଙ୍କ ହିତରେ ବ୍ୟବହାର କରିବାକୁ ରାଜ୍ୟରେ ଏକ ଭଲ ସରକାର ମଧ୍ୟ ଗଠନ ହେବା ଆବଶ୍ୟକ । ଓଡିଶାର ବିଜେଡି ସରକାର, କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକୁ ଲାଗୁ କରୁ ନାହିଁ ଅଥବା ଉକ୍ତ ଯୋଜନା ଗୁଡିକ ଉପରେ ନିଜର ଷ୍ଟିକର ଲଗାଇ ଦେଉଛି । କେନ୍ଦ୍ରର ବିଜେପି ସରକାର ଓଡିଶାକୁ ଜଳ ଜୀବନ ମିଶନ ପାଇଁ 10 ହଜାର କୋଟି ଟଙ୍କା ଆବଂଟିତ କରିଛି ହେଲେ ବିଜେଡି ସରକାର ଏହାର ସଦୁପଯୋଗ କରି ପାରି ନାହିଁ ।
    ମୋଦି ଗାଁରେ ରାସ୍ତା ନିର୍ମାଣ ପାଇଁ ପଇସା ପଠାଉଛି କିନ୍ତୁ ଓଡ଼ିଶାର ଗାଁରେ ରାସ୍ତାର ଅବସ୍ଥା ବହୁତ ଖରାପ ଅଟେ, ମୋଦି ନିଶୁଳ୍କ ଚାଉଳ ପାଇଁ ଧନରାଶି ପଠାଉଛି କିନ୍ତୁ ବିଜେଡି ସରକାର ଏହି ଯୋଜନାକୁ ବି ନିଜର କହିଦେଉଛନ୍ତି । କାରଣ ବିଜେଡି ସରକାର କିଛି କରିନାହିଁ ଏଥିପାଇଁ ସେମାନଙ୍କୁ ଏହି ବେଇମାନୀ କରିବାକୁ ପଡୁଛି । ମୋଦି ପୂରା ଦେଶରେ 6 କୋଟି ଗରିବଙ୍କୁ 5ଲକ୍ଷ ଟଙ୍କା ଯାଏ ପ୍ରତିବର୍ଷ ନିଶୁଳ୍କ ସ୍ୱାସ୍ଥ୍ୟର ଗ୍ୟାରେଂଟି ଦେଇଛି କିନ୍ତୁ ଓଡ଼ିଶାର ଲୋକଙ୍କୁ ଏହି ଯୋଜନାର ଲାଭ ମିଳୁନାହିଁ, ରାଜ୍ୟର ବିଜେଡି ସରକାର ଆୟୁଷ୍ମାନ ଭାରତ ଯୋଜନାକୁ ଓଡ଼ିଶାରେ ଲାଗୁ ହିଁ ହେବାକୁ ଦେଇନାହାନ୍ତି । ଜୁନ 10ରେ ଭୁବନେଶ୍ୱରରେ ଯେମିତି ହିଁ ମୋଦିର ମୁଖ୍ୟମନ୍ତ୍ରୀ ଶପଥ ନେବେ, ସେହିଦିନ ଓଡ଼ିଶାର ସମସ୍ତ ଲୋକଙ୍କୁ ଆୟୁଷ୍ମାନ ଭାରତର ଲାଭ ଦେବା ପ୍ରକ୍ରିୟା ଆରମ୍ଭ ହୋଇଯିବ ଏବଂ 70 ବର୍ଷର ଅଧିକ ବୟସର ପ୍ରତିବର୍ଗର ବୟସ୍କଙ୍କୁ ଆୟୁଷ୍ମାନ ଭାରତ ଯୋଜନା ଅଧୀନକୁ ଅଣାଯିବ । ଓଡ଼ିଶାର ବିଜେଡି ସରକାରକୁ ମହିଳାଙ୍କ ହିତ ପାଇଁ କୌଣସି ଚିନ୍ତା ନାହିଁ । କେନ୍ଦ୍ର ସରକାର ପ୍ରତି ଗର୍ଭବତୀ ମହିଳାଙ୍କୁ 6ହଜାର ଟଙ୍କାର ଆର୍ଥିକ ସହାୟତା ଦେଉଛନ୍ତି କିନ୍ତୁ ବିଜେଡି ସରକାର ଓଡ଼ିଶାରେ ଏହି ଯୋଜନା ବି ଲାଗୁ ହେବାକୁ ଦେଉନାହାନ୍ତି । ଓଡ଼ିଶାର କୌଣସି ମାଆ ବିଜେଡିକୁ କ୍ଷମା କରିପାରିବ ନାହିଁ ।
