Saturday, May 2, 2026
38.1 C
Odisha

    କଳିଙ୍ଗା ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍,ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

    ଆଗକୁ ପଢନ୍ତୁ

    ଭଞ୍ଜନଗର : କଳିଙ୍ଗା ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍। ଏଥିରେ ୧୫ରୁ ୨୦ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ମୂତାବକ ଗୁରୁବାର ରାତିରେ ଖମ୍ବେଶ୍ଵରୀ ନାମକ ଏକ ଯାତ୍ରୀବାହୀ ଘରୋଇ ବସ୍ ରାୟପୁରରୁ ବ୍ରହ୍ମପୁର ଅଭିମୁଖେ ବାହାରିଥିଲା। ଆଜି ସକାଳେ କଳିଙ୍ଗା ଘାଟି ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡିଛି। ଏଥିରେ ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.1 ° C
    38.1 °
    38.1 °
    18 %
    7.1kmh
    73 %
    Sat
    40 °
    Sun
    42 °
    Mon
    41 °
    Tue
    33 °
    Wed
    38 °

    ସମ୍ବନ୍ଧିତ