Monday, September 21, 2026
24.5 C
Odisha

    କୁମ୍ଭରେ ପରମ୍ପରା ଓ ଆଧୁନିକ ପ୍ରଯୁକ୍ତିର ସଙ୍ଗମ: ହଜିଲା ଲୋକଙ୍କୁ ଖୋଜିବା ପାଇଁ ‘ଭୁଲେ-ଭଟ୍‌କେ କେନ୍ଦ୍ର’

    ଆଗକୁ ପଢନ୍ତୁ

    ପ୍ରୟାଗରାଜ: ମାତ୍ର ଦୁଇ ଦିନ ମଧ୍ୟରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱର ଅନ୍ୟତମ ବୃହତ୍ତମ ଧାର୍ମିକ ସମାବେଶ ମହାକୁମ୍ଭ ମେଳା ୨୦୨୫। କୋଟି କୋଟି ଶ୍ରଦ୍ଧାଳୁଙ୍କ ଆଗମନକୁ ଆକଳନ କରି ରାଜ୍ୟ ସରକାର ପୁଲିସ ଓ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହଯୋଗରେ ତୀର୍ଥଯାତ୍ରୀଙ୍କ ପାଇଁ ସବୁ ସୁବିଧା କରୁଛନ୍ତି। ଚଳିତବର୍ଷ ଏଥିରେ ଏଆଇ ପରି ଆଧୁନିକ ପ୍ରଯୁକ୍ତିକୁ ବି ବ୍ୟବହାର କରାଯାଉଛି। ମହାକୁମ୍ଭ ମେଳା ପାଇଁ ଡିଜିଟାଲ ସେଣ୍ଟର, ସିସିଟିଭି, ଏଲ୍‌ଇଡି ଡିସପ୍ଲେ, ଅତ୍ୟାଧୁନିକ ଏଆଇ ଚାଳିତ ଡାଟା ଆନାଲିଟିକ୍ସ ସଲ୍ୟୁସନ୍ ସିଷ୍ଟମ ସମେତ ଅନେକ ବୈଷୟିକ ବ୍ୟବସ୍ଥା କରାଯାଇଛି। ଏଥର ହଜିଲା ଲୋକଙ୍କୁ ଖୋଜିବା ପାଇଁ ‘ଭୁଲେ-ଭଟକେ କେନ୍ଦ୍ର’ ହେଉଛି ଏକ ଆଧୁନିକ ବ୍ୟବସ୍ଥା।
    ମହାକୁମ୍ଭ ହେଉଛି ପରମ୍ପରା, ବୈଷୟିକ ଜ୍ଞାନକୌଶଳ, ଇତିହାସ ଓ ଆଧୁନିକତାର ସଂଗମ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ୪ ହଜାର ହେକ୍ଟର ପରିମିତ ଏହି ମେଳା ଅଞ୍ଚଳରେ ପ୍ରାୟ ୧୫୦୦ ସିସିଟିଭି କ୍ୟାମେରା ଲଗାଯାଇଥିବା ବେଳେ ଏହି କ୍ୟାମେରାଗୁଡ଼ିକୁ କଣ୍ଟ୍ରୋଲ ଆଣ୍ଡ କମାଣ୍ଡ ୟୁନିଟ୍ ସହ ସଂଯୁକ୍ତ କରାଯାଇଛି, ଯାହାଫଳରେ କୌଣସି ଅଘଟଣ ଘଟିଲେ ତୁରନ୍ତ କର୍ତ୍ତୃପକ୍ଷଙ୍କୁ ସତର୍କ କରାଯାଇ ପାରିବ। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଷୟିକ ପଦକ୍ଷେପ ମଧ୍ୟରେ ଅଛି ଡିଜିଟାଲ୍ ‘ଭୁଲେ-ଭଟକେ କେନ୍ଦ୍ର’, ଯାହା ମହୋତ୍ସବରେ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ସ୍ଥାପିତ କରାଯାଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ପରିଚାଳିତ ଏହି କେନ୍ଦ୍ରଗୁଡ଼ିକ କେବଳ ନିଖୋଜ ବ୍ୟକ୍ତିଙ୍କ ଫଟୋକୁ ସେମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ସହିତ ମିଳାଇବାରେ ସହାୟକ ହେବ ନାହିଁ ବରଂ ସହଜ ଯୋଗାଯୋଗ ପାଇଁ ବିଭିନ୍ନ ଭାଷାକୁ ହିନ୍ଦୀ ଓ ଇଂରାଜୀରେ ଅନୁବାଦ କରିବାରେ ମଧ୍ୟ ସାହାଯ୍ୟ କରିବ। ହଜି ଯାଇଥିବା ଲୋକ ଓ ପିଲାଙ୍କ ପାଇଁ ଶଯ୍ୟା ଆଦି ମୌଳିକ ସୁବିଧା ଥିବା ଏକ ନିର୍ଦ୍ଦିଷ୍ଟ ସ୍ଥାନ ଖୋଲାଯାଇଛି, ଯେଉଁଠାରେ ସେମାନେ ନିଜ ପରିବାର ସହ ପୁନର୍ବାର ମିଶିବା ପର୍ଯ୍ୟନ୍ତ ଅପେକ୍ଷା କରିପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    94 %
    1.5kmh
    100 %
    Mon
    24 °
    Tue
    28 °
    Wed
    27 °
    Thu
    27 °
    Fri
    28 °

    ସମ୍ବନ୍ଧିତ