    ଶ୍ରୀ ମୋଦି କହିଛନ୍ତି ଯେ, ଗତ 10 ବର୍ଷରେ ମୋଦି ଆଦିବାସୀ କଲ୍ୟାଣର ବଜେଟ 5 ଗୁଣା ବୃଦ୍ଧି କରିଛନ୍ତି, ଆଦିବାସୀ କ୍ଷେତ୍ରରେ ଏକଲବ୍ୟ ଆଦିବାସୀ ବିଦ୍ୟାଳୟର ସଂଖ୍ୟା 4ଶହରେ ପହଂଚାଇଛନ୍ତି, ବନଧନ କେନ୍ଦ୍ର ଯୋଜନା ଲାଗୁ କରିଛନ୍ତି, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ସଂରକ୍ଷଣ 10 ବର୍ଷ ଆଗକୁ ବୃଦ୍ଧି ହୋଇଛି ଏବଂ 7 ପ୍ରତିଶତ ମନ୍ତ୍ରୀ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆବର୍ଗରୁ ହୋଇଛନ୍ତି । 40 ବର୍ଷ ପୂର୍ବରୁ ରାଜୀବ କାନ୍ଧି କହିଥିଲେ ଯେ, ମୁଁ ଦିଲ୍ଲୀରୁ ଏକ ଟଙ୍କା ପଠାଇଲେ, ଗରିବଙ୍କ ନିକଟରେ କେବଳ 15 ପଇସା ପହଂଚୁଛି । ଅର୍ଥାତ ଶହେରୁ 85 ପଇସା କଂଗ୍ରେସର ପଂଜା ଲୁଟି ନେଉଥିଲା । ଆପଣ ଏହି ଗରିବ ମାଆର ପୁଅକୁ ସୁଯୋଗ ଦେଲେ, ସେତେବେଳେ ମୁଁ କହିଥିଲି, ମୁଁ ଏକ ଟଙ୍କା ପଠାଇବି ଏବଂ ପ୍ରତି ପଇସା କାହାକୁ ଖାଇବାକୁ ଦେବିନାହିଁ ଆଉ ଯିଏ ଖାଇବ ସେ ଜେଲର ରୋଟି ଚୋବାଇବ । ଝାରଖଣ୍ଡରେ ନୋଟର ପାହାଡ ମିଳୁଛି ଏବଂ ଯେତେବେଳେ ଏହି ଭ୍ରଷ୍ଟାଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ସେତେବେଳେ ଏହି ଲୋକେ ମୋଦିକୁ ଗାଳି ଦେଉଛନ୍ତି । ଲୋକଙ୍କ ପଇସା ସୁରକ୍ଷିତ ରଖିବା ପାଇଁ ଜନ ଧନ ଖାତା, ଆଧାର ଓ ମୋବାଇଲର ତ୍ରିଶକ୍ତି ବନାଯାଇଛି, ଯାହାଦ୍ୱାରା ଗରିବଙ୍କ ପଇସା ଲୁଟ ବନ୍ଦ ହୋଇଛି ।
    ଆଦରଣୀୟ ପ୍ରଧାନମନ୍ତ୍ରୀ ଜୀ କହିଛନ୍ତି ଯେ ଓଡିଶା ବିଜେପି ସୁଭଦ୍ରା ଯୋଜନା ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ପାଇଁ ଓ ସ୍ୱଂୟ ସହାୟକ ଗୋଷ୍ଠୀର ୨୫ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ସଂକଳ୍ପ ନେଇଛି । ଭାଜପା ଓଡିଶାର ଝିଅ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ରାଷ୍ଟ୍ରପତି କରିଛି ଏବଂ ପ୍ରତ୍ୟେକ ଓଡିଶାବାସୀ ଏହା ଉପରେ ଗର୍ବ କରନ୍ତି । ଯେତେବେଳେ ଓଡିଶାରେ ଓଡିଆ ସଂସ୍କୃତି କୁ ଜୀଉଁଥିବା ଓ ଏହି ସଂସ୍କୃତି ପ୍ରତି ସମର୍ପିତ ଥିବା ବ୍ୟକ୍ତି ଭାଜପାର ମୁଖ୍ୟମନ୍ତ୍ରୀ ହେବ ତେବେ ଏଠାକାର ଜନତାଙ୍କ ସମସ୍ୟାର ଦ୍ରୁତ ଗତିରେ ସମାଧାନ ହେବ । ଓଡିଶାର ଯୁବକମାନଙ୍କ ମଧ୍ୟରେ ପ୍ରତିଭାର କୌଣସି ଅଭାବ ନାହିଁ ଓ ସୁରଟରେ ପାଦ ପାଦରେ ଓଡିଶାରେ ରହୁଥିବା ବ୍ୟକ୍ତି ମିଲ ଯାଏ । ମୁଁ ଓଡିଶାର ଯୁବକମାନଙ୍କ ପ୍ରତିଭା ଦେଖିଛି ଏଥିପାଇଁ ମୋର ବିଶ୍ୱାସ ଅଛି ଯେ ଯଦି ଏଠାକାର ଯୁବକଙ୍କୁ ସୁଯୋଗ ମିଳେ ତେବେ ଓଡିଶାକୁ ଦେଶର ଏକ ନମ୍ବର କରାଯାଇପାରିବ । ୫ ବର୍ଷରେ ଭାଜପା ସରକାର ଓଡିଶାକୁ ଦେଶର ଏକ ନମ୍ବର ରାଜ୍ୟ କରିବ ଓ ଏହାର ମୋଦୀର ଗ୍ୟାରେଣ୍ଟି । ଭାଜପାର ପରିଚୟ ସୁଶାସନ ଅଟେ ଏଥିପାଇଁ ଭାଜପା ଶାସିତ ରାଜ୍ୟମାନଙ୍କରେ ବିକାଶ ନୂଆ ଗତିରେ ହେଉଛି । ଭାଜପା ଘୋଷଣା କରିଛି ଯେ ଓଡିଶାରେ ସରକାର ଗଢିବାର ଦ୍ୱିତୀୟ ଦିନରେ ୩୧୦୦ ଟଙ୍କା ପ୍ରତି କ୍ୱିଣ୍ଟାଲରେ ଧାନ କିଣାଯିବ । ଗତ ବର୍ଷ ୧୫ ନଭେମ୍ବରରେ ଭଗବାନ ବିରସା ମୁଣ୍ଡାଙ୍କ ଜନ୍ମଦିନରେ ପିଏମ୍ ଜନମନ ଯୋଜନା ଆରମ୍ଭ କରାଯାଇଛି ଯାହା ଦ୍ୱାରା ୨୪ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଓଡିଶାରେ ବହୁ ସଂଖ୍ୟାରେ ଆଦିବାସୀ ଜନଜାତି ରୁହନ୍ତି , ଏବେ ଏହି ଅତି ପଛୁଆ ଆଦିବାସୀମାନଙ୍କର ମଧ୍ୟ ଦ୍ରୁତ ବିକାଶ ହେବ ।
    ଶ୍ରୀ ମୋଦୀ କହିଛନ୍ତି ଯେ ତ୍ରିପୁରାକୁ କମ୍ୟୁନିଷ୍ଟ ଓ କଂଗ୍ରେସର ୩୦ ବର୍ଷର ଶାସନ ବରବାଦ କରି ଦେଇଛି କିନ୍ତୁ ୨୦୧୮ ପରେ ତ୍ରିପୁରାରର ଜନତା ଲଗାତାର ଦୁଇ ଥର ଭାଜପାର ସରକାର ଗଢିଛନ୍ତି ଏବଂ ଆଜି ତ୍ରିପୁରା ଦ୍ରୁତ ଗତିରେ ବିକାଶ କରୁଛି । ଉତ୍ତର ପ୍ରଦେଶରେ ମଧ୍ୟ ସପା ଶାସନରେ ସମ୍ପୂର୍ଣ୍ଣ ଭାବେ ବରବାଦ ହୋଇ ଯାଇଥିଲା କିନ୍ତୁ ଶ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରରେ ଆଜି ଉତ୍ତର ପ୍ରଦେଶ ତୀବ୍ର ଗତିରେ ବିକାଶ କରୁଛି । ଆଜି ୟୁପିର ଚର୍ଚ୍ଚା ବିକାଶ କାର୍ଯ୍ୟ ଓ ରେକର୍ଡ ନିବେଶ ପାଇଁ କରାଯାଉଛି । ସେହିପରି ଆସାମରେ ମଧ୍ୟ ଭାଜପା ସରକାରରେ ହିଂସାର ସମୟ ପଛରେ ଛାଡି ଆଧୁନିକ ଇନଫ୍ରାଷ୍ଟ୍ରକଚରର ରାସ୍ତାରେ ଆଗକୁ ବଢୁଛି । ଛତିଶଗଡରେ ମଧ୍ୟ ଭାଜପା ସରକାର ଫେରିବା ପରେ ବିକାଶ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି , ଆଜି ଛତିଶଗଡର ସରକାରକୁ ଜଣେ ଆଦିବାସୀ ପୁଅ ଚଲାଉଛି ଏବଂ ଭାଜପା ଛତିଶଗଡକୁ ସଜାଉଛି । ଏହି ପ୍ରକାରରେ ଓଡିଶାରେ ଭାଜନାର ଡବଲ ଇଞ୍ଜିନର ସରକାର ଗଠନ ହେଲେ ଓଡିଶା ମଧ୍ୟ ଦ୍ରୁତ ଗତିରେ ବିକାଶ ଆଡକୁ ଚାଲିବ ଏବଂ ଏହା ମୋଦୀର ଗ୍ୟାରେଣ୍ଟି । ମୋଦୀ ଓଡିଶାର ସାମୁଦ୍ରିକ ସାମଥ୍ୟକୁ ବଢାଇବା ପାଇଁ କାମ କରୁଛି । ଭାଜପାର ଫୋକସ୍ ଓଡିଶାର କୋଷ୍ଟାଲ ଇକୋନୋମି ଉପରେ ରହିଛି ଏବଂ ପ୍ରତ୍ୟେକ କ୍ଷେତ୍ରରେ ଅଧିକ ନିବେଶ କରାଯାଉଛି । ଭାଜପା ସରକାର ଭାରତରେ ପ୍ରଥମ ଥର ମତ୍ସ୍ୟପାଳନ ର ସ୍ୱତନ୍ତ୍ର ମନ୍ତ୍ରଣାଳୟ ଗଠନ କରିଛି । ଭାଜପା ବୋଟ୍ ଗୁଡିକୁ ଆଧୁନିକ କରିବା ପାଇଁ ସବସିଡି ଦେଇଛି , ମତ୍ସ୍ୟଜୀବୀମାନଙ୍କୁ ପ୍ରଥମ ଥର କିଷାନ କ୍ରେଡିଟ୍ କାର୍ଡ ଦେଇଛି ଏବଂ ସାଗରମାଳା ଯୋଜନାରେ ଓହିଶାରେ କୋଟି କୋଟି ଟଙ୍କାର କାମ ହୋଇଛି । ମତ୍ସ୍ୟଜୀବୀମାନଙ୍କ ସୁରକ୍ଷା ଓ ସମୃଦ୍ଧି ଭାଜପା ପାଇଁ ସର୍ବୋପରି ଅଟେ । ଭାଜପା କୋଷ୍ଟାଲ ସର୍କିଟ୍ ଯୋଜନାରେ ବିଚ୍ ଟୁରିଜିମ୍ ର ବିସ୍ତାର ଉପରେ ମଧ୍ୟ କାମ କରୁଛି । ଭାଜପା ଗଞ୍ଜାମ ଜିଲ୍ଲାକୁ ଦେଶର ସବୁଠୁ ଆକର୍ଷକ ପର୍ଯ୍ୟଟନ ସ୍ଥଳ କରିବା ପାଇଁ ପ୍ରୟାସ କରୁଛି । ଓଡିଶା ଭାଜପା ରାଜ୍ୟକୁ ଦେଶର ଶୀର୍ଷ ୩ ପର୍ଯ୍ୟଟନ ରାଜ୍ୟ ମଧ୍ୟରେ ଆଣିବାକୁ ସଂକଳ୍ପ ନେଇଛି , ଯାହାଦ୍ୱାରା ଏଠାରେ ଯୁବକଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି ହେବ । ଆଜି ମୋଦୀ ବିକଶିତ ଓଡିଶା , ବିକଶିତ ଭାରତର ସଂକଳ୍ପ ନେଇ ଚାଲୁଛି । ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଉପସ୍ଥିତ ଜନ ସମୁଦ୍ରଙ୍କୁ ସ୍ଥାନୀୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀମାନଙ୍କୁ ବହୁମତରେ ବିଜୟୀ କରି ଦେଶରେ ମୋଦୀ ସରକାର ଓ ରାଜ୍ୟରେ ଭାଜପା ସରକାର ଗଢିବାକୁ ଆହ୍ୱାନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ଗୁଡିକରେ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଶ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ , ଆସ୍କା ଲୋକସଭା ପ୍ରାର୍ଥୀ ଶ୍ରୀମତୀ ଅନୀତା ଶୁଭଦର୍ଶିନୀ, ନବରଙ୍ଗପୁର ଲୋକସଭା ପ୍ରାର୍ଥୀ ଶ୍ରୀ ବଲଭଦ୍ର ମାଝୀ, କୋରାପୁଟ ଲୋକସଭା ପ୍ରାର୍ଥୀ ଶ୍ରୀ କାଳିରାମ ମାଝୀ ଏବଂ କଳାହାଣ୍ଡି ଲୋକସଭା ପ୍ରାର୍ଥିନୀ ଶ୍ରୀମତୀ ମାଳବିକା ଦେବୀ ଏବଂ ଅନ୍ୟ ନେତାମାନେ ମଞ୍ଚରେ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